ସକ୍ରିୟ ମାମଲା ଲକ୍ଷେ ୨୦ ହଜାର ମୁହାଁ…

ନୂଆଦିଲ୍ଲୀ, ୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୮ ହଜାର ୯୩୦ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୫ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୧୯ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୧୯ ହଜାର ୪୫୭ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଲକ୍ଷେ ୫୦ ହଜାର ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୧୪ ହଜାର ୬୫୦ ଜଣ ସୁସ୍ଥ ହୋଇଛନ୍ତି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୩୦୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୫ ଲକ୍ଷ ୬୬ ହଜାର ୭୩୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୯ ଲକ୍ଷ ୨୧ ହଜାର ୯୭୭ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩,୧୪୨ ଜଣ, କେରଳରେ ୪,୧୧୩ ଜଣ, ଦିଲ୍ଲୀରେ ୬୦୦ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୭୪୩ଜଣ, ହରିୟାଣାରେ ୪୧୫ ଜଣ, କର୍ନାଟକରେ ୧,୧୨୭ ଜଣ, ପଶ୍ଚିମବଙ୍ଗରେ ୨,୩୫୨, ଉତ୍ତରପ୍ରଦେଶରେ ୩୪୩ ଜଣ, ତେଲେଙ୍ଗାନାରେ ୫୬୩, ଗୁଜରାଟରେ ୬୬୫, ରାଜସ୍ଥାନରେ ୧୬୪ ଜଣ, ବିହାରରେ ୩୦୯ ଜଣ, ପଞ୍ଜାବରେ ୧୮୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ୩୦୮ ଜଣ, ଓଡ଼ିଶାରେ ୪୨୮ ଜଣ, ମଧ୍ୟପ୍ରଦେଶରେ ୧୧୭ ଜଣ, ହିମାଚଳପ୍ରଦେଶରେ ୧୪୪ ଜଣ, ଆସାମରେ ୧୯୬ ଜଣ, ଗୋଆରେ ୧୪୮ ଜଣ, ପୁଡୁଚେରୀରେ ୧୬୮ ଜଣ, ଜମ୍ମୁ-କଶ୍ମୀରରେ ୧୧୩ ଜଣ, ଛତିଶଗଡ଼ରେ ୨୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୮ କୋଟି ୩୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୬୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?