Posted inଜାତୀୟ

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ ଆସିଥିଲେ। କିଛି ଜଣଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ ହୋଇଥିବାବେଳେ ଅନେକଙ୍କୁ ଅନଲାଇନରେ ଟାର୍ଗେଟ କରାଯାଇଥିଲା। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ଜୁଲାଇ ୩୧ ତାରିଖ ରାତିରେ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ସମସ୍ତ ପିଲାଙ୍କୁ କ୍ଷମା କରିଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘Hi Friends, ଆଜି ମନ ହେଉଛି କେବଳ ଆପଣଙ୍କ ସହିତ ହିଁ କଥା ହେବା ପାଇଁ, ଜନ୍ତର-ମନ୍ତରରେ ଯାହା କିଛି ଘଟିଲା ତାହା ଦେଶ ଏବଂ ଦୁନିଆ ଦେଖିଛି। କିଛି ଅଳସୁଆ ବା ଦୁଷ୍ଟ ପିଲା ଅଶ୍ଳୀଳ ଗାଳିଗୁଲଜ କରିଥିଲେ। ଯାହାକି କୌଣସି ସଭ୍ୟ ସମାଜ ପାଇଁ ଶୋଭାପ୍ରଦ ନୁହେଁ।

ପ୍ରଧାନମନ୍ତ୍ରୀ ମୋଦି ଆଗକୁ କହିଛନ୍ତି, ‘ମତେ ତ ଗାଳି ଦିଆଗଲା, ମୋର ସ୍ବର୍ଗୀୟ ମାଆଙ୍କୁ ମଧ୍ୟ ଗାଳି ଦିଆଗଲା, କେତେ ଯେ ଅଶ୍ଳୀଳ ରୂପ ଥିଲା ତାହା ଜାଣି ହେବ ନାହିଁ। କିନ୍ତୁ ଆଜି ମୁଁ କହିବାକୁ ଚାହେଁ ଯେ ପିଲାଦିନେ ଭୁଲ ହୋଇଥାଏ, ଏବଂ ପିଲାଦିନର ଭୁଲ ସୁଧାରିବାର ସୁଯୋଗ ମଧ୍ୟ ମିଳିଥାଏ, ଆଉ ଏହାକୁ ହିଁ ପିଲାଦିନ କୁହାଯାଏ। ସେଥିପାଇଁ ସମାଜ ଭିତରେ ଯେଉଁ କ୍ରୋଧ ରହିଛି, ମୁଁ ତାହାକୁ ଭଲଭାବେ ବୁଝିପାରୁଛି, ଏହା ଏକ ସାଂସ୍କୃତିକ ଆଘାତ ଯେ ଆମର ଝିଅମାନେ ଏଭଳି ଭାଷା କିପରି କହିପାରିବେ, କିନ୍ତୁ ଏହା ହେଉଛି ଏହି ପିଲାମାନଙ୍କୁ ଆଲିଙ୍ଗନ କରି ସଠିକ ପଥ ଦେଖାଇବାର ସମୟ।’

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏମାନେ ଭ୍ରଷ୍ଟ କିମ୍ବା ପଥଭ୍ରଷ୍ଟ ପିଲା, ସେମାନଙ୍କୁ ସଠିକ ପଥ ଦେଖାଇବା ଆମର କାମ; ସେମାନଙ୍କୁ ଦଣ୍ଡ ଦେବା, କୋର୍ଟ କଚେରୀ ଚକ୍କର କାଟିବାକୁ ଦେବା, ସମାଜରେ ସେମାନଙ୍କୁ ନିର୍ଯାତନା ଦେବା ଦ୍ୱାରା ଆମେ ପରିସ୍ଥିତି ବଦଳାଇ ପାରିବା ନାହିଁ, ମୁଁ ସେମାନଙ୍କୁ କ୍ଷମା କରିବାକୁ ଚାହେଁ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ: ଦଶିପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମାର୍ଶାଘାଇ,୭ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ି ହୋଇଛି। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦଶିପୁରଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ଜେଲ ଗଲେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍‌ ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କୁ…

୪ ଦିନରେ ଗଲାଣି ୫ଜଣଙ୍କ ଜୀବନ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ଅଶାନ୍ତ ହୋଇ ଉଠିଛି ସ୍ମାର୍ଟସିଟି ଭୁବନେଶ୍ୱର। କେଉଁଠି ଗୁଳିମାଡ଼ ହେଉଛି ତ’ ଆଉ କେଉଁଠି ପଥରରେ ଛେଚି ହତ୍ୟା କରାଯାଉଛି। ସାମାନ୍ୟ ବଚସା ହେଉ…

କୋର୍ଟରେ ଓକିଲ, ସିଏଏସ୍‌ଆଇଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଆକମ୍ରଣ

ଝରିଗାଁ,୭।୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ଜଣେ ଅଙ୍ଗନଓ୍ବାଡି କର୍ମୀ ପଶି ସରକାରୀ ଓକିଲ ଓ…

୬୦ ଦିନ ଶୋଇ ୯ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କଲେ ମହିଳା, ଜାଣନ୍ତୁ ପୂରା ଘଟଣା…

ମୁମ୍ବାଇର ଜଣେ ମହିଳା ଶୋଇଶୋଇ ରୋଜଗାର କରିଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମୁମ୍ବାଇର ଜିନିଆ ଚାଟାର୍ଜୀ ‘ସ୍ଲିପ ଇଣ୍ଟର୍ନଶିପ୍‌’ ଜିତିଥିଲେ। ୨୦୦୦୦୦ରୁ ଅଧିକ ଆବେଦନ…

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇ କହିଲେ ଯବାନଙ୍କ…

ନୂଆଦିଲ୍ଲୀ,୮ା୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଗସ୍ତ କରୁଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ…

ରୋହିତ, ବିରାଟ, ଶିଖର ଧୱନ ଯାହା କରିପାରିଲେ ନାହିଁ, ତାହା କରି ଦେଖାଇବେ ଗିଲ

ନୂଆଦିଲ୍ଲୀ,୮।୧୧: ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ…

ଶ୍ରମିକଙ୍କୁ ଛୁରାମାଡ଼, ସଙ୍କଟାପନ୍ନ ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର

କେସିଙ୍ଗା, ୮।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ରେଳ ମାଲଗୋଦାମ ନିକଟରେ ଗତକାଲି ରାତିରେ ଲୁଟ୍‌ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ରୋଶନ ସେଠୀ (୨୩) ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?