୮ ମାସ ତଳେ କରିଥିଲେ ବିବାହ, ଯୌତୁକ ପାଇଁ ମାରିଦେଲେ ଶାଶୁଘର ଲୋକେ, ଅଭିଯୋଗ ଆଣିଲେ ବାପଘର

ନିରାକାରପୁର,୨୭ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ବାହାଘରକୁ ବର୍ଷଟିଏ ବି ପୂରିନି। କିନ୍ତୁ ଯୌତୁକ ଜୁଇରେ ଜଳିଲାଣି ନବବଧୂର ଚିତା। ଶାଶୁଘର ପକ୍ଷରୁ ଅଧିକ ଯୌତୁକ ଦାବି କରି ମୋ’ ଝିଅକୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ନିରାକାରପୁର ଥାନା ନୂଆଗଡ଼ ପଞ୍ଚାୟତ ଅଧିନସ୍ଥ ହରିପୁର ଗ୍ରାମର ଶରତ ଦାସ।

ଶରତଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ତାଙ୍କ ସାନଝିଅ ଟୁନି ଦାସ (୨୫)ଗତ ୮ମାସ ତଳେ ଜଙ୍କିଆ ଥାନା ଅଧିନସ୍ଥ ଓରବରସିଂ ପଞ୍ଚାୟତ ଅଧିନସ୍ଥ କୃଷ୍ଣପୁର ଗ୍ରାମର ବଳରାମ ସୁନ୍ଦରାୟଙ୍କ ବଡ଼ପୁଅ ବିକାଶ ସୁନ୍ଦରାୟଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପୂର୍ବରୁ ଦାବି ମୁତାବକ ଯାନି ଯୌତୁକ ସବୁ ଦିଆଯାଇଥିଲା ସବୁ କିଛି ଠିକ୍‌ଠାକ୍‌ ଥିଲା। ହେଲେ ବିକାଶ ନିଜର କର୍ମକ୍ଷେତ୍ର ବେଙ୍ଗାଲୁରୁ ଚାଲିଯିବା ପରେ ଶାଶୁ ଓ ନଣନ୍ଦଙ୍କ କଷଣ ଆରମ୍ଭ ହୋଇଯାଇଥିଲା। ଅଧିକ ଯୌତୁକ ଦାବି ସହ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ଏପରିକି ଜ୍ୱାଇଁ ସହିତ ମୋବାଇଲରେ କଥା ହେବା ଛାଡ଼ ନିଜ ମା’ ସହିତ ମଧ୍ୟ କଥା ହେବାକୁ ସୁଯୋଗ ଦେଉ ନ ଥିଲେ। କଥା କଥାକେ ଯନ୍ତ୍ରଣା ଦେବାକୁ ପଛାଉ ନ ଥିଲେ ଗୁରୁବାର ରାତି ୯ଟାରେ ସେ ମୋବାଇଲ ଯୋଗେ ତା’ ମା’ଙ୍କୁ ମୋ’ ଜୀବନ ପ୍ରତି ବିପଦ ଥିବା କାନ୍ଦିକରି ମଧ୍ୟ କହିଥିଲା। ହେଲେ ଆଜି ସକାଳୁ ତୁମ ଝିଅ ପଡ଼ିଯାଇ ଅଚେତ ହୋଇଯାଇଛି। ଆମେ ମେଡିକାଲ ନେଇଛୁ ବୋଲି ଶାଶୁଘରୁ ଫୋନ୍‌ ଆସିଥିଲା। ଆମେ ମେଡିକାଲରେ ପହଞ୍ଚି ଆମ ଝିଅର ମୃତଦେହ ଥିବା ଦେଖିବାକୁ ପାଇଥିଲୁ। ଶାଶୁ ଓ ନଣନ୍ଦ ଅଧିକ ଯୌତୁକ ଦାବିକରି ମୋ ’ଝିଅକୁ ଜୀବନରେ ମାରିଦେଇଥିବା ସେ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶରତଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ଜଙ୍କିଆ ଥାନାରେ ୪୦/୨୪ରେ ଏକ ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହ ସ୍ବାମୀଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତ ଚାଲିଛି। ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞାଋ଼ତୁମ୍ଭରା କର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

ହାଟଡିହୀ/ଛେନାପଦୀ,୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri