ସକ୍ରିୟ ମାମଲା ୯୭ ହଜାର ତଳେ…

ନୂଆଦିଲ୍ଲୀ, ୨୩।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୩ ଦିନ ଧରି ସକ୍ରିୟ ମାମଲା ଏବଂ ଦୈନିକ ସଂକ୍ରମଣ କମିବା ପରେ ପୁଣି ଦୈନିକ ସଂକ୍ରମଣ ଉପରମୁହାଁ,ସକ୍ରିୟ ମାମଲା ତଳ ମୁହାଁ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୯୭ ହଜାର ତଳେ ରହିଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ଉପରେ ରହିଛି। ଏହା ୮,୫୮୬ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ବଢ଼ି ୪୮ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩୬ ଥିଲା। ଏହି ସମୟରେ ସକ୍ରିୟ ମାମଲା ୯୬ ହଜାର ୫୦୬ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୯୭ ହଜାର ୬୪୮ ଥିଲା। ସେହିପରି ୨୪ ଘଣ୍ଟାରେ ୯ ହଜାର ୬୮୦ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୧ ହଜାର ୭୨୬ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୭ ହଜାର ୪୧୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୩ ଲକ୍ଷ ୫୭ ହଜାର ୫୪୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୭ ଲକ୍ଷ ୩୩ ହଜାର ୬୨୪ ଜଣ ସୁସ୍ଥ ହୋଇ ସାରିଛନ୍ତି।

ମହାରାଷ୍ଟ୍ର, କର୍ନାଟକରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

୯୦ ସେକେଣ୍ଡର ଭାଷଣ କଂଗ୍ରେସ ଦଳ ଏବଂ ଇଣ୍ଡିଆ ମେଣ୍ଟରେ ଆତଙ୍କ ସୃଷ୍ଟି କରିଛ: ମୋଦି

ଜୟପୁର,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜସ୍ଥାନର ଟୋଙ୍କାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ମୋର ୯୦ ସେକେଣ୍ଡର ଭାଷଣ କଂଗ୍ରେସ...

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri