ଭିନ୍ନକ୍ଷମଙ୍କ ପାଖରେ ସରକାରୀ ସୁବିଧା ଅପହଞ୍ଚ: ଜିଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା,୩୦ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ମାନିଗୁଡ଼ା ପଞ୍ଚାୟତ ନାଏକପଡ଼ା ଗଁାର ଜଣେ ଭିନ୍ନକ୍ଷମ ଯୁବତୀ ବିଭିନ୍ନ ସମସ୍ୟା ନେଇ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗଁାର ମକରନ ହଂସଙ୍କ କନିଷ୍ଠ ଝିଅ ଭିନ୍ନକ୍ଷମ ରୀନା ହଂସ (୨୯)। ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ। ସରକାରୀ ସୁବିଧା କହିଲେ କେବଳ ଭିନ୍ନକ୍ଷମ ମାସିକ ଭତ୍ତା ୧୨ ଶହ ଟଙ୍କା ବ୍ୟତୀତ ଅନ୍ୟ କୌଣସି ସୁବିଧା ପାଉନାହାନ୍ତି। ସେ କୌଣସି କାର୍ଯ୍ୟ କରୁ ନ ଥିବାରୁ ଭାଇମାନେ ତାଙ୍କୁ ଖାଇବା ପାଇଁ ଦେଉନାହାନ୍ତି। ବାପାଙ୍କ ପାଖରେ ରହି ମାସକୁ ୧୨ ଶହ ଟଙ୍କାରେ ଚଳିବା କଷ୍ଟକର ହୋଇ ପଡୁଛି। ଭିନ୍ନକ୍ଷମ ଓ କମ୍‌ ଉଚ୍ଚତା ଥିବାରୁ କୌଣସି ଓଜନିଆ କାମ କରିବା ସମ୍ଭବ ନୁହେଁ। ସେ ଅନେକଥର ୩ ଚକିଆ ସାଇକେଲ ପାଇଁ ଆବେଦନ କରିଥିଲେ ମଧ୍ୟ ପାଇନାହାନ୍ତି। କୌଣସି ଦୂରଦୂରାନ୍ତକୁ ଯିବାକୁ ହେଲେ ଅନ୍ୟର ସାହାରା ନେଉଛନ୍ତି। ଭିନ୍ନକ୍ଷମ ହୋଇଥିବାରୁ ୩ ଚକିଆ ସାଇକେଲ, ଆବାସ ଗୃହ, ରାଶନ କାର୍ଡ ସହ ଅନ୍ୟାନ୍ୟ ସୁବିଧା ପାଇବା କଥା। ହେଲେ ରୀନାଙ୍କ ପାଇଁ ଏହା ସାତସପନ ପାଲଟିଛି ା ରିନା ୨୦୨୪ରେ ଯୁକ୍ତ ୨ ପାସ୍‌ କରି ଘରେ ବସି ରହିଛନ୍ତି। ୨୦୨୫ ଏପ୍ରିଲ ୧୦ରେ ସେ ଜିଲାପାଳଙ୍କୁ ସାକ୍ଷାତକରି ବିଭିନ୍ନ ସମସ୍ୟା ଜଣାଇଥିଲେ। ଜିଲାପାଳ ପତ୍ରସଂଖ୍ୟା ୬୪୬୪ରେ ତାଙ୍କୁ କୌଣସି ବିଭାଗରେ ଥଇଥାନ କରିବା ପାଇଁ କୋମନା ବିଡିଓ, ଜିଲା ଯୋଗାଣ ଅଧିକାରୀ ଓ ଜିଲା ନିଯୁକ୍ତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିବାରୁ ବୁଧବାର ପୁଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ା ଜିଲାପାଳ କୌଣସି କାର୍ଯ୍ୟରେ ଯାଇଥିବାରୁ ଡାକ ଯୋଗେ ଦାବିପତ୍ର ଦେଇ ଫେରିଯାଇଛନ୍ତି। କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟରେ ଥଇଥାନ କଲେ ଭଲରେ ଚଳିପାରିବେ ବୋଲି ଆଶା ରଖି ଆସିଥିଲେ ବୋଲି ରିନା କହିଥିଲେ। ଏହି ସମୟରେ ତାଙ୍କ ବାପାଙ୍କ ସହ ସକ୍ଷମ ଭିନ୍ନକ୍ଷମ ସଂଗଠନ ଜିଲା ସଭାପତି ଭକ୍ତବନ୍ଧୁ ଧରୁଆ, ବ୍ଲକ୍‌ ସଭାପତି ପଦ୍ମନ ମାଝି, ଶୁକଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri