ହୋଲିରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

ଦଶମନ୍ତପୁର,୨୬।୩(ଅରବିନ୍ଦ ନାୟକ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବର ମାହୋଲ ଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କ ପରିଚୟ ମିଳିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ମିଳିଥିବା ସୂଚନା ମୁତାବକ, ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଅଧୀନ ମାଙ୍କଡ଼ ମୁଣ୍ଡି ଗ୍ରାମ ନିକଟସ୍ଥ ମାଣ୍ଡିଙ୍ଗଠୁଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଜଣେ ଯୁବକ ଏକ ବାଇକ୍‌ (ନଂ.ଓଡି୧୦ଇ୬୧୩୮)ରେ ଚିକାମ୍ଭ ଯାଉଥିଲେ। ସେତିକିବେଳେ ବିପରିତ ଦିଗରୁ ଆସୁଥିବା ଏକ ବାଇକ୍‌(ନଂ.ଓଡି୧୦ଏଲ୍‌-୫୯୪୦) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ରେ ଥିବା ଅନ୍ୟ ୩ଜଣ ଚକ୍ର ଗୌଡ଼(୩୦), ପିତାମ୍ବର ଗୌଡ଼(୨୫) ଓ ଡମ୍ବରୁ ଗୌଡ଼(୪୫) ଗୁରୁତର ହୋଇଛନ୍ତି। ସେମାନେ ଅଷ୍ଟପ୍ରହରୀ ନାମ ଯଜ୍ଞ ଦେଖି ବଙ୍ଗଳାଗୁଡ଼ା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି। ଏପରିକି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?