୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ।  କେବଳ ଅନ୍‌ଲାଇନ ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରାଯିବ। ଏହି ଆବେଦନ ପାଇଁ ପଞ୍ଜୀକରଣ ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୦ଟାରୁ ଅନ୍‌ଲାଇନ https://edistrict.odisha.gov.in ମାଧ୍ୟମରେ ଆରମ୍ଭ ହେବ। ଏହି ପଞ୍ଜୀକରଣ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅତିରିକ୍ତ ଜିଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ଚଳିତ ବର୍ଷର ହବିଷିଆଳି ବ୍ରତ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।  ଅତିରିକ୍ତ ଜିଲାପାଳ ବେହେରା କହିଛନ୍ତି, ଅକ୍ଟୋବର ୨୬ରୁ ହବିଷିଆଳି ବ୍ରତ ଆରମ୍ଭ ହେଉଥିବାରୁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ମୋଚିସାହି କଲ୍ୟାଣମଣ୍ଡପ ଓ ରେଲ୍‌ଓ୍ବେ ଟୁରିଷ୍ଟ କମ୍ପ୍ଲେକ୍ସରେ ହବିଷିଆଳି ମା’ମାନେ ରହିବେ। ସେମାନଙ୍କ ରହଣି ସହ ପ୍ରାତଃରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇଥିବେ। ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ଓ ୫୦ରୁ ୭୦ ବର୍ଷ
 ବୟସର ବିବାହିତ ମହିଳା କେବଳ ଆବେଦନ କରିପାରିବେ। ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଅନ୍‌ଲାଇନରେ ପଞ୍ଜୀକରଣ କରି ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହବିଷିଆଳି ମା’ମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ, ସେ ସମ୍ପର୍କରେ ପଞ୍ଜୀକୃତ ମୋବାଇଲ ନମ୍ବର ମାଧ୍ୟମରେ ସୂଚନା ଦିଆଯିବ। ଏହି ସୂଚନା ଥିବା ରସିଦ୍‌ର କପି ସହ ସଂପୃକ୍ତ ଯୋଗ୍ୟ ହବିଷିଆଳି ମା’ ଧାର୍ଯ୍ୟ ହବିଷିଆଳି କେନ୍ଦ୍ରରେ ପହଞ୍ଚିଲେ ରହଣି ବ୍ୟବସ୍ଥା କରାଯିବ।
ବିନା ପଞ୍ଜୀକରଣରେ ଅପ୍ରତ୍ୟାଶିତ ଭାବେ ହବିଷିଆଳି ଶିବିରକୁ ଆସୁଥିବା ବ୍ୟକ୍ତିଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ। ଶିବିରରେ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଉପଜିଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?