ସକ୍ରିୟ ମାମଲା ୩୦ ହଜାର ତଳେ…

ନୂଆଦିଲ୍ଲୀ, ୧୯।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୨ ହଜାର ୭୫ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୭୧ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୩୦ ହଜାର ତଳେ ରହିଛି। ଏହା ୨୭ ହଜାର ୮୦୨ ରହିଛି।

ସେହିପରି ୨୪ ଘଣ୍ଟାରେ ୩ ହଜାର ୩୮୩ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୬ ହଜାର ୩୫୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୬ ହଜାର ୮୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୪ ଲକ୍ଷ ୬୧ ହଜାର ୯୨୬ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୮୪୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୧୭୧ ଏବଂ ମିଜୋରାମ୍‌ରେ ୧୪୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୧ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୨୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୮ କୋଟି ୪୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ବିଧାୟକଙ୍କ ବିରୋଧରେ ମାନହାନି କେସ୍‌ କରିବେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ,୩୧।୮: ଦିଲ୍ଲୀର ଅରବିନ୍ଦ କେଜ୍‌ରିୱାଲ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଏକ ନୂଆ ମୋଡ଼ ନେଇଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ନାଁରେ...

୪ ଲଶ୍କର ସହାୟକ ଗିରଫ…

ଶ୍ରୀନଗର,୨୪।୨ : ଜମ୍ମୁ-କଶ୍ମୀରର ବାରମୁଳା ଏବଂ ଶୋପିଆନ ଜିଲାରୁ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କ ଚାରିଜଣ ସହାୟକଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛନ୍ତିି। ପୋଲିସ ମୁଖପାତ୍ର କହିଛନ୍ତି ଯେ...

କଂଗ୍ରେସ ପାଇଁ ପିକେଙ୍କ ‘୩୭୦ ପ୍ଲସ୍‌ ଫର୍ମୂଲା’…

ନୂଆଦିଲ୍ଲୀ, ୧୭।୪ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ଅନ୍ୟ ୧୦ ବରିଷ୍ଠ ନେତାଙ୍କ ସହିତ...

ପାର୍ଲାମେଣ୍ଟ ପରିସରରେ ବିରୋଧୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ, ୨୪ା୩(ପି.ଟି.):ଆଦାନୀ ଗ୍ରୁପ୍‌ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିକରି ଗୁରୁବାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।...

CORONAVIRUS UPDATE: ରାଜ୍ୟରୁ ଆଜି ୪୧୮୦ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୧ ହଜାର ଟପିଲା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଶୁକ୍ରବାର ମୋଟ୍‌ ୩୦ ଜିଲାରୁ ୪,୧୮୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୭୧,୩୪୧ରେ ପହଞ୍ଚିଥିବା...

ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ

ଭୋପାଳ,୧୬ା୨(ପି.ଟି.): ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ସ୍ପଷ୍ଟ ହୋଇଛି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ରହିଥିବା ବିରୋଧଭାସ ପୁଣିଥରେ ସାମନାକୁ ଆସିଛି।...

ବଳାତ୍କାର ପୀଡ଼ିତାଙ୍କ ଅଭିଯୋଗ ରଖିଲାନି ପୋଲିସ

ମୁମ୍ବାଇ,୧୨।୯: ୩୪ ବର୍ଷୀୟା ବଳାତ୍କାର ପୀଡ଼ିତା ଆଖି ବୁଝିବାର ଦିନକ ପରେ ମହାରାଷ୍ଟ୍ରର ଉଲହାସନଗରରୁ ଆସିଛି ଆଉ ଏକ ବଳାତ୍କାର ମାମଲା। ୧୫ ବର୍ଷୀୟା ନାବାଳିକାଙ୍କୁ...

କୋଭିଡ-୧୯ରେ ପୀଡ଼ିତ ୫ଶହରୁ ଊର୍ଦ୍ଧ୍ୱ କରୋନା ଯୋଦ୍ଧା

ନୂଆଦିଲ୍ଲୀ,୮।୫: କରୋନା କବଳରେ ସାରା ଭାରତ। ଏଥିରୁ ବର୍ତ୍ତି ନାହିଁ ଭାରତ। ତେବେ ଭାରତରେ କରୋନା ଯୋଦ୍ଧା ସାଜିଥିବା ପାରା ମିଲିଟାରି ଫୋର୍ସର ୫ଶହରୁ ଊର୍ଦ୍ଧ୍ୱ...

Advertisement
Archives

Model This Week