ମହିଳାଙ୍କ ନାମରେ ଋଣ ଟଙ୍କା ଉଠାଇ ସପରିବାର ଫେରାର ହୋଇଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୯ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗ୍ରାମର କିଛି ମହିଳାଙ୍କ ନାମରେ ପ୍ରାୟ ସାଢ଼େ ୫ ଲକ୍ଷ ଋଣ ଟଙ୍କା ଉଠାଇ ସେହି ଗ୍ରାମର ଜଣେ ବ୍ୟକ୍ତି ପରିବାର ସହ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଏକ ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଚତୁରତାର ସହ ବିଭିନ୍ନ ସରଳ କଥା କହି କୃଷ୍ଣ ପାତ୍ର ନାମକ ବ୍ୟକ୍ତି ଜଣକ ସ୍ପନ୍ଦନ ନାମକ ଘରୋଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ଉଠାଇଥିବା ଜଣାପଡିଛି। ବର୍ତ୍ତମାନ ଅଭିଯୁକ୍ତ ସପରିବାର ସହ ଗ୍ରାମରୁ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ମୋବାଇଲକୁ ଯୋଗାଯୋଗ କଲେ ବିଭ୍ରାନ୍ତିକର ସୂଚନା ଦେବା ସହ ଓଲଟି ଧମକ ଚମକ ଦେଉଥିବା କୁହାଯାଇଛି। ଅଭିଯୁକ୍ତ ଜଣକ ଚିନ୍ତେଇ ପ୍ରଧାନଙ୍କ ନାଁ ରେ ୨ଟି ଋଣ ଆବେଦନ କରି ୧ ଲକ୍ଷ, ୬୦ ହଜାର ଟଙ୍କା, କେ. ରଶ୍ମିତା ଦୋରାଙ୍କ ନାଁ ଋଣ ଆବେଦନ କରି ୯୦ ହଜାର ଟଙ୍କା, ପୂର୍ଣ୍ଣବାସୀ ପ୍ରଧାନ, ଟୁକୁନି ପ୍ରଧାନ, ଅପୂର୍ବ ପ୍ରଧାନଙ୍କ ନାଁ ରେ ୮୦ ହଜାର ଟଙ୍କା ଲେଖାଏ ଏବଂ ନୀଳା ପ୍ରଧାନଙ୍କ ନାଁ ରେ ୫୦ ହଜାର ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଉକ୍ତ ଫାଇନାନ୍ସ ସଂସ୍ଥାର ମ୍ୟାନେଜର ମହିଳାମାନଙ୍କୁ ଋଣ ପରିଶୋଧ କରିବାକୁ କହୁଥିବାରୁ ପ୍ରତାରଣାର ଶିକାର ହୋଇଥିବା ମହିଳାମାନେ ଦିଗପହଣ୍ଡି ଥାନାରେ ଫେରାର ଅଭିଯୁକ୍ତଙ୍କ ନାଁରେ ଲିଖିତ ଏତଲା ଦେଇଥିବା ଜଣାପଡ଼ିଛି। ଅଭିଯୋଗର ତଦନ୍ତ ଚାଲିଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ: ୫୭ ମାମଲାର ଫଇସଲା

ଦିଗପହଣ୍ଡି,୯|୫(ଅଶେଷ ନାଥ ମିଶ୍ର) ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ …

ସଞ୍ଜୀବ ଆରୋରା କିଏ? ଇଡି ହେପାଜତରେ ରିଅଲ ଇଷ୍ଟେଟ ଜଗତର ‘ମୁକୁଟହୀନ ସମ୍ରାଟ’ – ତାଙ୍କ ଗିରଫଦାରୀର କାରଣ ଜାଣନ୍ତୁ

ଚଣ୍ଡିଗଡ଼,୯।୫: ପଞ୍ଜାବର ସ୍ଥାନୀୟ ସରକାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଦଳ ଆରୋରାଙ୍କୁ…

‘ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପରମ୍ପରାକୁ ବଜାୟ ରଖିଛି ଭାଜପା’: ସଞ୍ଜୟ ରାଉତଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୯।୫: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ନେତା ଏବଂ ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କୁ ଚୟନ କରିବା…

ସ୍ପେନରେ ନିଶା କାରବାରକୁ ଶକ୍ତ ଝଟକା, ୪୧ ଟନ କୋକେନ ଜବତ, ୭୭ ଗିରଫ

ମାଡ୍ରିଡ,୯।୫: ସମୁଦ୍ରରେ ନିଶା କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ସ୍ପାନିସ ପୋଲିସ ମୋଟ ୪୧ ଟନ କୋକେନ ଜବତ କରିଛି। କେବଳ ଏହି ଅପରେଶନଗୁଡ଼ିକ ମଧ୍ୟରୁ…

ସର୍ବସାଧାରଣ ପୋଖରୀ ଜବରଦଖଲ, ଆନ୍ଦୋଳନ ନିଷ୍ପତ୍ତି

ନୂଆପଡ଼ା,୯ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୁଳାଭାଟ ପଞ୍ଚାୟତ ଭଏଁଷାଦାଦର ଗଁାରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ…

କେସିଙ୍ଗାରେ ରାଷ୍ଟ୍ରୀୟ ଲୋକ ଅଦାଲତ: ଚେକ ବାଉନ୍ସ ମାମଲାରେ …

କେସିଙ୍ଗା,୯।୫(ତୁମେଶ୍ୱର ସାହୁ,): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅଧ୍ୟକ୍ଷା ଦୀପ୍ତି ସେଠଙ୍କ ନେତୃତ୍ୱରେ…

ଘାଇରେ ଭାସୁଛି ମୃତଦେହ: ଚନ୍ଦ୍ରଗିରିରେ ଚାଞ୍ଚଲ୍ୟ

ମୋହନା,୯।୫( ମନ୍ମଥ ମିଶ୍ର ): ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା…

ଭଗ୍ନାବସ୍ଥାରେ ପଡ଼ିରହିଛି ବୌଦ୍ଧ ମୂର୍ତ୍ତି: ସୌନ୍ଦର୍ଯ୍ୟକରଣ ପୁନରୁଦ୍ଧାର ଅପେକ୍ଷାରେ ଛତ୍ରପୁର ପୌରପରିଷଦ

ଛତ୍ରପୁର,୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରମୁଖ ସହର ତଥା ସଦରମହକୁମା ଛତ୍ରପୁରଠାରେ ଦୀର୍ଘବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ। ୨୦୧୩ ‘ଫାଇଲିନ’ ମହାବାତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri