ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ ନିଜ ବ୍ୟକ୍ତିଗତ ଜୀବନର ଏକ ଖରାପ ସମୟ ବିଷୟରେ କଥା ହୋଇଛନ୍ତି। ସେ ଆମିର ଖାନ୍‌ଙ୍କ ସାବତ ଭାଇ ହାଇଦର ଅଲ୍ଲୀ ଖାନ୍‌ଙ୍କ ସହ ନିଜ ବିବାହକୁ ମନେ ପକାଇ ଅଭିଯୋଗ କରିଛନ୍ତି ଯେ, ସମ୍ପର୍କରେ ଥିବା ସମୟରେ ତାଙ୍କୁ ଶାରୀରିକ ନିର୍ଯାତନାର ସାମ୍ନା କରିବାକୁ ପଡ଼ିଥିଲା। ଏହାସହ ସେ ହାଇଦରଙ୍କ ବର୍ତ୍ତମାନର ସ୍ଥିତି ବିଷୟରେ ମଧ୍ୟ କହିଛନ୍ତି, ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

ଟିଭି ଅଭିନେତ୍ରୀ ଇଭା ଗ୍ରୋଭର, ଆମିରଙ୍କ ସାବତ ଭାଇ ହାଇଦର ଅଲ୍ଲୀ ଖାନ୍‌ଙ୍କ ସହ ନିଜର ଜଟିଳ ବିବାହ ବିଷୟରେ ଖୋଲାଖୋଲି କଥା ହୋଇଛନ୍ତି। ସେ ଘରୋଇ ହିଂସାର ଚାଞ୍ଚଲ୍ୟକର ଅଭିଯୋଗ ଆଣିବା ସହ ବର୍ତ୍ତମାନ ସେ କିପରି କଠିନ ପରିସ୍ଥିତିରେ ରହୁଛନ୍ତି, ସେ ବିଷୟରେ ମଧ୍ୟ ଜଣାଇଛନ୍ତି। ସିଦ୍ଧାର୍ଥ କନ୍ନନ୍‌ଙ୍କ ସହ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଇଭା କହିଛନ୍ତି ଯେ, ଜଣେ ସାଧାରଣ ବନ୍ଧୁଙ୍କ ଜରିଆରେ ହାଇଦରଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। କେବଳ ୧୮ ଦିନ ଡେଟ୍ କରିବା ପରେ, ଉଭୟ ଘରୁ ଫେରାର୍ ହୋଇ ବିବାହ କରିଥିଲେ; କାରଣ ଇଭାଙ୍କ ମା’ ଏହି ସମ୍ପର୍କର ବିରୋଧୀ ଥିଲେ।

ଇଭା ଅଭିଯୋଗ କରିଛନ୍ତି ଯେ, ବିବାହ ସମୟରେ ହାଇଦର ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥିବା କଥା ତାଙ୍କୁ ଜଣାନଥିଲା। ସେ ଦାବି କରିଛନ୍ତି ଯେ, ବିବାହର କେବଳ ତିନି ଦିନ ପରେ ହିଁ ହାଇଦର ତାଙ୍କ ସହ ମାରପିଟ୍ କରିଥିଲେ ଏବଂ ଏହି ନିର୍ଯାତନା ବର୍ଷ ବର୍ଷ ଧରି ଚାଲିଥିଲା। ଇଭାଙ୍କ କହିବା ଅନୁଯାୟୀ, ହାଇଦରଙ୍କ କ୍ରମାଗତ ସନ୍ଦେହ ଏବଂ ମଦ୍ୟପାନର ଅଭ୍ୟାସ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା। ବିବାହ ବଞ୍ଚାଇବାକୁ ଚେଷ୍ଟା କରିବା ସତ୍ତ୍ୱେ, ଝିଅର ଜନ୍ମ ପରେ ଇଭା ଛାଡ଼ପତ୍ର ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଇଭା ଏହା ମଧ୍ୟ କହିଛନ୍ତି ଯେ, ଆମିର ଖାନ୍‌ଙ୍କୁ ତାଙ୍କ ସମସ୍ୟା ବିଷୟରେ ଜଣାଥିଲା ଏବଂ ସେ ଶୁଣିଥିଲେ ଯେ, ହାଇଦରଙ୍କୁ ବିବାହ କରି ସେ ଭୁଲ୍ ନିଷ୍ପତ୍ତି ନେଉଛନ୍ତି ବୋଲି ଅଭିନେତା (ଆମିର) ବିଚାର କରୁଥିଲେ। ହାଇଦରଙ୍କ ବର୍ତ୍ତମାନର ସ୍ଥିତି ବିଷୟରେ କହିବାକୁ ଯାଇ ଇଭା ପ୍ରକାଶ କରିଛନ୍ତି ଯେ, ସେ ଏବେ ଅତ୍ୟନ୍ତ କଠିନ ପରିସ୍ଥିତିରେ ରହୁଛନ୍ତି ଏବଂ ହାଇଦରଙ୍କର କୌଣସି ନିଜସ୍ୱ ଘର ନାହିଁ। ସେ କେତେବେଳେ ଚାଲ୍‌ରେ ତ କେତେବେଳେ ସାଙ୍ଗମାନଙ୍କ ସହ ରହୁଛନ୍ତି, ଏବଂ ଖାଇବା-ପିଇବା ଭଳି ମୌଳିକ ଆବଶ୍ୟକତା ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି। ନିଜର କଷ୍ଟଦାୟକ ଅତୀତକୁ ମନେ ପକାଇ ଇଭା କହିଛନ୍ତି ଯେ, ତାଙ୍କ ପ୍ରତି ତାଙ୍କର ସମବେଦନା ରହିଛି ଏବଂ ଆଶା କରୁଛନ୍ତି ଯେ ତାଙ୍କୁ ଶେଷରେ ଶାନ୍ତି ମିଳିବ।

“ମୁଁ ଶୁଣିଥିଲି ଯେ, ଆମିର ସାର୍ କହିଥିଲେ ମୁଁ ସଠିକ୍ ନିଷ୍ପତ୍ତି ନେଇନାହିଁ। ଏହି କଥା ମୋ ବିବାହ ପୂର୍ବରୁ ହିଁ ମୋ ପାଖରେ ପହଞ୍ଚିଥିଲା, କିନ୍ତୁ ମୁଁ ସେଥିପ୍ରତି ଧ୍ୟାନ ଦେଇନଥିଲି। ଆମିର ଖାନ୍ ସାର୍ ଏହି ପରିବାର ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁନଥିଲେ; ସେତେବେଳେ ତାହିର ଅବ୍ବୁ ନିଜ ଜୀବନର ଶେଷ ସମୟରେ ଥିଲେ, ତେଣୁ ସେ ତାଙ୍କୁ ପୁଣେ ନେଇଗଲେ ଏବଂ ସେଠାରେ ହିଁ ରଖିଲେ। ଏପରିକି ମୋର ପୂର୍ବ ଶାଶୂ, ଯାହାଙ୍କୁ ତାହିର ହୁସେନ୍ ବହୁତ ଭଲପାଉଥିଲେ, ତାଙ୍କୁ ମଧ୍ୟ ତାଙ୍କୁ ଭେଟିବାକୁ ଦିଆଯାଇନଥିଲା।”


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri