Posted inଜାତୀୟ

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ କରାଯାଇଛି। ଆନ୍ଦୋଳନ ପାଇଁ ପୋଲିସ ଅନୁମତି ଦେଇ ନ ଥିଲେ ମଧ୍ୟ ଅନେକ ହଜାର ମହିଳାପୁରୁଷ ଶିବାଜୀ ପାର୍କରେ ରୁଣ୍ଡ ହୋଇଥିଲେ। କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରେ ବ୍ୟାପକ ପୋଲିସ ଓ ସୁରକ୍ଷା ବଳ ନିୟୋଜିତ ହେବା ସହ ଦାଦର ରେଳଷ୍ଟେଶନ ନିକଟରେ ବ୍ୟାରିକେଡ୍‌ କରାଯାଇଥିଲା। ସିଇସି ପଦରୁ ଜ୍ଞାନେଶ କୁମାର ଇସ୍ତଫା ନ ଦେଲେ ‘ଯନ୍ତରମନ୍ତର ୨.୦’ ଆରମ୍ଭ କରିବାକୁ ସିଜେପି ନେତା ଅଭିଜିତ୍‌ ଦୀପ୍‌କେ ଚେତାବନୀ ଦେଇଛନ୍ତି। ସେ ‘ଚଲୋ ଦିଲ୍ଲୀ’ ଆହ୍ବାନ ଦେଲେ ସାରା ଦେଶରୁ ଜେନ୍‌ ଜି ଦିଲ୍ଲୀ ଆସିବେ ବୋଲି ଦୀପ୍‌କେ କହିଛନ୍ତି। ସେ ଭାଜପା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ ଟାର୍ଗେଟ କରିଛନ୍ତି।
ଜ୍ଞାନେଶ ନିଶ୍ଚିତ ଭାବେ ଇସ୍ତଫା ଦେବା ସହ ଆପରାଧିକ ମାମଲାର ସମ୍ମୁଖୀନ ହେବାକୁ ସିଜେପି ନେତା ଆଜିଙ୍କ୍ୟା ଶିନ୍ଦେ ଦାବି କରିଛନ୍ତି। ବିକ୍ଷୋଭକାରୀ ତ୍ରିରଙ୍ଗା ସହ ପ୍ଲାକାର୍ଡ ଧରିଥିବା ଦେଖାଯାଇଥିଲା, ଯେଉଁଥିରେ ବାର୍ତ୍ତା ଥିଲା ‘ଜ୍ଞାନେଶ, ଆପଣ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ନାହିଁ, ତେଣୁ ଆପଣ ଇସ୍ତଫା ଦିଅନ୍ତୁ। ଗଦ୍ଦାର ଜ୍ଞାନେଶଙ୍କୁ ପଦବୀରୁ ଯିବାକୁ ହେବ।’ ବିକ୍ଷୋଭରେ ଭାରତର ଛାତ୍ର ମହାସଂଘ (ଏସ୍‌ଏଫ୍‌ଆଇ), ସର୍ବଭାରତୀୟ ଛାତ୍ର ଫେଡେରେଶନ (ଏଆଇଏସ୍‌ଏଫ୍‌)ର କର୍ମୀମାନେ ସାମିଲ ହୋଇଥିଲେ। ଏଥିସହିତ ବର୍ଷୀୟାନ ଅଭିନେତ୍ରୀ ଶାବନା ଆଜ୍‌ମୀ, ଅଭିନେତା ନାସିରୁଦ୍ଦିନ ଶାହା ଏବଂ ଗାୟକ ବିଶାଳ ଦଦଲାନି ଏବଂ ମହାତ୍ମା ଗାନ୍ଧୀଙ୍କ ଅଣନାତି ଆକ୍ଟିଭିଷ୍ଟ ତୁଷାର ଗାନ୍ଧୀ ମଧ୍ୟ ବିକ୍ଷୋଭରେ ଯୋଗ ଦେଇଥିଲେ।
ବିକ୍ଷୋଭକାରୀଙ୍କୁ ଉଦ୍‌ବୋଧନ ଦେଇ ଦୀପ୍‌କେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏତେ ଅଯୋଗ୍ୟ ଯେ, ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଯନ୍ତରମନ୍ତରରେ ଆନ୍ଦୋଳନର ୨ ମାସ ମଧ୍ୟରେ ସେମାନଙ୍କୁ ଆଉ ଏକ ଆନ୍ଦୋଳନ ଆରମ୍ଭ କରିବାକୁ ପଡ଼ିଲା। ସାହସ ଥିଲେ ବିକ୍ଷୋଭକାରୀମାନଙ୍କୁ ଜେଲ ପଠାଇବା ପାଇଁ ଦୀପ୍‌କେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ଶିବସେନା (ୟୁବିଟି) ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମଧ୍ୟ ସିଜେପି ଆନ୍ଦୋଳନକୁ ସମର୍ଥନ ଜଣାଇଛି।
ବିକ୍ଷୋଭ ପୂର୍ବରୁ ଗାନ୍ଧୀ ଜୟନ୍ତୀ ଅବସରରେ ଦୀପ୍‌କେ ଦକ୍ଷିଣ ମୁମ୍ବାଇସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସିଇସି ନିଯୁକ୍ତିରେ ସ୍ବଚ୍ଛତା ପାଇଁ ସିଜେପି ଦାବି କରିବା ସହ ୨୦୨୫ ଭୋଟର ତାଲିକାକୁ ସ୍ଥଗିତ ରଖିବାକୁ ଆହ୍ବାନ ଦେଇଛିି। ଏହାକୁ ଆଉ ଅଧିକ ହେରଫେର କରା ନ ଯାଉ ବୋଲି ସିଜେପି କହିଛି।
ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସମ୍ପର୍କିତ ନିଷ୍ପତ୍ତି ଓ ନିର୍ଦ୍ଦେଶକୁ ନେଇ ୧୦ ମାସ ମଧ୍ୟରେ ୨ ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଜୋଷୀ ୧୪ ଥର ପ୍ରତିବାଦ ଜଣାଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିବାକୁ ସିଜେପି ଘୋଷଣା କରିଥିଲା। ତେବେ ନିର୍ବାଚନ କମିଶନ ପରେ ସଫେଇ ଦେଇ କହିଥିଲେ, ଏସ୍‌ଆଇଆର୍‌ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ୩ ସଦସ୍ୟ ବିଶିଷ୍ଟ ଆୟୋଗରେ ସର୍ବସମ୍ମତକ୍ରମେ ନିଆଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?