Posted inଖେଳ

ଧୋନିଙ୍କ ରିଟାୟରମେଣ୍ଟକୁ ନେଇ ଆସିଲା ନୂଆ ଅପଡେଟ, CSK କହିଲା ମାହିଙ୍କ ଫ୍ୟୁଚର ପ୍ଲାନ

ନୂଆଦିଲ୍ଲୀ,୨୪।୫: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ଯାତ୍ରା ଶେଷ ହୋଇଛି । ସିଏସକେକୁ ସେମାନଙ୍କର ଶେଷ ଲିଗ ମ୍ୟାଚରେ ଆରସିବି ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ମ୍ୟାଚରେ ବିଜୟ ସହିତ ଆରସିବି ଦଳ ପ୍ଲେ ଅଫ ପାଇଁ ଟିକେଟ ପାଇଲା।

ଏଥି ସହିତ ମ୍ୟାଚରେ ପରାଜୟ ପରେ ଏମଏସ ଧୋନିଙ୍କ ଅବସର ନେଇ ଆଲୋଚନା ଜୋର ଧରିଥିଲା। ଏହା ଧୋନିଙ୍କର ଶେଷ ଆଇପିଏଲ ସିଜନ ବାଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ଏହି ସମୟରେ ସିଏସକେ ସିଇଓ କାଶୀ ବିଶ୍ୱନାଥ ଧୋନିଙ୍କ ଭବିଷ୍ୟତ ଯୋଜନାକୁ ନେଇ ବଡ ଅପଡେଟ ଦେଇଛନ୍ତି।
ସୂଚନାଯୋଗ୍ୟ, ଆଇପିଏଲ ର ୧୭ତମ ସିଜନ ଆରମ୍ଭ ପୂର୍ବରୁ, ଏମ.ଏସ ଧୋନି ସିଏସକେର ଅଧିନାୟକତ୍ୱ ଛାଡିଥିଲେ। ତାଙ୍କ ସ୍ଥାନରେ ରୁତୁରାଜ ଗାଇକୱାଡଙ୍କୁ CSKର ଅଧିନାୟକ କରାଯାଇଥିଲା। ରୁତରାଜ ଗାୟକଓ୍ବାର୍ଡଙ୍କ ଅଧିନାୟକତ୍ୱରେ ସିଏସକେ ଦଳ ପ୍ଲେ ଅଫରେ ପହଞ୍ଚି ପାରି ନଥିଲା। ସେମାନଙ୍କର ଶେଷ ଲିଗ ମ୍ୟାଚ ରେ, ସିଏସକେ ଆରସିବିକୁ ହରାଇଲା ଏବଂ ସିଏସକେର ଟୁର୍ନାମେଣ୍ଟ ଯାତ୍ରା ଶେଷ ହେଲା।
ଏହି ସମୟରେ ଧୋନିଙ୍କ ଶେଷ ଆଇପିଏଲ ମ୍ୟାଚ ବିଷୟରେ ଅନେକ ଆଲୋଚନା ହୋଇଥିଲା। ସୋସିଆଲ ମିଡିଆରେ ପ୍ରଶଂସକମାନେ ଅତ୍ୟନ୍ତ ଭାବପ୍ରବଣ ଦେଖାଯାଉଥିଲେ। ତେବେ ମାହି ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଅଫିସିଆଲ ଇନଫରମେଶନ ଦେଇନାହାଁନ୍ତି, କିନ୍ତୁ ସିଏସକେ ଏହାର ୟୁଟ୍ୟୁବ ଚ୍ୟାନେଲରେ ସିଇଓ କାଶୀ ବିଶ୍ୱନାଥନଙ୍କ ଏକ ସାକ୍ଷାତକାର ଶେୟାର କରିଛନ୍ତି, ଯେଉଁଥିରେ ସେ ଧୋନିଙ୍କ ଅବସର ବିଷୟରେ କହୁଛନ୍ତି। ସେ କହିଛନ୍ତି ଅବସର ବିଷୟରେ ଧୋନି ହିଁ ଠିକ୍‌ କଥା କହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri