ଗ୍ରାସୀମ କମ୍ପାନୀରେ ଅଘଟଣ: ଗ୍ୟାସ ପାଇପ୍‌ ଫାଟି ଚାରି ଆହତ

ଗଞ୍ଜାମ,୨୪।୫(ବିଦ୍ୟାଧର ସାହୁ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ଶୁକ୍ରବାର ଅଘଟଣ ଘଟିଛି। କମ୍ପାନୀର ଗ୍ୟାସ ପାଇପ ଫାଟି ଚାରି ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର କମ୍ପାନୀ ପକ୍ଷରୁ ବିଦ୍ୟୁତ ସରବରହ ବନ୍ଦ କରାଯାଇ ଗ୍ୟାସ ପାଇପ ଗୁଡିକ ମରାମତି କାର୍ଯ୍ୟ ଚାଲିଥିଲା। ଅସାବଧାନତା ଯୋଗୁ ଗ୍ୟାସ ପାଇପ୍‌ଟି ହଠାତ୍‌ ଫାଟି ଯାଇଥିଲା। ଫଳରେ ସେଠାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ଆହତ ହୋଇଥିଲେ।
ଖବର ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ କମ୍ପାନୀ ଫାଟକ ନିକଟରେ ପହଞ୍ଚି ଫଟୋ ଉତ୍ତୋଳନ କରୁଥିବା ବେଳେ କମ୍ପାନୀରେ ସିକ୍ୟୁରିଟି ମୁଖ୍ୟ ଲିପିକ ମହାନ୍ତି ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ କମ୍ପାନୀ ଆଇଆର ମୁଖ୍ୟ ପୁରସ୍ତମ ଶର୍ମା ଏବଂ ସିଏସଆର ମୁଖ୍ୟ ସୁସ୍ମିତା ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପଟେ ଗଞ୍ଜାମ ତହସିଲଦାର ଓ ଥାନା ଆଇଆସି ନମିତା ପାତ୍ର ଗ୍ରାସୀମ କମ୍ପାନୀ କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ଗଣମାଧ୍ୟମ ପ୍ରତିନିଧି ମାନେ ସୁରକ୍ଷା ଅଧିକାରୀ ମହାନ୍ତିଙ୍କ ଦୁର୍ବ୍ୟବହାର ସମ୍ପର୍କରେ ୟୁନିଟ ହେଡ଼ଙ୍କ ଠାରେ ଅଭିଯୋଗ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯେତେ ମୁଣ୍ଡ ଯାଉଛି ଯାଉ କମ୍ପାନୀ ହାତରେ କୁଟ୍ରୁ ମାଳି ଟେକି ଦେବୁ ନାହିଁ’

ଥୁଆମୂଳ ରାମପୁର,୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ କେରପାଇ ପଞ୍ଚାୟତ କୁଟ୍ରୁ ମାଳି ପାହାଡ଼ରେ ରବିବାର ଏକ ସଂଗ୍ରାମୀ ସଭା ଅନୁଷ୍ଠିତ...

ଭଡାଘରୁ ମିଳିଲା ବରିଷ୍ଠ କିରାଣୀଙ୍କ ମୃତଦେହ

ରେଢାଖୋଲ,୧୬ା୬(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ନାକଟୀଦେଉଳ ତହସିଲ ଅଫିସର ବରିଷ୍ଠ କିରାଣୀ କ୍ଷିରୋଦ କୁମାର ବଳ(୫୦)ଙ୍କ ମୃତଦେହ ରେଢାଖୋଲ ଏନଏସି ୱାର୍ଡ ନଂ ୮ ଗଣେଷନଗରସ୍ଥିତ...

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଖଲ୍ଲିକୋଟ,୧୬।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ନିର୍ମଳଝରଠାରେ ଏକ କାର୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ୨...

ମେଳାରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜକମେରୀପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ନରସିଂହ ବେହେରା ନାମକ ଜଣେ...

ରଜରେ ମିଳିଲାନି ଦରମା, କର୍ମଚାରୀ ଅସନ୍ତୋଷ

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକାରେ ବିଭିନ୍ନ ପାର୍କମାନଙ୍କରେ ନିଯୁକ୍ତି ପାଇଥିବା ସିକ୍ୟୁରିଟି ଗାର୍ଡ ଏବଂ ସୁଇପରମାନଙ୍କୁ ଗତମାସର ଦରମା ଅଦ୍ୟାବଧି ମିଳି ନାହିଁ ।ଫଳରେ...

ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

କଣ୍ଟାବାଞ୍ଜି,୧୬ା୬: ପୁଣି ଥରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଦାବି ହୋଇଛି। ମମିତାଙ୍କ ପରିବାରକୁ ରବିବାର ଭେଟିଛନ୍ତି ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ...

ଜଳିଗଲା ୪ବଖରା ଘର

କେନ୍ଦ୍ରାପଡ଼ା,୧୬।୬: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ବଡ଼ମାନୁପୁର ଗାଁରେ ରବିବାର କ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ ବଖରା ଚାଳଛପର ଘର ପୋଡି ସମ୍ପୂର୍ଣ୍ଣ ନଷ୍ଟ...

ବାର୍‌ହା ଶିକାରୀ ଗିରଫ

ଭୁବନ,୧୬ା୬(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ରବିବାର ଚଢ଼ାଉ କରାଯାଇ ବାର୍‌ହା ମୃତଦେହ ଜବତ କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri