ଆଧାର: ଏକ ଅନାବଶ୍ୟକ ଯୋଜନା

ସୌଭାଗ୍ୟ ସୁନ୍ଦରରାୟ

ଗତ ଅଗଷ୍ଟ ୧୦ ତାରିଖରେ ଆଇଆଇଟି-ରୁର୍‌କିର ପ୍ରାୟ ୩୦ ହଜାର ଛାତ୍ରୀଛାତ୍ରଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନୀନ ହୋଇଯାଇଛି। ଏହି ପ୍ରଘଟ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଆଭ୍ୟରୀଣ କମିଟି ଗଠନ କରାଯାଇଛି। ଆଇଆଇଟି-ରୁର୍‌କି ହେଉଛି ଦେଶର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ। ଏଭଳି ଏକ ଶିକ୍ଷାନୁଷ୍ଠାନ ନିଜ ତଥ୍ୟକୁ ସୁରକ୍ଷା ଦେଇପାରୁ ନାହିଁ ବା ଗୋପନୀୟତା ବଜାୟ ରଖିପାରୁ ନାହିଁ। ଏପ୍ରକାର ପରିସ୍ଥିତିରେ ଆଧାର ତଥ୍ୟ ଗୋପନୀୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠିବା ସ୍ବାଭାବିକ। ଯଦି ଭାରତୀୟଙ୍କ ପରିଚୟର ଏକାଧିକ ପ୍ରମାଣପତ୍ର ରହିଛି, ତାହାହେଲେ ଆଧାରକୁ ଆଉ ଏକ ପରିଚୟପତ୍ର ଭାବେ ସଂଯୋଗ କରାଯିବାର କି ଆବଶ୍ୟକତା ପଡ଼ିଲା? ଆଧାରର ଡାଟା ଗୋପନୀୟତା ଅଦ୍ୟାବଧି ସ୍ବଚ୍ଛ ନୁହେଁ। ଆଖି ଡୋଳାର ଫଟୋ ସହ ଦୁଇ ପାପୁଲିର ଦଶ ଆଙ୍ଗୁଠି ଛାପ ଆଧାରରେ ନିଆଯାଉଛି। ଏହାର ଆବଶ୍ୟକତା କ’ଣ? ବୃଦ୍ଧାଙ୍ଗୁଳି ଟିପ ଚିହ୍ନ ସବୁ ସମସ୍ୟାର ସମାଧାନ କରିପାରିବ ବୋଲି ଆମେ ଜାଣୁ, ଯାହା ଅତୀତରେ ହେଉଥିଲା। ଏହି ଛାପ ସର୍ବାଧିକ ଭରସା ଓ ବିଶ୍ୱାସଯୋଗ୍ୟ। ତେବେ କେଉଁ ବୈଷୟିକବିତ୍‌ ଦଶ ଅଙ୍ଗୁଳି ଚିହ୍ନ ପରିକଳ୍ପନା କଲେ ତାହା ଅଦ୍ୟାବଧି ଅସ୍ପଷ୍ଟ। ଦଶ ଅଙ୍ଗୁଳି ଛାପ ରହିବ, ଫଟୋ ରହିବ, ସ୍ବାକ୍ଷର ରହିବ ଏବଂ ଯେକୌଣସି ସମୟରେ ମଧ୍ୟ ସଂଶୋଧନ ହେବ। ଏହା ଅଜବ ବିଷୟ।
ସମ୍ପ୍ରତି ଆଧାର ପଞ୍ଜୀକରଣ ୟୁଆଇଡିଏଆଇ ଦ୍ୱାରା କରାଯାଉଛି। ୟୁଆଇଡିଏଆଇ କେନ୍ଦ୍ର ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଦ୍ୱାରା ପରିଚାଳିତ। ଆଧାର ପ୍ରକଳ୍ପର ପରିକଳ୍ପନା ୨୦୦୬ ମସିହାରେ କରାଯାଇଥିଲା। ଏହି ସମୟ ଥିଲା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରର ପ୍ରଥମ ପାଳି। ପ୍ରଧାନମନ୍ତ୍ରୀ ଥିଲେ ଡ. ମନମୋହନ ସିଂ। ସେ ସମୟରେ ଦେଶରେ ବିପିଏଲ୍‌ ପଞ୍ଜୀକରଣରେ ବହୁ ନକଲି ହିତାଧିକାରୀ ରହିଥିବା ଜଣାପଡ଼ିବା ପରେ ପ୍ରକୃତ ହିତାଧିକାରୀଙ୍କ ଏକ ତଥ୍ୟପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବାକୁ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ପରୀକ୍ଷାମୂଳକ ଭାବେ ଡିଜିଟାଲ ମାଧ୍ୟମରେ ତଥ୍ୟ ରଖିବା ନିମନ୍ତେ ଏହି ଚିନ୍ତା କରାଯାଇଥିଲା। ଏହାର ଲକ୍ଷ୍ୟ ସୀମିତ ଥିଲା। ପ୍ରକଳ୍ପକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ସମ୍ପର୍କରେ ବିଶେଷ କିଛି ଚିନ୍ତା କରାଯାଇ ନ ଥିଲା। ଏହା ଉପରେ ତର୍ଜମା ଜାରି ରହିଥିଲା। ବିଭିନ୍ନ ସ୍ତରରେ ବିଚାର ଆଲୋଚନା ଚାଲିଥିଲା। କାରଣ ଦେଶରେ ଡିଜିଟାଲ ବା ଇଲେକ୍‌ଟ୍ରୋନିକ୍ସ ତଥ୍ୟ ସୁରକ୍ଷା କେତେ ଗୋପନୀୟ ତାହା ଜଣା ନ ଥିଲା କି ପରୀକ୍ଷିତ ହୋଇ ନ ଥିଲା। ୨୦୧୪ରେ ୟୁପିଏ ସରକାରର ପତନ ଘଟିଲା। କେନ୍ଦ୍ରରେ କ୍ଷମତାସୀନ ହେଲା ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଏନ୍‌ଡିଏ ସରକାର। ୨୦୧୬ ମସିହା ବଜେଟ ଅଧିବେଶନ ସମୟରେ ପାର୍ଲାମେଣ୍ଟରେ ଆଧାର ବିଲ୍‌ ଗୃହୀତ କରାଇ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କଲେ ନୂଆ ସରକାର। ଆଧାର ଓ ଜିଏସ୍‌ଟି ପରିକଳ୍ପନା ୟୁପିଏ ସରକାର ଅମଳର। ସହମତି ଅଭାବରୁ ଏହା କାର୍ଯ୍ୟକାରୀ ହୋଇ ନ ଥିଲା। କାରଣ ଆଧାରରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ନୁହେଁ ବୋଲି ବିରୋଧୀ ଦଳ ଭାବେ ଭାଜପା ପକ୍ଷରୁ ଅଭିଯୋଗ କରାଯାଇଥିଲା। କିଛି ମାମଲା ମଧ୍ୟ ଅଦାଲତକୁ ଯାଇଥିଲା। ତେବେ ଭାଜପା କ୍ଷମତାସୀନ ହେବା ପରେ ପୂର୍ବ ଆଧାରକୁ ପାର୍ଲାମେଣ୍ଟରେ ‘ଅର୍ଥ ବିଲ୍‌’ ଭାବେ ଗୃହୀତ କରାଇଲେ। ଏହା ଏକ ଅସଙ୍ଗତ ପ୍ରକ୍ରିୟା ଥିଲା। ରାଜ୍ୟ ସଭାକୁ ଏଡ଼ାଇବା ଉଦ୍ଦେଶ୍ୟରେ ଅର୍ଥ ବିଲ୍‌ ଭାବେ ଏହାକୁ ଗୃହୀତ କରାଗଲା। ଏପରି ବ୍ୟବସ୍ଥାରେ ମନମୋହନ ବିଶ୍ୱାସ କରୁ ନ ଥିଲେ। ଉଭୟ ସହଯୋଗୀ ଓ ବିରୋଧୀ ଦଳକୁ ବିଶ୍ୱାସକୁ ଏହି ପ୍ରକଳ୍ପ ଦେଶବ୍ୟାପୀ କରିବା ପାଇଁ ସେ ଚାହିଁଥିଲେ। କାରଣ ଦେଶରେ ଇଲେକ୍‌ଟ୍ରୋନିକ୍ସ ବ୍ୟବସ୍ଥାରେ ତଥ୍ୟ ଗୋପନୀୟତା ନେଇ ସେ ସନ୍ଦେହରେ ଥିଲେ। ପରିକଳ୍ପନାଟି ବାସ୍ତବ ରୂପ ନେଇପାରିବ କି ନାହିଁ ତାହା ଉପରେ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ଆସିବା ପୂର୍ବରୁ ଭାଜପା ନେତୃତ୍ୱାଧୀନ ସରକାର ଏହାକୁ ପାର୍ଲାମେଣ୍ଟରେ ଗୃହୀତ କରାଇ ବାହାବା ନେବାକୁ ଚାହିଁଲେ। ଏହାର ମୁଖ୍ୟ ବିନ୍ଧାଣି ଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଏବେ ପରିଣାମ ଜଳଜଳ ହୋଇ ଦେଖାଯାଉଛି।
ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ସମୟରେ ଆଧାରକୁ କାହିଁକି ନିର୍ବାଚନ କମିଶନ ନାଗରିକ ପ୍ରମାଣପତ୍ର ଭାବେ ଗ୍ରହଣ କରିଲେ ନାହିଁ? ପ୍ରଥମେ ନିର୍ବାଚନ କମିଶନ କହିଲେ, ବହୁ ଆଧାର ନକଲି। ଆଧାର ନକଲି ହେଲା କିପରି? ଏଥିପାଇଁ କିଏ ଦାୟୀ ରହିବ? ତା’ପରେ କହିଲେ ଏହା ନାଗରିକ ପ୍ରମାଣପତ୍ର ନୁହେଁ, ପରିଚୟ ପ୍ରମାଣପତ୍ର। ଅର୍ଥାତ୍‌ ନାଗରିକ ପ୍ରମାଣପତ୍ର ନିର୍ବାଚନ କମିଶନ ଦେବେ, ପରିଚୟ ପ୍ରମାଣପତ୍ର ୟୁଆଇଡିଏଆଇ ଦେବ। ପରିଶେଷରେ ଆଧାରକୁ ପରିଚୟ ପ୍ରମାଣପତ୍ର ହେଉ ବା ନାଗରିକତା ପ୍ରମାଣପତ୍ର ହେଉ, ବିହାର ମତଦାନ ନିମନ୍ତେ ଏହା ଗ୍ରହଣ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଲେ। ଏହି ପରିପ୍ରେକ୍ଷୀରେ ଆଧାରର ବୈଧତା, ଏହାର କାର୍ଯ୍ୟଧାରା ଓ ସାମ୍ବିଧାନିକ ସ୍ଥିତି ନେଇ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଶିଶୁ ଜନ୍ମରୁ ଆଧାର କରିବା ପାଇଁ ବାଧ୍ୟ କରାଯାଉଛି। ପୁନର୍ବାର ୫ ବର୍ଷରେ ପୁଣିଥରେ ଆଧାର କରିବା ପାଇଁ ବାଧ୍ୟ କରାଯାଉଛି। ଆଧାର ନମ୍ବର ଜରିଆରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପାଣ୍ଠି ହସ୍ତାନ୍ତର କରାଯାଉଛି। କୌଣସି ବ୍ୟକ୍ତିଙ୍କର ଆଧାର ନମ୍ବର ଥିଲେ ମଧ୍ୟ ପୁଣିଥରେ ୟୁଏଏନ୍‌ ନମ୍ବର ପାଇଁ କୁହାଯାଉଛି। ଇ-କେୱାଇସି ପାଇଁ କୁହାଯାଉଛି। ଏହାଦ୍ୱାରା ଆଧାର ସଂସ୍ଥା ଉପକୃତ ହେଉଛି, ଜନସାଧାରଣ ଆର୍ଥିକ, ମାନସିକ ଓ ଶାରୀରିକ ଦୃଷ୍ଟିରୁ ହନ୍ତସନ୍ତ ହେଉଛନ୍ତି। ୫ରୁ ୧୫ ବର୍ଷ ମଧ୍ୟରେ ଥିବା ସମସ୍ତ ପିଲାଙ୍କ ବାୟୋମେଟ୍ରିକ ପାଇଁ ୟୁଆଇଡିଏଆଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି। ତାହାହେଲେ ୟୁଆଇଡିଏଆଇ କ’ଣ ଦେଶରେ ଜାତୀୟ ଜନସଂଖ୍ୟା ତାଲିକା ବା ଏନ୍‌ପିଏ ପ୍ରସ୍ତୁତ କରୁଛି କି?
ଭାରତରେ ଜନ୍ମମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥା ରହିଛି। ଏହା ଜନ୍ମମୃତ୍ୟୁ ପଞ୍ଜୀକରଣ ଆଇନ- ୧୯୬୯ ଅନୁଯାୟୀ ହୋଇଥାଏ। ଏହା କିଛି ମାତ୍ରାରେ ଜନସଂଖ୍ୟା ବୃଦ୍ଧି ଓ ହ୍ରାସର ସୂଚନା ପ୍ରଦାନ କରିବାରେ ସମର୍ଥ।
ଦେଶରେ ପ୍ରତି ୧୦ ବର୍ଷରେ ଜନଗଣନାର ବ୍ୟବସ୍ଥା ରହିଛି। ଏହା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ରେଜିଷ୍ଟ୍ରାର ଜେନେରାଲ ଓ ସେନ୍‌ସସ୍‌ କମିଶନର କରିଥାନ୍ତି। ଏହାଦ୍ୱାରା ଦଶନ୍ଧି ଜନସଂଖ୍ୟାର ହିସାବ ସହ ଆର୍ଥିକ ଓ ସାମାଜିକ ତଥ୍ୟ ମିଳିଥାଏ। ଏଥିରେ ଜନ୍ମମୃତ୍ୟୁ ପଞ୍ଜୀକରଣକୁ ସଂଯୋଗ କରାଗଲେ ନିୟମିତ ଜନସଂଖ୍ୟାର ହିସାବ କେତେକାଂଶରେ ମିଳିପାରନ୍ତା। ଭାରତୀୟ ନିର୍ବାଚନ କମିଶନ ଦେଶରେ ନାଗରିକ ଗଣନା କରି ପରିଚୟପତ୍ର ପ୍ରଦାନ କରିଥାନ୍ତି। ଏହାପରେ ରାଶନ କାର୍ଡ, ପ୍ୟାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍‌ସ, ଜମି ପଟ୍ଟା ଆଦିକୁ ପରିଚୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇ ଆସୁଛି। ଦେଶରେ ଏତେ ସାମ୍ବିଧାନିକ ସଂସ୍ଥା କାର୍ଯ୍ୟ କରୁଥିବାବେଳେ ୟୁଆଇଡିଏଆଇ ପ୍ରତିଷ୍ଠାର ଉଦ୍ଦେଶ୍ୟ ଅଦ୍ୟାବଧି ସ୍ପଷ୍ଟ ନୁହେଁ। ଏହା ବିପିଏଲ୍‌, ରାଶନ କାର୍ଡ ପରି ଅନ୍ୟ ଏକ ପରିଚୟପତ୍ର ଭାବେ ବିବେଚିତ ହେଉଛି। ତାହାହେଲେ ଆଧାରକୁ ଏତେ ଗୁରୁତ୍ୱ କାହିଁକି ପ୍ରଦାନ କରାଯାଉଛି? ଏଥିରେ ଏକ ୟୁନିକ୍‌ ବା ଅନନ୍ୟ ନମ୍ବର ରହିଛି ବୋଲି କୁହାଯାଉଛି। ୟୁଆଇଡିଏଆଇକୁ ଏକ ସମାନ୍ତରାଳ ଜନଗଣନା ସଂସ୍ଥା ଭାବେ ଆମେ ଧରିପାରିବା କି? ନା। କାରଣ ଜନଗଣନା କାର୍ଯ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ହୋଇଥାଏ। ୟୁଆଇଡିଏଆଇ ଭିନ୍ନ ଏକ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ। ଏହା କୁଆଡ଼େ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖିଥାଏ ଏବଂ ନମ୍ବର ପ୍ରଦାନ କରିଥାଏ। ଏହା ତଥ୍ୟ ଗୋପନୀୟ ରଖିବାରେ କେତେ ସମର୍ଥ ସେ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାର ଅପେକ୍ଷାରେ ରହିଛି। ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ରୁର୍‌କି ଆଇଆଇଟିରୁ ତଥ୍ୟ ପ୍ରଘଟ ହେଉଛି ସେ ସମୟରେ ୟୁଆଇଡିଏଆଇ ତଥ୍ୟ ଗୋପନୀୟତାକୁ କିପରି ବିଶ୍ୱାସକୁ ନିଆଯାଇପାରିବ। ନାଗରିକ ପରିଚୟ ଓ ଜନସୁମାରି ପାଇଁ ଦେଶରେ ଏକାଧିକ ସଂସ୍ଥା କାର୍ଯ୍ୟ କରୁଥିବାବେଳେ ୟୁଆଇଡିଏଆଇର କିଛି ଆବଶ୍ୟକତା ନାହିଁ ବୋଲି ଜନତା ଅନୁଭବ କରୁଛନ୍ତି।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?