ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ

ନୟାଗଡ ଅଫିସ,୨୫ା୯: ଧାର ଟଙ୍କା ମାଗିବାରୁ ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ ଧୁଷୁମାରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକହେଲେ ମାୟା ଭୂୟାଁ(୬୦)। ଗୁରୁବାର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କକରିଛି।
ଅଭିଯୋଗ ଅନୁସାରେ, ଧୁଷୁମାର ପ୍ରଫୁଲ୍ଲ ଭୂୟାଁଙ୍କ ସ୍ତ୍ରୀ ମାୟାଙ୍କଠାରୁ ସେହି ଗାଁର ବୀରେନ୍ଦ୍ର ଓ ମମତା ଜେନା ୩ ଲକ୍ଷ୮୭ ହଜାର ଟଙ୍କା ଧାର ନେଇଥିଲେ। ହେଲେ ଟଙ୍କା ପରିଶୋଧ କଲେ ନାହିଁ। ଏନେଇ ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା। ବୁଧବାର ମାୟା ଟଙ୍କା ମାଗିବାକୁ ଯାଇ ଫେରି ନ ଥିଲେ। ଗୁରୁବାର ବୀରେନ୍ଦ୍ରଙ୍କ ଛାତ ଉପରୁ ମାୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ଶରଣକୁଳ ଥାନା ଆଇଆଇସି ବିମଳ ମଲ୍ଲିକ କୁହନ୍ତି, ଟଙ୍କା ଧାରକୁନେଇ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ହେଲେ ଟଙ୍କା ନେବାର କିଛି ପ୍ରମାଣ ମିଳିନି। ତେବେ ଏହା ହତ୍ୟା କି ଆମତ୍ହତ୍ୟା ଜଣାପଡିନି। (ନଂ.୧୦୦/୨୦)ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମୃତକଙ୍କ ପୁଅ ପ୍ରକାଶ କୁହନ୍ତି ମା’ଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା କାର୍‌, ଜଣେ ମୃତ

ଆନନ୍ଦପୁର,୧୧ା୨(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ କେନ୍ଦୁଝର ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଏକ...

ବଦଳିଲା କଟକ ମାଲଗୋଦାମ ଖୋଲିବା ସମୟ

କଟକ ଅଫିସ,୨ା୭: କଟକ ମାଲ ଗୋଦାମ ଖୋଲିବା ଏବଂ ବନ୍ଦ ହେବା ସମୟରେ ପରିବର୍ତ୍ତନ ହୋଇଛି। ଏ ନେଇ କଟକ ବଣିକ ସଂଘ, ମାଲଗୋଦାମ କାର୍ଯ୍ୟାଳୟ...

ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଛି ଡାକ୍ତର ପଦବୀ : ୨୦ ହଜାର ଲୋକ ହନ୍ତସନ୍ତ

ବଇଣ୍ଡା,୬ା୫(ଡି.ଏନ୍‌.ଏ)-କିଶୋରନଗର ବ୍ଲକ ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘକିଛି ମାସ ହେବ ଡାକ୍ତରୀ ପଦବୀ ଖାଲିପଡ଼ିଛି। ଫଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ...

ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା

ଲାଠୋର, ୨୮ା୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ପକ୍ଷରୁ ସୋମବାର ସକାଳେ ବସଷ୍ଟାଣ୍ଡରେ ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସରପଞ୍ଚ...

ଆଦର୍ଶ ହୁଡ଼ିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ପଟ୍ଟାଙ୍ଗି,୨୦ା୯(ଡି.ଏନ୍‌.ଏ.): ପଟ୍ଟାଙ୍ଗି ବ୍ଲକ ଶିଶାଗୁଡ଼ା ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଶୁକ୍ରବାର ବିଡିଓ କରୁଣାକର ପ୍ରଧାନଙ୍କୁ ଦାବିପତ୍ର...

ସଫେଇ ବାହାନାରେ ଜମିଲା ଭୋଜି

ଅନୁଗୋଳ ଅଫିସ, ୩୦।୪ – ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରିଛନ୍ତି ଅନୁଗୋଳ ପୌରପାଳିକାର କେତେଜଣ କର୍ମଚାରୀ। ଡିସ୍‌ ସଫେଇ ବାହାନାରେ ସେମାନେ କଳାକେନ୍ଦ୍ରରେ ବୁଧବାର ଭୋଜିର...

ସମଲେଶ୍ୱରୀ ମନ୍ଦିର ଛାତ ଭୁଶୁଡ଼ିଲା

ବଲାଙ୍ଗୀର ଅଫିସ, ୨୩।୧୦: ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଛାତ ଭୁଶୁଡି ପଡିଥିବା ଜଣାପଡିଛି। ମନ୍ଦିର ମୁଖଶାଳାର ଡାହାଣ ପଟ...

ସାଲିହାରେ କ୍ରାନ୍ତି ଦିବସ ବୀରଭୂମି ସାଲିହାର ସଂଗ୍ରାମୀ ଚିରନମସ୍ୟ

ନୂଆପଡ଼ା ଅଫିସ,୧ା୧୦ ସଦର ବ୍ଲକ ସାଲିହା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସୋମବାର ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

Advertisement
Archives

Model This Week