ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନର ଫେରାର ପରେ ମୁଖ୍ୟ ଅଭିଯୁକ୍ତ କାଳୁ ମଣ୍ଡଳଙ୍କୁ ପାଟପୁର ପୋଲିସ ଗିରଫ କରିଛି।

ସୂଚନା ଅନୁସାରେ, ଗତ ୨୦୨୫ ଡିସେମ୍ବର ୧୬ ତାରିଖରେ ଦଶମ ଶ୍ରେଣୀରେ ପଢ଼ୁଥିବା ସମ୍ପୃକ୍ତ ନାବାଳିକାଙ୍କୁ ଅଭିଯୁକ୍ତ କାଳୁ ମଣ୍ଡଳ ଅପହରଣ କରି ନେଇଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ପାଟପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଅଭିଯୁକ୍ତ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବାରୁ ତାଙ୍କର କୌଣସି ପତ୍ତା ମିଳି ନ ଥିଲା।

ଶନିବାର ଅଭିଯୁକ୍ତଙ୍କ ମୋବାଇଲ ଲୋକେସନ ଟ୍ରାକିଂ କରିବା ପରେ ତାହା ଦିଗପହଣ୍ଡି ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ସୁଲେମାନ ଭୁଁୟା ସଦଳବଳେ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ଅତର୍କିତ ଚଢ଼ାଉ କରିଥିଲେ। ସେଠାରୁ ପୋଲିସ ପୀଡ଼ିତା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଖସି ପଳାଇବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ କାଳୁ ମଣ୍ଡଳଙ୍କୁ କାବୁ କରିଥିଲା।

ଶନିବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯାଇଛି। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବା ସହ ଥାନାରେ ଜଣେ ମହିଳା ପୋଲିସ ଅଧିକାରୀ ମଧ୍ୟ ତାଙ୍କର ବୟାନ ଲିପିବଦ୍ଧ କରିଛନ୍ତି। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ପୀଡ଼ିତାଙ୍କୁ ତାଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତଙ୍କୁ ବର୍ତ୍ତମାନ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ତୁମୁଡିବନ୍ଧ BJDରେ ନୂଆ ନେତୃତ୍ୱ: ମଙ୍ଗ ଧରିଲେ କୁନା ଦଣ୍ଡସେନା ଓ ଯୋହନ ବାରିକ

ତୁମୁଡିବନ୍ଧ,୧୯ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ବୈଠକ ବୁଧବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ମୁଣ୍ଡିଗଡ଼ ସେବା…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri