ଧାନ ପରିବହନ ଗାଡିର କାଗଜପତ୍ର ଠିକ୍‌ ନ ଥିଲେ ହେବ କାର୍ଯାନୁଷ୍ଠାନ: କଟକଣା ପରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ,୭।୧୦(ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ମାତ୍ର ମାସେ ରହିଛି। ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ନୂଆ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଚାଷୀମାନେ ଧାନ ଦର କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏଁ ପାଇବେ ବୋଲି ମନରେ ଆଶା ବାନ୍ଧିଛନ୍ତି। କିନ୍ତୁ ବିଗତବର୍ଷ ଗୁଡ଼ିକରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ସେଭଳି କିଛି କଟକଣା ହୋଇ ନ ଥିଲେ ମଧ୍ୟ ଏବେ ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାର ଅବ୍ୟବହିତ ପୂର୍ବରୁ ହୋଇଥିବା କଟକଣା ଚାଷୀମୁଣ୍ଡରେ ଚଡ଼କ ପଡିଛି। ଆସନ୍ତା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଧାନ ପରିବହନରେ ବ୍ୟବହୃତ ହେଉଥିବା ଗାଡିିଗୁଡ଼ିକର କାଗଜପତ୍ର ମୋଟର ଭେଇକିଲ ଆଇନ ଅନୁଯାୟୀ ଠିକ୍‌ ନଥିବ, ସେହି ଗାଡିଗୁଡ଼ିକ ଉପରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ସୋମବାର ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ସାବୁଆ ମାଝୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ଏହା ଜାଣିବା ପରେ ଚାଷୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଧାରଣତଃ ଚାଷୀମାନେ ଧାନ ପରିବହନ ପାଇଁ ଆଗଭଳି ଆଉ ଶଗଡ଼ ବ୍ୟବହାର କରୁନାହାନ୍ତି। ହାର୍ଭେଷ୍ଟର ଯୋଗେ କ୍ଷେତରୁ ଧାନ ଅମଳ କରି ତାକୁ ଖଳାକୁ ଆଣୁଛନ୍ତି। ସେହିପରି ବିକ୍ରି ପାଇଁ ଅମଳ ଧାନକୁ ପୁଣି ଟ୍ରାକ୍ଟର କିମ୍ବା ଟ୍ରକ ଯୋଗେ ମଣ୍ଡିକୁ ଆଣୁଛନ୍ତି। ଏପରିକି ଅନେକ ବଡ଼ ଚାଷୀଙ୍କ ପାଖରେ ନିଜସ୍ବ ଟ୍ରାକ୍ଟର ଥିବାବେଳେ ନାମମାତ୍ର, କ୍ଷୁଦ୍ରଚାଷୀ ମଧ୍ୟ ଜମି ହଳ କରିବାଠାରୁ ଆରମ୍ଭ କରି ମଣ୍ଡିକୁ ଧାନ ଆଣିବା ପର୍ଯ୍ୟନ୍ତ ଟ୍ରାକ୍ଟର ଭଡ଼ା କରି ଆସୁଛନ୍ତି। ମଣ୍ଡିରେ ଧାନ ବିକ୍ରି ହେବା ପରେ ସେହି ଧାନ ଟ୍ରକ ଯୋଗେ ବିଭିନ୍ନ ରାଇସ୍‌ ମିଲକୁ ଯାଉଛି। ତେବେ ବାରମ୍ବାର ସ୍ବଳ୍ପ ବୃଷ୍ଟିପାତ, ରୋଗପୋକ ଉପଦ୍ରବ, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏଭଳି ସ୍ଥଳରେ ଋଣ ପରିଶୋଧ, ବ୍ୟବହୃତ କୃଷି ଯନ୍ତ୍ରପାତିର ଟ୍ୟାକ୍ସ ପ୍ରଦାନ ତ ଦୂରର କଥା, ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ମଧ୍ୟ ଚାଷୀଙ୍କୁ ହଟହଟା ହେବାକୁ ପଡ଼ୁଛି ଏବଂ ଫସଲବୀମା କ୍ଷତିପୂରଣ ସହାୟତା ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଏହାସତ୍ତ୍ୱେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟବହୃତ ଯାନବାହାନର କାଗଜପତ୍ର ଠିକ୍‌ ନ ଥିଲେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ଶୁଣିବା ପରେ ଚାଷୀମହଲରେ ଅସନ୍ତୋଷ ବଢ଼ିଚାଲିଛି। ଯଦି ଧାନ ସଂଗ୍ରହ ପ୍ରକ୍ରିୟା ପୂର୍ବରୁ ସେହି କଟକଣାକୁ ହଟା ନ ଯାଏ, ତେବେ ପ୍ରଶାସନ ଚାଷୀ ଆନ୍ଦୋଳନର ସାମ୍ନା କରିବାକୁ ପ୍ରସ୍ତୁତ ରହୁ ବୋଲି ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି। ସେହିପରି ଚାଷୀନେତା ହର ବଣିଆ କହିଛନ୍ତି, ଆଞ୍ଚଳିକ ପରିବହନ ଅଧିକାରୀ ତାହା ପ୍ରତ୍ୟାହାର ନ କଲେ ସ୍ଥିତି ବିଗିଡ଼ିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?