Advertisement

ମନ୍ଦିର ଯିବା ବେଳେ ଦୁର୍ଘଟଣା: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ, ଝିଅ ଗୁରୁତର

କେନ୍ଦୁଝର,୯ା୧୧(ସ୍ବ.ପ୍ର.): ଝୁମ୍ପୁରା ଥାନା ଅନ୍ତର୍ଗତ ଘଣ୍ଟିପଶି ଗ୍ରାମ ମୁଣ୍ଡାସାହି ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଡାଲା ଅଟୋ ଓ ବାଇକ୍‌ ଧକ୍କା ହେବା ଫଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ-ଝିଅ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ଜଗନ୍ନାଥ ପଲେଇ (୪୫) ଓ ଘର ନିଶ୍ଚିନ୍ତପୁର ଗ୍ରାମରେ ବୋଲି ଜଣାପଡ଼ିଛି। ବୁଧବାର ଜଗନ୍ନାଥ ଏକ ବାଇକ୍‌ରେ ସ୍ତ୍ରୀ ଏବଂ ଝିଅକୁ ବସାଇ କାଳିକା ପ୍ରସାଦସ୍ଥିତ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ। ରାସ୍ତାରେ ବାଉଁଶ ବୋଝେଇ ଏକ ଅଟୋ (ଓଆର ୦୯ କେ/୨୫୧୬) ସହିତ ମୁହାଁମୁହିଁ ଧକ୍କା ହେବାରୁ ସେମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି। ଥାନାଧିକାରୀ ବରେନ୍ଦ୍ର ସିଆଳ କହିଛନ୍ତି,ଦୁର୍ଘଟଣା ଘଟାଇଥିବା ଅଟୋ ଜବତ ହୋଇଛି। ଏନେଇ କେସ୍‌ ନମ୍ବର ୧୩୧/୨୨ରେ ମାମଲା ରୁଜୁ ହୋଇ ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ଜୈନ କୀର୍ତ୍ତିରାଜି ଚିହ୍ନଟ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଓଡ଼ିଶାରେ ପ୍ରାଚୀନ କାଳରୁ ବିଭିନ୍ନ ସମ୍ପ୍ରଦାୟର ରାଜାଙ୍କ ଶାସନ ଚାଲିଆସୁଥିବା ବେଳେ ଅନେକ କୀର୍ତ୍ତିରାଜିର ଛାପ ଛାଡ଼ିଯାଇଛନ୍ତି। ସେହି କୀର୍ତ୍ତିରାଜିଗୁଡ଼ିକ ଏବେ ବି ଓଡ଼ିଶାର...

ଝାରସୁଗୁଡାରେ ଚର୍ଚ୍ଚା: ନବ ଆଉଟ୍‌, କିଶୋର ଇନ୍‌

ଝାରସୁଗୁଡା ଅଫିସ,୮।୭: ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ ମଧ୍ୟ ରାଜନୈତିକ...

ଦିଗପହଣ୍ଡିରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ

ଦିଗପହଣ୍ଡି, ୫।୫(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଅଧୀନ ଅନେକ ଗ୍ରାମାଞ୍ଚଳରେ ରାଶନ କାର୍ଡ ପାଇବା ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଅପେକ୍ଷା କରି ରହିଛନ୍ତି। ହେଲେ ସେମାନଙ୍କୁ...

ଭଞ୍ଜନଗରରେ ବିଜେଡି ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର...

ଟ୍ରେନ୍‌ରେ ନିଆଁ, ଯାତ୍ରୀ ଆତଙ୍କିତ

ଲୋଇସିଂହା,୧୭ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ପୁରୀ -ଆଜମିର ଟ୍ରେନରେ ନିଆଁ ଲାଗି ଯାଇଥିଲା। ବ୍ରେକ୍‌...

ସ୍ବାମୀ ୧୩ ବର୍ଷ ହେଲା ଫେରାର

ବ୍ରହ୍ମପୁର ଅଫିସ,୧୯ ।୬: ଅତିରିକ୍ତ ଜିଲା ଜଜ(ଏଡିଜେ)-୧ ସଂଘମିତ୍ରା ଶର୍ମା ଏକ ଯୌତୁକ ଜନିତ ହତ୍ୟା ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ଶାଶୁ ଓ ଦିଅରଙ୍କୁ...

କେନ୍ଦୁଝରରେ ଡବଲ ମର୍ଡର: ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ

କେନ୍ଦୁଝର,୨୦।୮(ସ୍ବ.ପ୍ର.): ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲାରେ। ଗୁଣିଗାରେଡ଼ି କରୁଥିବା ସନ୍ଦେହରେ କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼...

ମହାରାଷ୍ଟ୍ର, ଆନ୍ଧ୍ରରୁ ପହଞ୍ଚିଲା ୨ ଶ୍ରମିକ ସ୍ପେଶାଲ ଟ୍ରେନ୍‌

ବଲାଙ୍ଗୀର ଅଫିସ, ୨୦ା୫: ବଲାଙ୍ଗୀର ରେଲୱେ ଷ୍ଟେସନ୍‌ରେ ବୁଧବାର ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସି ପହଞ୍ଚିଛି। ମହାରାଷ୍ଟ୍ରର ମୁମ୍ବାଇ ଉପନଗର ଲୋକମାନ୍ୟ ତିଲକ ଟର୍ମିନସଠାରୁ...

Advertisement
Archives

Model This Week