‘ଧାନକିଣା ଅବ୍ୟବସ୍ଥା, ଦୁର୍ନୀତି ରୋକିବାକୁ ପଦକ୍ଷେପ ନିଅ’

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ବୁଧବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି। ଓଡ଼ିଶାରେ ଧାନ ସଂଗ୍ରହରେ ରାଜ୍ୟ ସରକାରଙ୍କ ଦ୍ୱାରା ଦୁର୍ନୀତି ଏବଂ ଚାଲିଥିବା ଅବ୍ୟବସ୍ଥାକୁ ରୋକିବା ଲାଗି ନିର୍ଦ୍ଦେଶ ଦେବାକୁ ସେମାନେ ଗୋୟଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏକ ସ୍ମାରକପତ୍ର ଜରିଆରେ ଭାଜପା ଏମ୍‌ପିମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚାଷୀଙ୍କ ଆୟକୁ ୨ ଗୁଣା କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଠିକ୍‌ ସମୟରେ ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣା ହେବା, ଠିକ୍‌ ସମୟରେ ଚାଷୀଙ୍କୁ ସେମାନଙ୍କ ବିକ୍ରି ଟଙ୍କା ମିଳିବା ନେଇ ସୁନିଶ୍ଚିତ କରାଯାଇଛି। କେନ୍ଦ୍ର ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ (ଡିଏଫ୍‌ପଡି) ବିକେନ୍ଦ୍ରୀକରଣ ସଂଗ୍ରହ ପ୍ରକ୍ରିୟା ସ୍ଥାନୀୟ ଧାନକିଣାକୁ ପ୍ରୋତ୍ସାହିତ କରୁଛି ା ଫଳରେ ସ୍ଥାନୀୟ ଚାଷୀମାନେ ଏମ୍‌ଏସ୍‌ପି ଦ୍ୱାରା ଲାଭବାନ୍‌ ହେଉଛନ୍ତି। ମାତ୍ର ଓଡ଼ିଶାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ରାଜ୍ୟର ଚାଷୀଙ୍କ କଷ୍ଟକୁ ବଢ଼ାଇ ଦେଇଛି। ଏହି ସମସ୍ୟା ନେଇ ଭାଜପା ଏମ୍‌ପିମାନେ ଚଳିତବର୍ଷ ମାର୍ଚ୍ଚ ୧୬ରେ ରାଜ୍ୟରେ ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିଥିଲେ।
ଏହାପରେ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଧାନକିଣା ବ୍ୟବସ୍ଥା ନେଇ ତଦନ୍ତ କରାଯାଇଥିଲା। ଓଡ଼ିଶାରେ ଧାନ ସଂଗ୍ରହ ପ୍ରକ୍ରିୟା, ପ୍ରଚଳିତ ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ନେଇ ଗତ ମାର୍ଚ୍ଚ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ତଦନ୍ତକାରୀ ଦଳ ପକ୍ଷରୁ ବିଭିନ୍ନ ଜିଲା ପ୍ରଦର୍ଶନ କରାଯିବା ସହ ରାଜ୍ୟ ସରକାରଙ୍କୁ କିଛି ସୁପାରିସ ସହ ପରାମର୍ଶ ଦିଆଯାଇଥିଲା। ମାତ୍ର ଏହି ପରାମର୍ଶକୁ ରାଜ୍ୟ ସରକାର ଅଣଦେଖା କରିଥିବା ବେଳେ ଏହାକୁ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧି ଦଳ ଗୋୟଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି।
ରାଜ୍ୟ ସରକାର ସମ୍ପୂର୍ଣ୍ଣ ଡିଜିଟାଲାଇଜେଶନ କହୁଥିଲେ ମଧ୍ୟ ଧାନକିଣା ବ୍ୟବସ୍ଥାରେ ଆଂଶିକ ଡିଜିଟାଲାଇଜେଶନ ହୋଇଛି। ଗୁଣାତ୍ମକ ମାନ ଯାଞ୍ଚ କରିବା ପଦ୍ଧତିକୁ ମଧ୍ୟ ମାନୁଆଲି ତଥା ଜାଣିଶୁଣି କରାଯାଉଛି। ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ନ ଥିବା କାରଣରୁ ଚାଷୀ ମଣ୍ଡି ମାଫିଆଙ୍କ ଦ୍ୱାରା ଲୁଟ୍‌ର ଶିକାର ହେଉଛନ୍ତି। ଧାନର ଗୁଣବତ୍ତା ନିୟନ୍ତ୍ରଣ କରିବା ପାଇଁ ଚୁକ୍ତିଭିତ୍ତିକ ଭାବେ ଅଧିକାରୀ ବା କ୍ୱାଲିଟି କଣ୍ଟ୍ରୋଲ ଇନ୍‌ସ୍ପେକ୍ଟରଙ୍କୁ ନିୟୋଜିତ କରାଯାଇଛ, ଯେଉଁମାନେ ନିଜ ଇଚ୍ଛା ମୁତାବକ କ୍ୱାଲିଟି ପାରାମିଟରକୁ ପୂରଣ କରନ୍ତି। ସମଗ୍ର କ୍ରୟ ପ୍ରକ୍ରିୟା ମିଲରମାନଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ହେଉଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ବ୍ୟବହୃତ ବସ୍ତା, ଧାନର ପରିବହନ, ଲୋଡିଂ ଏବଂ ମଣ୍ଡି ପରିଚାଳନା ପାଇଁ ରାଜ୍ୟ ସରକାର ମିଲରମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହା ଭାରତ ସରକାରଙ୍କ ଦ୍ୱାରା ଇ-ଟେଣ୍ଡର ମାଧ୍ୟମରେ ଧାନର ପରିବହନ ମୂଲ୍ୟ ଏବଂ ପରିବହନ ଦର ନିର୍ଦ୍ଧାରଣ ପାଇଁ ଏସ୍‌ଓଆର୍‌ ନିୟମର ଉଲ୍ଲଂଘନ କରୁଛି। ରାଜ୍ୟ ସରକାରଙ୍କ ମଣ୍ଡିକୁ ସୁବ୍ୟବସ୍ଥିତ କରିବାରେ ଅପାରଗତା ତଥା ମିଲରମାନଙ୍କ ଉପରେ ଅଧିକ ନିର୍ଭରତା ଯୋଗୁ ଏମ୍‌ଏସ୍‌ପିକୁ ସୁନିଶ୍ଚିତ କରିବାରେ ବିଫଳ ହେଉଛନ୍ତି। ଟୋକନ ମଧ୍ୟ ନଷ୍ଟ ହେଉଛି। ଏହିସବୁ କାରଣରୁ ରାଜ୍ୟର ଚାଷୀମାନେ ବର୍ତ୍ତମାନ ହତାଶରେ ଅଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri