ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୁରୁବାର ଅପରାହ୍ନରେ ରାଜ୍ୟ ରାଜପଥ ୫୩ ର ଆନନ୍ଦପୁରରୁ କରଞ୍ଜିଆ ଯାଉଥିବା ରାସ୍ତାରେ ଥିବା ସାତକୋଶିଆ ଘାଟି ଠାରେ ଏହି ଦୁର୍ଘଟଣା ଘଟିଛି । ଆନନ୍ଦପୁର ଥାନା ଅଞ୍ଚଳ ପଣସଡିହା ପଞ୍ଚାୟତ ସିକାବେଡା ଗାଁର ପ୍ରାୟ ୩୦ ଜଣ ପୁରୁଷ ଓ ମହିଳା ଶ୍ରମିକ ଚାପୁଣ୍ଡିଆ ଗାଁକୁ ଧାନତଳି ରୋଇବା କାମକୁ ଯାଇଥିଲେ । ଦିନସାରା ପରିଶ୍ରମ ପରେ ସେମାନେ ୨ଟି ଅଟୋ ଯୋଗେ ନିଜ ଘରକୁ ଫେରୁଥିଲେ। ଘାଟିରେ ଗାଡି ଚଢିବା ବେଳେ ହଠାତ ସାମ୍ନାରୁ ଦ୍ରୁତ ଗତିରେ ଆସୁଥିବା ଏକ ଥାର୍ ଗାଡି ଅଟୋକୁ ସିଧା ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଅଟୋଟି ରାସ୍ତାକଡକୁ ଓଲଟି ପଡିଥିଲା। ଅଟୋରେ ବସିଥିବା ଶ୍ରମିକମାନେ ଚିତ୍କାର କରି ଉଠିଥିଲେ । ଘଟଣାସ୍ଥଳରେ ହିଁ ଲୁଡଗି କଙ୍କନ ନାମକ ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ମହୁଲଡିହା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ତୁରନ୍ତ ଆନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇପାରେ ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ଥାର୍ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି । ପୋଲିସ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ…

କେସିଙ୍ଗାରେ ବିଜେଡି ଯୁବ ରାଜ୍ୟ ସଭାପତି, କହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ…

କେସିଙ୍ଗା,୨୦ା୮(ତୁମେଶ୍ୱର ସାହୁ): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ କୁମାର ସାହୁ ନବରଙ୍ଗପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗ ଦେବାପାଇଁ ଗୁରୁବାର…

ପୋଖରୀରେ ମୃତଦେହ-ଘରେ ମିଳିଲା କଟାମୁଣ୍ଡ, ବଲାଙ୍ଗୀରରେ ହଇଚଇ

ବଲାଙ୍ଗୀର, ୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଖୁଲାସା ହୋଇଛି ।…

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri