ଏକ୍‌ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି

ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍‌ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍‌ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ ଗୁରୁତର ରୋଗୀ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଉଛନ୍ତି। ତେବେ ସବୁ ରୋଗୀ ଏକ୍‌ମୋ ଦ୍ୱାରା ଭଲ ହେଉଛନ୍ତି କି ନାହିଁ ସେ ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ପ୍ରଫେସର ଡା. ବାନାମ୍ବର ରାୟ। ସେ କହିଛନ୍ତି, ଫୁସ୍‌ଫୁସ୍‌ ବହୁତ ଖରାପ ହେଲେ ଭେଣ୍ଟିଲେଟର କାମ କରିପାରେ ନାହିଁ। କୋଭିଡ୍‌ ବେଳେ ଭେଣ୍ଟିଲେଟରକୁ ୧୦ଜଣ ଗଲେ, ପ୍ରାୟ ୨ ଜଣ ବଞ୍ଚନ୍ତି। କିନ୍ତୁ ଏକ୍‌ମୋ ସପୋର୍ଟରେ ହୁଏତ ୧୦ ଜଣରୁ ୪ଜଣ ବଞ୍ଚତ୍ ଯାଇପାରନ୍ତି। ଏକ୍‌ମୋ ଦ୍ୱାରା ଯେ ସମସ୍ତେ ବଞ୍ଚତ୍ବେ ସେମିତି ଭାବିବା ଠିକ୍‌ ନୁହେଁ। ଏକ୍‌ମୋରେ ରୋଗୀଙ୍କ ରକ୍ତ ଜମାଟ ବାନ୍ଧିବା, ଇନ୍‌ଫେକସନ୍‌ର ଆଶଙ୍କା ଥାଏ ବୋଲି ସେ କହିଛନ୍ତି।
ଏକ୍‌ମୋ ଚିକିତ୍ସା ସମ୍ପର୍କରେ ପ୍ରଫେସର ରାୟ କହିଛନ୍ତି, ଶରୀର ଭିତରେ ଫୁସ୍‌ଫୁସ୍‌ ଯେଉଁ କାମ କରେ, ଶରୀର ବାହାରେ ଏକ୍‌ମୋ ତାହା କରେ। ଶରୀର ଭିତରେ ଥିବା ରକ୍ତ ପରିଷ୍କାର କରି ପୁଣି ଶରୀରକୁ ଛାଡ଼େ। ଯେପର୍ଯ୍ୟନ୍ତ ଫୁସଫୁସ୍‌ ଖରାପ ଥିବ, ସେପର୍ଯ୍ୟନ୍ତ ଏକ୍‌ମୋ ରକ୍ତ ପରିଷ୍କାର କାମ କରିବ। ସ୍ବାଇନ୍‌ ଫ୍ଲୁ, ନିମୋନିଆ, ଲଙ୍ଗସ ଫାଇବ୍ରୋସିସ୍‌ ହେଲେ ଏକ୍‌ମୋ ବ୍ୟବହାର ହୋଇଥାଏ। କାହାର ଫୁସ୍‌ଫୁସ୍‌ ଟ୍ରାନ୍ସପ୍ଲାଣ୍ଟ ହେଲେ, ଏକ୍‌ମୋ ବ୍ୟବହାର କରାଯାଇଥାଏ। ଏହା ଏକ ଚିକିତ୍ସା ପଦ୍ଧତି ନୁହେଁ, ଏହା କେବଳ ଏକ ସପୋର୍ଟ ବୋଲି ଡା. ରାୟ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ମାସ ବହୁ ଗୁରୁତର ରୋଗୀ ଏକ୍‌ମୋ ଚିକିତ୍ସା ପାଇଁ ଏୟାର ଲିଫ୍ଟିଂ ହୋଇ ଚେନ୍ନାଇ, କୋଲକାତା ଯାଇଛନ୍ତି। ଏହି ଚିକିତ୍ସା ପାଇଁ ଦୈନିକ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ରୋଗୀ କେତେ ଦିନ ଏହି ମେଶିନ ସପୋର୍ଟର ଆବଶ୍ୟକ କରିବ ତାହା ରୋଗୀର ସ୍ବାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri