Advertisement
Posted inଜାତୀୟ

ଏକକାଳୀନ ୧୫ ମହାପୁରୁଷଙ୍କ ଚିତ୍ର ଆଙ୍କିଲେ ଯୁବତୀ

ଲକ୍ଷ୍ନୌ, ୨୯।୧୦: କଳା ଈଶ୍ୱରଙ୍କ ପ୍ରଦତ୍ତ ଏଭଳି ଏକ ଉପହାର, ଯାହାର କୌଣସି ତୁଳନା ନାହିଁ। କେତେଜଣ ବ୍ୟକ୍ତି ନିଜ ଅନନ୍ୟ ପ୍ରତିଭା ମାଧ୍ୟମରେ ଲୋକଙ୍କ ପ୍ରିୟଭାଜନ ହୋଇଥାନ୍ତି ତ ଆଉ କେହି ବହୁ ସମ୍ମାନ ହାତେଇଥାନ୍ତି। ଉତ୍ତର ପ୍ରଦେଶ ବୁଡାନରେ ଥିବା ବିଜୟ ନଗର ଗ୍ରାମର ନୂର ଜାହାନ୍‌ ନିଜର ଅନନ୍ୟ କଳା ପ୍ରତିଭା ପାଇଁ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପିଲାଟି ଦିନରୁ ଚିତ୍ରାଙ୍କନ ପ୍ରତି ରୁଚି ରଖୁଥିବା ନୂର ଏକକାଳୀନ ୧୫ ସ୍ବାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କି ଏବେ ପ୍ରଶଂସାର ପାତ୍ର ହୋଇଛନ୍ତି। ଜଣେ ଚିତ୍ରକର ଭଳି ରଙ୍ଗ ତୂଳୀ କିମ୍ବା ପେନ୍‌ସିଲ୍‌ ମୁନରେ ନୁହେଁ ବରଂ କଲମରେ ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଛି।
ନୂର ଚିତ୍ର ଆଙ୍କୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ୯ ଖଣ୍ଡ କାଠକୁ ଯୋଡ଼ି ସେ ପ୍ରଥମେ ଏକ ଫ୍ରେମ୍‌ ତିଆରି କରୁଛନ୍ତି। ଉକ୍ତ ଫ୍ରେମ୍‌ରେ ତିଆରି ହେଉଥିବା ୧୫ଟି କୋଠରିରେ ସେ ୧୫ ଟି କଲମ ବାନ୍ଧୁଛନ୍ତି। ଏହାପରେ ହ୍ବାଇଟ୍‌ ବୋର୍ଡ ଭଳି ରଖାଯାଇଥିବା ଡ୍ରଇଂ ପେପରରେ ଗୋଟିଏ ହାତରେ ସେହି କଲମ ଖଞ୍ଜାଯାଇଥିବା ସେହି ଫ୍ରେମ୍‌କୁ ଧରି ଚିତ୍ର ଆଙ୍କୁଥିବାର ଭଇରାଲ ଭିଡିଓରେ ଦେଖାଯାଇଛି। ବିନା ବିରତିରେ କିଛି ସମୟ ଭିତରେ ନୂର ଏକକାଳୀନ ମହାତ୍ମା ଗାନ୍ଧୀ, ଭଗତ ସିଂ, ସୁଭାସ ଚନ୍ଦ୍ର ବୋଷ, ଡା. ରାଜେନ୍ଦ୍ର ପ୍ରସାଦ, ଡା. ବି.ଆର୍‌. ଆମ୍ବେଦକରଙ୍କ ଭଳି ୧୫ ଜଣ ମହାପୁରୁଷଙ୍କ ଚିତ୍ର ଆଙ୍କିଛନ୍ତି। ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ବହୁଳ ପ୍ରସାରିତ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଶେୟାର କରି ନୂରଙ୍କ ଏହି ନିଆରା ପ୍ରତିଭାକୁ ଚମତ୍କାର ବୋଲି କହିଛନ୍ତି। ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଭିଡିଓକୁ ଦେଖି ନୂରଙ୍କୁ ପ୍ରଶଂସା କରିବାରେ କୌଣସି ମଉକା ଛାଡ଼ିନାହାନ୍ତି। ପିଲାବେଳୁ ଚିତ୍ରାଙ୍କନ ପ୍ରତି ନୂରଙ୍କର ବିଶେଷ ଆଗ୍ରହ ଥିବାବେଳେ ଏହା ଜରିଆରେ ସେ ଦେଶ ପାଇଁ ଗୌରବ ଆଣିବାକୁ ଚାହୁଁଥିବା ଭିଡିଓରେ ଜନୈକ ବ୍ୟକ୍ତି କରୁଥିବା ଶୁଣାଯାଇଛି। ଆନନ୍ଦ ମହିନ୍ଦ୍ରା ନୂରଙ୍କୁ ସମସ୍ତ ପ୍ରକାର ଆର୍ଥତ୍କ ସହଯୋଗ ଯୋଗାଇଦେବେ ବୋଲି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ସହ କୃଷକଙ୍କ ଆଲୋଚନା ବିଫଳ

କରନାଲ,୭।୯: କରନାଲରେ ମହାପଞ୍ଚାୟତ ପୂର୍ବରୁ ୧୧ ଜଣିଆ କୃଷକ କମିଟି ଏବଂ ପ୍ରଶାସନ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ଏହା ପରେ କୃଷକ ନେତାମାନେ...

ହିଜାବ ମାମଲାରେ ବିଭାଜିତ ରାୟ

ନୂଆଦିଲ୍ଲୀ,୧୪।୧୦(ପି.ଟି.):କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ନିଷେଧ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ବିଭାଜିତ ରାୟ ପ୍ରଦାନ କରିଛନ୍ତି। ଫଳରେ ଏକ ବୃହତ୍ତର ପୀଠରେ ମାମଲାର ବିଚାର ଲାଗି ଏହାକୁ...

ଆଉ ୧୫ ଦିନ ବଢିବ ଲକ୍‌ଡାଉନ ଅବଧି !

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀକୁ ରୋକିବାକୁ ଦେଶରେ ଚାଲିଥିବା ଲକ୍‌ଡାଉନ ୪.୦ର ଅବଧି ମେ’ ୩୧ରେ ଶେଷ ହେଉଛି। ଏହାକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ୍‌...

ଆଉ କେତେ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଦେଖିବେ କେନ୍ଦ୍ର ସରକାର: ରାହୁଲ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଇତିମଧ୍ୟରେ ୧୧ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଘଟିଥିବା...

ଅକ୍ଟୋବର ୧୧ରେ ମହାକାଳେଶ୍ବର ମନ୍ଦିର ପ୍ରକଳ୍ପର ଉଦ୍‌ଘାଟନ କରିବେ ମୋଦି

ଭୋପାଳ,୨୦।୯: ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଉଜୈନରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏ...

ଖୁସି ନୁହନ୍ତି ମଧ୍ୟବିତ୍ତ

ନୂଆଦିଲ୍ଲୀ,୩ା୨(ଆଇଏଏନ୍‌ଏସ୍‌): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ୩୦...

ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଥିଲେ ପ୍ରଣବ

ନୂଆଦିଲ୍ଲୀ,୩୧।୮-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁବେଳକକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ପରେ...

ବନ୍ୟା ପାଣିରେ ଆମ୍ବୁଲାନ୍ସକୁ ବାଟ ଦେଖାଇ ହିରୋ ପାଲଟିଲେ ୧୨ ବର୍ଷର ବାଳକ

ବେଙ୍ଗାଲୁରୁ,୧୫।୮: ଚଳିତ ବର୍ଷ ବନ୍ୟାରେ ବେହାଲ ହେଲାଣି କର୍ନାଟକ। ଯୁଆଡେ ଚାହିଁଲେ ପାଣି ଆଉ ପାଣି। ଏହି ସମୟରେ କର୍ନାଟକ ରାଇଚୁର ଜିଲାର ହିରେରାୟନକୁମ୍ପି ଗାଁରେ...

Advertisement
Archives

Model This Week