୯୯ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୪ ହଜାର ୫୦୬ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୧ ହଜାର ୭୯୩ ଥିଲା।

ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨୭ ଥିଲା। ଏହି ସମୟରେ ସକ୍ରିୟ ମାମଲା ପୁଣି ୯୯ ହଜାର ଟପିଛି। ଏଭଳି ଜାରି ରହିଲେ ଗୋଟିଏ ଦିନ ପରେ ଏହା ଲକ୍ଷେ ଟପିବାର ଆଶଙ୍କା ରହିଛି। ଗତ ୨୪ ଘଣ୍ଟାରେ ଏହା ୯୯ ହଜାର ୬୦୨ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୯୬ ହଜାର ୭୦୦ ଥିଲା। ସେହିପରି ୨୪ ଘଣ୍ଟାରେ ୧୧ ହଜାର ୫୭୪ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୯ ହଜାର ୪୮୬ ଥିଲା।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୭୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୪ ଲକ୍ଷ ୩୩ ହଜାର ୩୪୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୮ ଲକ୍ଷ ୮ ହଜାର ୬୬୬ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩,୪୮୨ ଜଣ, କେରଳରେ ୨,୯୯୩ଜଣ, ଦିଲ୍ଲୀରେ ୮୭୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୧,୪୮୪ ଜଣ, ହରିୟାଣାରେ ୪୩୭ ଜଣ, କର୍ନାଟକରେ ୯୬୮ ଜଣ, ପଶ୍ଚିମବଙ୍ଗରେ ୯୫୪, ଉତ୍ତରପ୍ରଦେଶରେ ୫୧୯ ଜଣ, ତେଲେଙ୍ଗାନାରେ ୪୫୯, ଗୁଜରାଟରେ ୪୭୫, ଗୋଆରେ ୧୬୮ ଜଣ, ରାଜସ୍ଥାନ ୧୩୪ ଜଣ, ବିହାରରେ ୨୧୧ ଜଣ, ଛତିଶଗଡ଼ ୧୮୬, ପଞ୍ଜାବ ୧୯୪ ଜଣ, ଆନ୍ଧ୍ରପ୍ରଦେଶରେ ୧୭୨ ଜଣ, ଓଡ଼ିଶା ୧୬୧ ନୂଆ, ହିମାଚଳପ୍ରଦେଶ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୭ କୋଟି ୫୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୩୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri