ସକ୍ରିୟ ମାମଲା ୯୫ ହଜାର ତଳେ…

ନୂଆଦିଲ୍ଲୀ, ୨୫।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୯୫ ହଜାର ତଳେ ରହିଛି। ମହାରାଷ୍ଟ୍ର, କେରଳ, କର୍ନାଟକରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଛି। ଏହା ବଢ଼ି ୧୦,୭୨୫ ରହିଛି। ଗୋଟିଏ ଦିନ ତଳେ ଏହା ୧୦,୬୪୯ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା କମି ୩୬ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩୬ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୯୪ ହଜାର ୪୭ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୯୬ ହଜାର ୪୪୨ ଥିଲା। ସେହିପରି ୨୪ ଘଣ୍ଟାରେ ୧୩ ହଜାର ୮୪ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୦ ହଜାର ୬୭୭ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୭ ହଜାର ୪୮୮ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୩ ଲକ୍ଷ ୭୮ ହଜାର ୯୨୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୭ ଲକ୍ଷ ୫୭ ହଜାର ୩୮୫ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ଲେଖିଲେ, ‘ବେଢ଼ି ପଡାଓ ବଚ୍ଚାଓ୍ବ’

ଭୋପାଳ,୨୦ା୬: କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର ହିନ୍ଦୀରେ ‘ବେଟି ପଢ଼ାଓ, ବେଟି ବଚାଓ’ ସ୍ଲୋଗାନ ଲେଖିବା ଜାଣିନାହାନ୍ତି। ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ...

ଅପାରଗ ଏନ୍‌ଟିଏ, ଅନ୍ଧାରରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଦେଶରେ ଡାକ୍ତରୀ, ଇଞ୍ଜିନିୟରିଂ ଓ ଫେଲୋଶିଫ୍‌ ଭଳି ସମ୍ମାନଜନକ ପାଠ୍ୟକ୍ରମଗୁଡ଼ିକରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି...

UGC-NET ଜୁନ୍ ୨୦୨୪ ପରୀକ୍ଷା ବାତିଲ, ଅନିୟମିତତା ଭୟ ପରେ ଏନଟିଏ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୯।୬: ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦେଶର ବିଭିନ୍ନ ସହରରେ ୧୮ ଜୁନ୍ ୨୦୨୪ ରେ ହେବାକୁ ଥିବା ୟୁଜିସି-ଏନଇଟି ଜୁନ୍ ୨୦୨୪ ପରୀକ୍ଷାକୁ...

ଓଡ଼ିଶାରେ କାହିଁକି ଫେଲ୍ ମାରିଲା କଂଗ୍ରେସ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଖୋଜିବ କାରଣ

ନୂଆଦିଲ୍ଲୀ, ୧୯।୬: କିଛି ରାଜ୍ୟରେ ଲୋକ ସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ଏହି ସବୁ ରାଜ୍ୟରେ...

ଧାନ ସମେତ ୧୪ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ବଢାଇଲେ ସରକାର

ନୂଆଦିଲ୍ଲୀ, ୧୯।୬: ଧାନ, ରାଗି, ବାଜରା, ମକା, କପା ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।...

ଦେଶରେ ଜାରି ରହିଛି ହିଟ୍‌ଓ୍ବେଭ୍‌, ହସ୍‌ପିଟାଲଗୁଡିକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ, ୧୯।୬: ହିଟ୍‌ଓ୍ବେଭ୍‌ ଯୋଗୁଁ ଉତ୍ତର ଭାରତର ଅନେକ ଅଞ୍ଚଳରେ ହିଟ୍‌ଷ୍ଟ୍ରୋକ୍‌ ଜନିତ ଘଟଣା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେନ୍ଦ୍ର...

ଶିକ୍ଷକଙ୍କ ପାଇଁ ନୂଆ ଗାଇଡ୍‌ ଲାଇନ୍‌, ଏବେ ଦେବାକୁ ପଡିବ ସମ୍ପତ୍ତି ତାଲିକା

ନୂଆଦିଲ୍ଲୀ,୧୯।୬: ଶିକ୍ଷକଙ୍କ ପାଇଁ ଜାରି ହୋଇଛି ନୂଆ ଗାଇଡ୍‌ ଲାଇନ। ଏବେ ଦେବାକୁ ପଡ଼ିବ ନିଜର ଗୋଟି ଗୋଟି ସମ୍ପତ୍ତିର ତାଲିକା। ଏନେଇ ଶିକ୍ଷା ବିଭାଗ...

‘ଅପରାଧୀଙ୍କୁ ସିଧା ଗୁଳି କର’ ବୟାନକୁ ନେଇ ବିବାଦ; ସରକାରଙ୍କୁ ଘେରିଲେ ବିରୋଧୀ

ପାଟନା,୧୯।୬: ବିହାରର ଆଇନ ବ୍ୟବସ୍ଥାକୁ ନେଇ ଆର୍‌ଜେଡି ଲଗାତାର ଭାବେ ନୀତୀଶ ସରକାରଙ୍କୁ କଟାକ୍ଷ କରୁଛି। ଏହି ପ୍ରସଙ୍ଗରେ ସୁବେର ରାଜସ୍ବ ଏବଂ ଭୂମି ସୁଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri