ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ପ୍ରଶଂସା କଲେ ଆମିର

ମୁମ୍ବାଇ,୨୬।୪: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ। ନିକଟରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ନ୍ୟାଶନାଲ କନକ୍ଲେଭରେ ଆମିର ଭାଗ ନେଇଥିଲେ। ଏହି ସମୟରେ ଆମିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମକୁ ନେଇ ଖୋଲାଖୋଲି କଥା ହୋଇଥିଲେ। ସେ କହିଥିଲେ ଏହି କାର୍ଯ୍ୟକ୍ରମ ଲୋକଙ୍କ ମନରେ ଗଭିର ପ୍ରଭାବ ଛାଡିଯାଇଥାଏ।

ସମାଚାର ଏଜେନ୍ସି ଏଏନଆଇ ତା’ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏକ ଲାଟେଷ୍ଟ ଭିଡିଓ ଶେୟାର କରିଛି। ଏହି ଭିଡିଓରେ ଆମିର ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ଖୋଲାଖୋଲି ପ୍ରଶଂସା କରୁଛନ୍ତି। ଆମିର କହିଛନ୍ତି ଏହା ଏକ ଐତିହାସିକ ପଦକ୍ଷେପ। ଏହା ମାଧ୍ୟମରେ ଭାରତୀୟଙ୍କ ଉପରେ ଗଭିର ପ୍ରଭାବ ପଡିଛି। ଏହାପରେ ପିଟିଆଇକୁ ଆମିର କହିଛନ୍ତି, ସଂଚାରର ଏହି ମାଧ୍ୟମ ଖୁବ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ, ଯାହା ଦେଶର ନେତାଙ୍କ ପକ୍ଷରୁ କରାଯାଇଛି। ଏହାଦ୍ୱାରା ଆପଣ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କଥା ହେଉଛନ୍ତି, ନିଜ ମତ ଦେଉଛନ୍ତି। ଏହି କମ୍ୟୁନିକେଶନରେ ଆପଣ ଲୋକଙ୍କୁ ଏହା କହୁଛନ୍ତି କି ଭବିଷ୍ୟତକୁ ନେଇ ଆପଣଙ୍କ ଚିନ୍ତାଧାରା କୁଆଡେ ଗତି କରୁଛି ଅବା କ’ଣ ରହିଛି। ମନ କି ବାତରେ ଏହା ବହୁତ ଜରୁରୀ କଥା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri