ଜାଗା ମିଶନ ସର୍ଭେରେ ଚଞ୍ଚକତା ଅଭିଯୋଗ

ଭୁବନେଶ୍ୱର,୩୧।୩ (ବ୍ୟୁରୋ): ଏପ୍ରିଲ ୧ ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଅଧୀନରେ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିବେ। ସମୟ ପାଖେଇ ଆସୁଥିବାବେଳେ ଜାଗା ମିଶନ୍‌ ସର୍ଭେକୁ ନେଇ ଅଡୁଆ ବଢିବାରେ ଲାଗିଛି। ମହାନଗରରେ ଥିବା ବସ୍ତି ଅଞ୍ଚଳରେ ପ୍ରଥମେ ଡ୍ରୋନ୍‌ ସର୍ଭେ ଏବଂ ପରେ ଘରକୁ ଘର ବୁଲି ସର୍ଭେ ହୋଇଥିଲା। ଭୁବନେଶ୍ୱରରେ ୪୩୬ଟି ପଞ୍ଜୀକୃତ ବସ୍ତି ଥିବାବେଳେ ସେଥିମଧ୍ୟରୁ ପ୍ରାୟ ୧୨୫ଟି ବସ୍ତିରେ ସର୍ଭେ ହୋଇନାହିଁ। ଅପରପକ୍ଷେ ସର୍ଭେ ହୋଇଥିବା ବସ୍ତିଗୁଡିକ ମଧ୍ୟରୁ ଅଧିକାଂଶ ବସ୍ତିରେ ବାସିନ୍ଦାଙ୍କ ନାମ ତାଲିକାଭୁକ୍ତ ହୋଇନାହିଁ, ଯାହାକୁ ନେଇ ବିବାଦ ମୁଣ୍ଡ ଟେିକିଛି। ପ୍ରାୟ ୧୫ ଦିନ ହେବ ବିଭିନ୍ନ ବସ୍ତିବାସିନ୍ଦା ବିଏମ୍‌ସିର ଜୋନ୍‌ ଅଫିସ୍‌ ଓ ମୁଖ୍ୟ ଅଫିସ୍‌କୁ ଦୌଡୁଛନ୍ତି। ସେହିପରି ସରକାର କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା କରୁଥିବା କହୁଥିବାବେଳେ ସେମାନଙ୍କ ଥଇଥାନ ପାଇଁ ଏ ପର୍ଯ୍ୟନ୍ତ ସର୍ଭେ ହୋଇପାରି ନାହିଁ। ମହାବୀର ବିଜୁ ଆଦର୍ଶ କଲୋନୀ, ନିଳାଦ୍ରୀବିହାର ବସ୍ତି, ବନଫୁଲ ବସ୍ତି, ସୁବାଷ ବୋଷ ନଗର ବସ୍ତି, ପ୍ରଶାନ୍ତି ବିହାର ବସ୍ତି ଭଳି ବିଭିନ୍ନ ବସ୍ତିରେ ଏଭଳି ଅବ୍ୟବସ୍ଥା ହୋଇଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଲାଗି ରହିଛି। ତେବେ କଥା ଯେପରି ଆଗକୁ ନ ବଢିବ ସେଥିପାଇଁ ସମ୍ପୃକ୍ତ ଓ୍ବାର୍ଡର କର୍ପୋରେଟରମାନେ ବୈଠକ ପରେ ବୈଠକ କରି ଅସନ୍ତୁଷ୍ଟ ବସ୍ତି ବାସିନ୍ଦାଙ୍କୁ ବୁଝାଇବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ସର୍ଭେରେ ବ୍ୟାପକ ହେର୍‌ଫେର୍‌ ହୋଇଥିବା ଅଭିଯୋଗ କରି ଶୁକ୍ରବାର ରାଜ୍ୟ ଭାଜପା ପକ୍ଷରୁ ବିଏମ୍‌ସି ମୁଖ୍ୟାଳୟ ଘେରାଉ କରାଯିବ ବୋଲି ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ଓଡ଼ିଶା ବସ୍ତି ମହାସଂଘର ସଭାପତି ପ୍ରତାପ ସାହୁ କହିଛନ୍ତି, ସର୍ଭେ ହୋଇଥିବା ସମସ୍ତ ବସ୍ତିରେ ଏଭଳି ଅବ୍ୟବସ୍ଥା ହୋଇଛି। ୪ଶହ ଲୋକ ରହୁଥିବା ବସ୍ତିରେ ୪୭ଜଣଙ୍କ ନାମ ତାଲିକାରେ ଆସିଛି। ଅଭିଯୋଗ କଲେ ଦ୍ୱିତୀୟ ପର୍ଯ୍ୟାୟରେ ତାଲିକା କରି ପଟ୍ଟା ବଣ୍ଟନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସଫେଇ ଦିଆଯାଉଛି। ମାତ୍ର ଦ୍ୱିତୀୟ ପର୍ଯ୍ୟାୟରେ ପଟ୍ଟା ଦିଆଯିବା ନେଇ କ’ଣ ଗ୍ୟାରେଣ୍ଟି ରହିଛି ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ଶାସକ ଦଳ ପ୍ରଭାବ ରହିଥିବା ବସ୍ତି କିମ୍ବା କମିଟି ସଦସ୍ୟଙ୍କ ପରିଚିତ ବାସିନ୍ଦାଙ୍କୁ ତାଲିକାରେ ପ୍ରାଥମିକତା ଦିଆଯାଉଛି। ତେଣୁ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ପ୍ରତାପ କହିଛନ୍ତି। ସେହିପରି ସୁବାଷ ବୋଷ ନଗର ବସ୍ତି କମିଟି ସଭାପତି ପୁଷ୍କର ସୁବୁଦ୍ଧି କହିଛନ୍ତି, ଆମ ବସ୍ତିରେ ୧୨୬୭ଟି ଘରର ସର୍ଭେ ହୋଇଥିଲା। ସେଥିରୁ ମାତ୍ର ୮ଶହ ୬୯ଜଣଙ୍କର ନାମ ତାଲିକାଭୁକ୍ତ ହୋଇଥିବାବେଳେ ୩୯୮ଜଣଙ୍କ ନାମ ବାଦ୍‌ ପଡିଛି। ଏମାନେ ବସ୍ତିରେ ଦୀର୍ଘଦିନ ଧରି ରହୁଥିବାବେଳେ ସମସ୍ତ ପ୍ରମାଣ ପତ୍ର ମଧ୍ୟ ରହିଛି। ବିଏମ୍‌ସିର ଏଭଳି ଭୂଲ୍‌ ସର୍ଭେ କାରଣରୁ ଅଧିକାଂଶ ଲୋକ ଉପକୃତ ହୋବରୁ ବଞ୍ଚତ୍ତ ହେବେ ବୋଲି ପୁଷ୍କର କହିଛନ୍ତି। ବିଏମ୍‌ସି ଅଧିକାରୀଙ୍କ କହିବା ଅନୁଯାୟୀ, ଏପ୍ରିଲ ୧ ତାରିଖରେ ମୁଖ୍ୟମନ୍ତ୍ରୀ ୫୦ହଜାର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରିବେ। ତେଣୁ ମହାନଗର ଅଧିନରେ ଥିବା ବିଭିନ୍ନ ବସ୍ତି ମଧ୍ୟରୁ କିଛି କିଛି ବାସିନ୍ଦାଙ୍କ ନାମ ତାଲିକାଭୁକ୍ତ କରାଯାଇଛି। ଜମିପଟ୍ଟା ବଣ୍ଟନ ହେବାର ୧୦ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କ ନାମ ତାଲିକାଭୁକ୍ତ ହୋଇ ସେମାନଙ୍କୁ ପଟ୍ଟା ବଣ୍ଟନ କରାଯିବ ବୋଲି ସେ ସଫେଇ ଦେଇଛନ୍ତି। ମାତ୍ର ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବସ୍ତି ବାସିନ୍ଦା। ସେହିପରି ଜାଗା ମିଶନ କମିଟିରେ ଥିବା ବିଏମ୍‌ସି ଅଧିକାରୀମାନେ ପାତର ଅନ୍ତର କରିବା ସହ ହାତଗୁଞ୍ଜା ନେଇ ଏବଂ ନିଜ ପରିଚିତ ଲୋକଙ୍କ ନାମକୁ ତାଲିକାଭୁକ୍ତ କରିଥିବା ଅଭିଯୋଗ ହୋଇଥିଲା। ଯାହାପରେ ବିଏମ୍‌ସି ପକ୍ଷରୁ କମିଟିର ପ୍ରାୟ ୧୮ଜଣଙ୍କ ନାମରେ ନୋଟିସ୍‌ ଜାରି କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

ମେ’ ୬ରେ ଓଡ଼ିଶା ଆସିବେ ମୋଦି: ଏହି ୨ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୧।୫: ଆସନ୍ତା ନିର୍ବାଚନକୁ ନେଇ ପ୍ରଚାର ଜୋରସୋରରେ ଚାଲିଛି। କେନ୍ଦ୍ରର ଅନେକ ହେଭିଓ୍ବେଟ୍‌ ନେତା ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ପୁଣି...

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

୭ ବେଳକୁ ସାରା ରାଜ୍ୟରେ କମିବ ତାତି!

ଭୁବନେଶ୍ୱର,୧।୫: ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ତା’ ମଧ୍ୟରୁ ଦୁଇ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri