Posted inଫୁରସତ

ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଲକ୍ଷେ ଟଙ୍କା ଖର୍ଚ୍ଚ କରି ନିଜେ ନିଜକୁ ବିବାହ କଲେ ଏହି ଯୁବତୀ, ଉତ୍ତରରେ କହିଲେ…

ବିବାହକୁ ନେଇ ଯୁବତୀମାନେ ଅନେକ ସ୍ବପ୍ନ ଦେଖିଥାନ୍ତି। ସାରା ଜୀବନ ସାଥୀଙ୍କ ହାତ ଧରି ବିତିଯାଉ ବୋଲି ସେମାନେ ଚାହିଁଥାନ୍ତି। ହେଲେ ଅନେକ ସମୟରେ ବିବାହକୁ ନେଇ ଅଜବ ଘଟଣାମାନ ସମ୍ମୁଖକୁ ଆସେ। ଏଇ ଯେପରି ନିକଟରେ ଆମେରିକାରେ ଘଟିଥିବା ଏକ ଚର୍ଚ୍ଚିତ ବିବାହ। ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଜଣେ ଯୁବତୀ ନିଜକୁ ବିବାହ କରିନେଇଛନ୍ତି। ଏଥିପାଇଁ ସେ ପାଖାପାଖି ୧ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି। ସେ ହେଲେ ମେଗ ଟେଲର।

ଆଟଲାଣ୍ଟା ସହରରେ ରହୁଥିବା ମେଗ୍‌ ଲାଇଫ୍‌ ଆଣ୍ଡ ବିଜିନେସ୍‌ର କୋଚ୍‌। ୨୦୨୦ ଅକ୍ଟୋବରରେ ବନ୍ଧୁଙ୍କୁ ବିବାହ କରିବେ ବୋଲି ସେ ନିଷ୍ପତ୍ତି ନେଇଥିଲେ। ହେଲେ ଜୁନ୍‌ରେ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏଥିନେଇ ସେ ଭାଙ୍ଗି ପଡ଼ିଥିଲେ। ପରେ ସେ ବିବାହ କରିବା ପାଇଁ କାହାର ଆବଶ୍ୟକତା ନାହିଁ ବୋଲି ଭାବିଥିଲେ। ଏପରିକି ନିଜକୁ ଭଲପାଉଥିବା ଦର୍ଶାଇବାକୁ ଯାଇ ସେ ନିଜକୁ ବିବାହ କରିଥିଲେ।

ବିନା ବରରେ ବିବାହ କରିବାର ଯୋଜନା କରିବାକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ। ହେଲେ ପରେ ସେ ପରିବାରଲୋକଙ୍କୁ ମନାଇଥିଲେ। ନିଜ ପାଇଁ ସେ ହୀରାର ଆଙ୍ଗୁଠି କିଣିବା ସହ କେକ୍‌ ଏବଂ ପୋଷାକ ଅର୍ଡର କରିଥିଲେ। ଅନ୍ୟ ବଧୂ ଭଳି ସେ ନିଜ ବିବାହ ମୁଦି ସ୍ବିକାର କରିବା ସହ ଦର୍ପଣରେ ନିଜ ଛବିକୁ ଚୁମ୍ବନ ଦେଇଥିଲେ। ବିବାହର ଅନେକ ଫଟୋ ଭାଇରାଲ ହେବା ପରେ ତାଙ୍କର ଏଭଳି ପ୍ରଚେଷ୍ଟାକୁ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଗାକାର ତରଭୁଜ, ଦାମ୍‌ ରହିଛି…

ଆପଣ ହୁଏତ ଅନେକ ତରଭୁଜ ଦେଖିଥିବେ ଏବଂ ଖାଇଥିବେ ମଧ୍ୟ। କିନ୍ତୁ କେବେ ଏକ ବର୍ଗାକାର ବା ଚତୁର୍ଭୁଜ ଆକାରର ତରଭୁଜ ଦେଖିଛନ୍ତି କି? ଯଦି...

ପ୍ରେମୀଯୁଗଳଙ୍କ ପାଇଁ ଖୁସି ଖବର: ଜାଣନ୍ତୁ କିପରି

ପ୍ରେମୀଯୁଗଳଙ୍କ ପାଇ ପାଇଁ ଏକ ବଡ଼ ଖବର। କରୋନା କାରଣରୁ, ୟୁରୋପୀୟ ୟୁନିଅନ ବାହାରେ ରହୁଥିବା ଅବିବାହିତମାନଙ୍କୁ ଆସିବାକୁ ଅନୁମତି ନ ଥିଲା। ବର୍ତ୍ତମାନ ଇୟୁର...

ପ୍ରଥମ ରୋଜଗାର ଟଙ୍କାରେ କରଜ ଶୁଝିଥିଲି: ନାଟ୍ୟକାର ସୁବୋଧ ପଟ୍ଟନାୟକ

ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ମୋ ଜନ୍ମ ଗଞ୍ଜାମ ଜିଲାର ଛତ୍ରପୁରରେ। ବାପା ଥିଲେ...

ଏମିତି ମନ୍ଦିର ଯେଉଁଠି ପ୍ରସାଦ ବଦଳରେ ଭକ୍ତଙ୍କୁ ଦିଆଯାଏ ଟଙ୍କା, ଅଳଙ୍କାର

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେମିତି ଏକ ମନ୍ଦିର ହେଉଛି ମଧ୍ୟପ୍ରଦେଶର ରତଲାମ ଶହରର ମାଣକରେ ଅବସ୍ଥିତ ମା’...

ବିଦ୍ୟା ଦେବୀ: ୯୭ ବର୍ଷ ବୟସରେ ସମ୍ଭାଳିବେ ସରପଞ୍ଚ ଦାୟିତ୍ୱ

ଜୟପୁର,୧୮।୧: ବୟସ ଯେ ଏକ ସଂଖ୍ୟା ଏହାକୁ ଏବେ ପ୍ରମାଣ କରିଛନ୍ତି ରାଜସ୍ଥାନ ସିକାରର ୯୭ ବର୍ଷୀୟା ମହିଳା ବିଦ୍ୟା ଦେବୀ। ନିକଟରେ ଅନୁଷ୍ଠିତ ହୋଇଥିବା...

କ୍ୟାଶ୍‌ କାଉଣ୍ଟରରୁ ୧୦ ଲକ୍ଷ ଟଙ୍କା ନେଇ ଦୌଡ଼ିଲେ ୧୨ ବର୍ଷର ବାଳକ, ଆଉ ତା ପରେ…

ମଧ୍ୟପ୍ରଦେଶର ନୀମଚ ଜିଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଜିଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କର ଏକ ଶାଖାରେ ଦିନ ଦ୍ୱିପ୍ରହରେ ୧୦...

ଅଗଷ୍ଟ ୧୫: ସ୍ବାଧୀନତାର ସ୍ବାଦ ବାରିଥିଲେ ୬ ଦେଶ

ସ୍ବାଧୀନତା ମଣିଷର ଜନ୍ମସିଦ୍ଧ ଅଧିକାର। ପରାଧୀନତାର ଅଭିଶପ୍ତ ଜୀବନ ଜିଉଁଥିବା ଲୋକଟିଏ ହିଁ ବୁଝିପାରେ ଏହାର ପ୍ରକୃତ ମୂଲ୍ୟ କେତେ। ପରାଧୀନତା ବେଡିରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା...

ପ୍ରଥମ ଦରମା ଟଙ୍କା ଜେଜେମା’ଙ୍କୁ ଦେଇଥିଲି

ନୟାଗଡ଼ ଜିଲା ଖୁଣ୍ଟୁବନ୍ଧ ଗାଁରେ ମୋ ଜନ୍ମ। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ନୟାଗଡ଼ କଲେଜରେ ଆଇ.ଏ., ବି.ଏ. ପଢ଼ିଥିଲି। ତା’ପରେ ଉତ୍କଳ...

Advertisement
Archives

Model This Week