Posted inଜାତୀୟ

ଏଏପିର ଡିଗ୍ରୀ ଦେଖାଅ ଅଭିଯାନ: ଆତିଶୀ ଦେଖାଇଲେ ନିଜ ଡିଗ୍ରୀ…

ନୂଆଦିଲ୍ଲୀ,୯।୪ : ଡିଗ୍ରୀ ଦେଖାଅ ଅଭିଯାନ ରବିବାର ଆମ ଆଦମୀ ପାର୍ଟି(ଏଏପି) ଦ୍ୱାରା ଆରମ୍ଭ ହୋଇଛି। ଏକ ଖବରଦାତା ସମ୍ମିଳନୀ କରି ଏଏପି ନେତ୍ରୀ ଆତିଶୀ ଏହି ଅଭିଯାନ ଆରମ୍ଭ କରିଥିଲେ। ସେ କହିଛନ୍ତି ଆଜିଠାରୁ ଆମେ ଏକ ଅଭିଯାନ ଆରମ୍ଭ କରୁଛୁ। ଅଭିଯାନ ଅନ୍ତର୍ଗତ ଆପଣଙ୍କର ନେତାମାନେ ସେମାନଙ୍କର ଡିଗ୍ରୀ ଆପଣଙ୍କ ସମ୍ମୁଖରେ ରଖିବେ ଏବଂ ଏହାକୁ ଦେଖାଇବେ । ମୋର ଡିୟୁରୁ ବିଏ ଡିଗ୍ରୀ, ଅକ୍ସଫୋର୍ଡରୁ ଦୁଇଟି ମାଷ୍ଟର ଡିଗ୍ରୀ ଅଛି। ସବୁକିଛି ଓରିଜିନାଲ ଅଟେ। ଆଜି ମୁଁ ସମସ୍ତ ନେତାଙ୍କୁ ନିବେଦନ କରିବାକୁ ଚାହୁଁଛି ସମସ୍ତେ ନିଜ ନିଜର ଡିଗ୍ରୀ ଦେଖାଇବା ଉଚିତ। ବିଶେଷକରି ଭାଜପା ନେତାମାନେ ନିଜର ଡିଗ୍ରୀ ଦେଖାଇବା ଆବଶ୍ୟକ।

ଧୀରେ ଧୀରେ ଏଏପିର ସମସ୍ତ ନେତା ନିଜର ଡିଗ୍ରୀ ଦେଖାଇବେ। ଉଲ୍ଲେଖନୀୟ କଥା ହେଉଛି, ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରରେ ଶିକ୍ଷା ମନ୍ତ୍ରୀ ଅଛନ୍ତି। ବେସରକାରୀ ବିଦ୍ୟାଳୟରେ ବହି ଏବଂ ୟୁନିଫର୍ମ ସମ୍ବନ୍ଧରେ ଗ୍ରହଣ କରାଯାଇଥିବା ଅଭିଯୋଗ ଉପରେ ସେ କହିଛନ୍ତି ବିଦ୍ୟାଳୟରେ ପୁସ୍ତକ ଏବଂ ୟୁନିଫର୍ମ ସମ୍ବନ୍ଧରେ ଏହି ଅଭିଯୋଗ ଗ୍ରହଣ କରାଯାଇଛି। ଗତକାଲି ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦିଆଯାଇଛି। କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଆସନ୍ତାକାଲି ଆମେ ଏଥିପାଇଁ ନିର୍ଦ୍ଦେଶାବଳୀ ଜାରି କରିବୁ। ଆବଶ୍ୟକ ହେଲେ ବିଦ୍ୟାଳୟଗୁଡ଼ିକର ମାନ୍ୟତା ମଧ୍ୟ ବାତିଲ ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?