କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏହି ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେବା ପରେ ମଙ୍ଗଳବାର ସେ କଂଗ୍ରେସ ବିରୋଧରେ ଏତଲା ଦେଇଛନ୍ତି।
୨୦୧୪ ଲୋକ ସଭା ନିର୍ବାଚନ ପୂର୍ବରୁ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା କ୍ଷମତାକୁ ଆସିଲେ ସୁଇସ୍‌ ବ୍ୟାଙ୍କରୁ କଳାଧନ ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏ ଜମା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କଳାଧନ ଆଣିବା ତ ଦୂରର କଥା, ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ କେତେ କଳାଧନ ଅଛି ତାହା ମଧ୍ୟ ପ୍ରଘଟ ହୋଇପାରିଲା ନାହିଁ। ଗତ ୧୦ ବର୍ଷ ମଧ୍ୟରେ ଅନେକ ଥର ଏହି ପ୍ରସଙ୍ଗ ଉଠିଥିଲେ ମଧ୍ୟ ଭାଜପା କିମ୍ବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ କୌଣସି ଉତ୍ତର ଆସିନାହିଁ। ଇତିମଧ୍ୟରେ ୨୦୨୪ ଲୋକ ସଭା ନିର୍ବାଚନକୁ କିଛି ଦିନ ବାକି ଥିବାବେଳେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ଏକ ଡିପ୍‌ଫେକ୍‌ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରାଯାଇ ଆମୀରଙ୍କ ଦଶନ୍ଧି ପୁରୁଣା ଲୋକପ୍ରିୟ ଟିଭି ଶୋ ‘ସତ୍ୟମେବ ଜୟତେ’ର ଏକ ଦୃଶ୍ୟକୁ ସନ୍ନିବେଶିତ କରାଯାଇଛି। ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ନେଇ ଭାଜପା ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆମୀର ସମାଲୋଚନା କରୁଥିବା ଏଥିରେ ଦେଖିବାକୁ ମିଳିଛି। ଆମୀର କହୁଛନ୍ତି, ଭାରତର ପ୍ରତ୍ୟେକ ନାଗରିକ ଲକ୍ଷପତି। କାରଣ ସମସ୍ତଙ୍କ ପାଖରେ ୧୫ ଲକ୍ଷ ଟଙ୍କା ଲେଖାଏ ରହିବା ଉଚିତ। କ’ଣ କହିଲେ, ଆପଣଙ୍କ ଆକାଉଣ୍ଟରେ ୧୫ ଲକ୍ଷ ନାହିଁ? ତେବେ ଏହି ଟଙ୍କା କୁଆଡ଼େ ଗଲା? ତେବେ ଏପରି ଜୁମଲାବାଜଙ୍କ ପ୍ରତି ରୁହନ୍ତୁ ସାବଧାନ। ନଚେତ ଆପଣଙ୍କର ହେବ ନୁକ୍‌ସାନ। ଦେଶହିତରେ ଜାରି। ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍‌ସି) ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏହି ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେବା ପରେ ଅଭିନେତା ଆମୀର ମୁମ୍ବାଇ ପୋଲିସରେ କଂଗ୍ରେସ ବିରୋଧରେ ଏତଲା ଦେଇଛନ୍ତି।
ବିବାଦୀୟ ବିଜ୍ଞାପନ ଭାଜପାକୁ ଟାର୍ଗେଟ କରି ପ୍ରସ୍ତୁତ ଓ ପ୍ରସାର କରାଯାଇଥିବାରୁ ଆମୀର ଏହାର ନିନ୍ଦା କରିଛନ୍ତି। ଆମୀରଙ୍କ ଜଣେ ମୁଖପାତ୍ର କହିଛନ୍ତି, ଭେଟେରାନ୍‌ ଅଭିନେତା ନିଜ ୩୫ ବର୍ଷର ରାଜନୈତିକ କ୍ୟାରିୟରରେ କେବେହେଲେ କୌଣସି ରାଜନୈତିକ ଦଳକୁ ସମର୍ଥନ କରିନାହାନ୍ତି। ସେ ଅତୀତରେ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ଜରିଆରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ତେବେ ତାହା ସମ୍ପୂର୍ଣ୍ଣ ରୂପେ ଅଣରାଜନୈତିକ ଥିଲା। ତାଙ୍କ ନାମରେ ମିଥ୍ୟା ଓ ବିଭ୍ରାନ୍ତିକର ଡିପ୍‌ଫେକ୍‌ ଭିଡିଓ ଜାରି କରିବା ବେଆଇନ। ତେଣୁ ଏହାକୁ ପ୍ରସ୍ତୁତ ଓ ପ୍ରସାର କରିଥିବା ବ୍ୟକ୍ତି ବା ସଙ୍ଗଠନ ବିରୋଧରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମୀରଙ୍କ ଅଭିଯୋଗକ୍ରମେ ମୁମ୍ବାଇ ପୋଲିସର ସାଇବର କ୍ରାଇମ୍‌ ସେଲ୍‌ ଏହାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri