ଟୁଇଟରରୁ ପରାଗ, ବିଜୟା ବିଦା

ନ୍ୟୁୟର୍କ,୨୯ା୧୦(ପି.ଟି.): ପକ୍ଷୀ ମୁକ୍ତହେଲା ବୋଲି ୪୪ ବିଲିୟନ ଡଲାରରେ ଟୁଇଟର କିଣିବା ପରେ ଟେସ୍‌ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ୍‌ ମସ୍କ ଟୁଇଟ୍‌ କରିଛନ୍ତି। ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌କୁ ଅଧିଗ୍ରହଣ କରିବା ପରେ ୫୧ ବର୍ଷୀୟ ମସ୍କ ଏହାର ସିଇଓ ପରାଗ ଅଗ୍ରଓ୍ବାଲ ଓ ଲିଗାଲ୍‌ ଏକ୍‌ଜିକ୍ୟୁଟିଭ୍‌ ବିଜୟା ଗାଡ୍ଡେଙ୍କୁ ବିଦା କରିଛନ୍ତି।
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଗୁରୁବାର ଟୁଇଟର କିଣିବା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିଲେ। ସେ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ ଟୁଇଟରର ଲୋକପ୍ରିୟ ଲଗୋ ‘ପକ୍ଷୀ’ ମୁକ୍ତହେଲା ବୋଲି କହିଛନ୍ତି। ଏଥିସହ ସେ ଟୁଇଟରରେ ସଂସ୍କାର ଆଣିବାକୁ ଯାଇ ପ୍ରଥମେ ଶୀର୍ଷ ପଦବୀରେ ଥିବା ୪ ଜଣଙ୍କୁ ତତ୍କାଳ ଛଟେଇ କରିଛନ୍ତି। ସେମାନେ ହେଲେ ସିଇଓ ପରାଗ ଅଗ୍ରଓ୍ବାଲ, ଲିଗାଲ ଏକ୍‌ଜିକ୍ୟୁଟିଭ୍‌ ବିଜୟା ଗାଡ୍ଡେ, ଚିଫ୍‌ ଫାଇନାନ୍ସିଆଲ ଅଫିସର (ସିଏଫ୍‌ଓ) ନେଡ୍‌ ସେଗଲ ଏବଂ ଜେନେରାଲ କାଉନ୍ସେଲ ସିଅନ୍‌ ଏଡ୍‌ଗେଟ୍‌। ପରାଗଙ୍କୁ ଟୁଇଟର ଅଫିସରୁ ବାହାର ରାସ୍ତା ଦେଖାଇ ଦିଆଯାଇଥିବା ନେଇ ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ଡିଲ୍‌ ସମ୍ପୂର୍ଣ୍ଣ ହେବା ପରେ ଟୁଇଟରର ବ୍ୟବସାୟ, କର୍ମଚାରୀ ଓ ଶେୟାରହୋଲ୍ଡର୍ସଙ୍କୁ ନେଇ ରହିଥିବା ଅନିଶ୍ଚିତତା ଦୂର ହୋଇଛି। ମସ୍କ ନେଇଥିବା ଦ୍ୱିତୀୟ ତ୍ୱରିତ ପଦକ୍ଷେପ ହେଉଛି ପୂର୍ବ ମ୍ୟାନେଜମେଣ୍ଟର ଆଜୀବନ ବାସନ୍ଦ ନୀତିକୁ ହଟାଇବା, ଯଦ୍ଦ୍ବାରା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ଟୁଇଟରକୁ ଫେରିବା ପଥ ପରିଷ୍କାର ହୋଇଛି। ତେବେ ଏହି ଅଧିଗ୍ରହଣ ପାଇଁ ମସ୍କ ଗୋଟିଏ ଦିନରେ ୪୪ ବିଲିୟନ ଡଲାର କିପରି ଯୋଗାଡ଼ କଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଟେସ୍‌ଲା ସିଇଓଙ୍କ ନେତୃତ୍ୱରେ ଶେୟାର କ୍ରେତାମାନଙ୍କ ଏକ ଗୋଷ୍ଠୀରେ କ୍ରିପ୍ଟୋ ଏକ୍ସଚେଞ୍ଜ ବାଇନାନ୍ସ ସାମିଲ ହୋଇଥିବା କୁହାଯାଉଛି।
ପ୍ରକାଶ ଯେ, ଗତ ଏପ୍ରିଲରେ ମସ୍କ ଟୁଇଟର କିଣିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଫେକ୍‌ ଆକାଉଣ୍ଟ ସଂଖ୍ୟାର ଆଳ ଦେଖାଇ ଡିଲ୍‌ରୁ ବାହାରିଯିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଟୁଇଟର ଅଦାଲତଙ୍କ ଆଶ୍ରୟ ନେଇଥିଲା। ଶେଷରେ କୋର୍ଟ ନିର୍ଦ୍ଧାରିତ ଡେଡ୍‌ଲାଇନ୍‌ର ଦିନକ ପୂର୍ବରୁ ମସ୍କ ଏହି ସୋସିଆଲ ମିଡିଆ ସାଇଟ୍‌କୁ କିଣିବାକୁ ବାଧ୍ୟ ହୋଇଥିଲେ।
ଗତବର୍ଷ ନଭେମ୍ବରରେ ଟୁଇଟରର ସହପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସି ଅବ୍ୟାହତି ନେବା ପରେ ୩୮ ବର୍ଷୀୟ ପରାଗ ଅଗ୍ରଓ୍ବାଲଙ୍କୁ ଏହାର ସିଇଓ ନିଯୁକ୍ତ କରାଯାଇଥିଲା। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ ତଥା ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ପ୍ରାକ୍ତନ ଛାତ୍ର ପରାଗ ୧ ଦଶନ୍ଧି ପୂର୍ବେ ଟୁଇଟରରେ ସାମିଲ ହୋଇଥିଲେ, ଯେତେବେଳେ କମ୍ପାନୀରେ ୧ ହଜାରରୁ କମ୍‌ କର୍ମଚାରୀ ଥିଲେ। ତେବେ ମସ୍କ ଏହାକୁ କିଣିବା ନେଇ ଘୋଷଣା କରିବା ପରେ କିଛି ମାସ ଧରି ତାଙ୍କ ସହ ପରାଗଙ୍କ ମତଭେଦ ଖୋଲାଖୋଲି ଭାବେ ଦେଖିବାକୁ ମିଳିଥିଲା। ସେହିପରି କମ୍ପାନୀର କଣ୍ଟେଣ୍ଟ ମଡରେଶନ୍‌ ନିଷ୍ପତ୍ତିରେ ହାଇଦ୍ରାବାଦ ଜନ୍ମିତ ୪୮ ବର୍ଷୀୟା ବିଜୟା ଗାଡ୍ଡେଙ୍କ ଭୂମିକାକୁ ସମାଲୋଚନା କରି ମସ୍କ ତାଙ୍କୁ ମଧ୍ୟ ବିଦା କରିଛନ୍ତି। ଟୁଇଟର କୋଫାଉଣ୍ଡର ବିଜ୍‌ ଷ୍ଟୋନ୍‌ ପରାଗ ଓ ଗାଡ୍ଡେଙ୍କୁ ସେମାନଙ୍କ ଅବଦାନ ପାଇଁ ଧନ୍ୟବାଦ ଦେଇଛନ୍ତି। ଏହା ପୂର୍ବରୁ ମସ୍କ ବୁଧବାର ସାନ୍‌ଫ୍ରାନ୍ସିସ୍କୋସ୍ଥିତ ଟୁଇଟର ମୁଖ୍ୟାଳୟରେ ଇଞ୍ଜିନିୟର ଓ ଆଡ୍‌ ଏକ୍‌ଜିକ୍ୟୁଟିଭ୍‌ମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଟୁଇଟରରେ ନିଜ ଡେସ୍‌କ୍ରିପ୍‌ଶନକୁ ଅପ୍‌ଡେଟ୍‌ କରି ‘ଚିଫ୍‌ ଟୁଇଟ୍‌’ ବୋଲି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?