୮୦ ହଜାର ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୦।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୧୨ ହଜାର ଟପିଛି। ଏହା ୧୨ ହଜାର ୭୮୧ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୮ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ପୁଣି ୭୬ ହଜାର ଟପିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ୮୦ ହଜାର ଟପିବାର ଆଶଙ୍କା ରହିଛି। ଗତ ୨୪ ଘଣ୍ଟାରେ ଏହା ୭୬ ହଜାର ୭୦୦ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୮ ହଜାର ୫୩୭ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪,୦୦୪ ଜଣ, କେରଳରେ ୩,୩୭୬ ଜଣ, ଦିଲ୍ଲୀରେ ୧,୫୩୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୬୯୨ ଜଣ, କର୍ନାଟକରେ ୬୨୩ ଜଣ, ଉତ୍ତରପ୍ରଦେଶରେ ୪୯୦ ଜଣ, ହରିୟାଣାରେ ୪୮୬ ଜଣ, ପଶ୍ଚିମବଙ୍ଗରେ ୩୬୨, ଗୁଜରାଟରେ ୨୪୪, ତେଲେଙ୍ଗାନାରେ ୨୩୬, ପଞ୍ଜାବ ୧୦୩, ଗୋଆରେ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୮୭୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୩ ଲକ୍ଷ ୯ ହଜାର ୪୭୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୭ ଲକ୍ଷ ୭ ହଜାର ୯୦୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୬ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୩ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହନି-ଟ୍ରାପ୍‌ରେ ଫସାଇଥିଲା ପାକିସ୍ତାନ: ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ

ନୂଆଦିଲ୍ଲୀ,୧୮।୧୧: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ପାକିସ୍ତାନକୁ ଗୁପ୍ତ ଏବଂ ସମ୍ବେଦନଶୀଳ ସୂଚନା ଦେବା ଅଭିଯୋଗରେ ଶୁକ୍ରବାର...

ରାଜ୍ୟରୁ ଆଉ ୪୫୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୪୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩,୧୨,୯୦୧ ଜଣ ସୁସ୍ଥ ହୋଇସାରିଲେଣି।...

ପାଦରେ ବେଡ଼ି ପକାଇଲା କରୋନା: କାର୍ଯ୍ୟାଳୟରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ଚଳିତ ବର୍ଷର ରଥଯାତ୍ରା ଐତିହାସିକ। କାରଣ ପ୍ରଥମ ଥର ପାଇଁ ବିନାଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଛନ୍ତି।...

ଅନୁଗୋଳ ପରେ ବୌଦ୍ଧକୁ ଡେଇଁଲା କରୋନା

ଭୁବନେଶ୍ୱର,୧୦।୫(ବ୍ୟୁରୋ)-ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ସନ୍ଧ୍ୟାରେ ଆଉ ୧୫ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି।...

ଆନ୍ଧ୍ରରେ ଗଧବଂଶ ଲୋପ ପାଇବା ଆଶଙ୍କା

ହାଇଦ୍ରାବାଦ୍‌,୨୭।୨: ଆନ୍ଧ୍ରପ୍ରଦେଶରେ ଗଧବଂଶ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ମାଂସ ପାଇଁ ଗଧହତ୍ୟା କରାଯାଉଛି। ଭାରତୀୟ ଖାଦ୍ୟ ଏବଂ ମାନକ ପ୍ରାଧିକରଣ ଅନୁସାରେ...

କରୋନା ରୋଗୀଙ୍କ ମେଡିକାଲ ବିଲ୍‌ ଆସିଲା ୧ କୋଟି ୫୨ ଲକ୍ଷ

କରୋନାରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ଏବେ ଚିକିତ୍ସାଧୀନ ଅଛନ୍ତି। ଏଥିପାଇଁ ସରକାରୀ ହସ୍ପିଟାଲରେ ଲୋକଙ୍କ ଭିଡ଼ ଜମୁଛି। ମାତ୍ର ଅଧିକ ଖର୍ଚ୍ଚ ଭୟରେ...

ଗୁଣସୂତ୍ର ଶୁଦ୍ଧତା ଯାଞ୍ଚ କରାଇବ କେନ୍ଦ୍ର

ନୂଆଦିଲ୍ଲୀ,୩ା୬:ଭାରତ ସରକାର ଦେଶବାସୀଙ୍କ ‘ଜାତିଗତ ଶୁଦ୍ଧତା’ ଉପରେ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ...

ପ୍ରତି ମିନିଟରେ ଜଣଙ୍କ ମୁଣ୍ଡ ନେଉଛି କରୋନା

ନୂଆଦିଲ୍ଲୀ, ୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଲଗାତାର ୧୨ ଦିନ ଧରି ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ କରୋନା...

Advertisement
Archives

Model This Week