Posted inଫୁରସତ

୬୯ ସନ୍ତାନ ଜନ୍ମ ଦେଇଥିଲେ ଏହି ମହିଳା! ୨୭ଥର ହୋଇଥିଲେ ଗର୍ଭବତୀ

ନିକଟରେ ମୋରକୋର ଜଣେ ମହିଳା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। କାରଣ ଏହି ମହିଳା ଜଣଙ୍କ ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ପୂର୍ବରୁ କୌଣସି ମହିଳା ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇ ନ ଥିଲେ। ଏହା ପୂର୍ବରୁ ମଧ୍ୟ ଜଣେ ମହିଳା ନିଜର ବିଶ୍ୱ ରେକର୍ଡ ଯୋଗୁ ଚର୍ଚ୍ଚାରେ ଥିଲେ। ଏହି ରୁଷୀୟ ମହିଳାଙ୍କ ନାଁରେ ଏକ ବିଶେଷ ରେକର୍ଡ ଅଛି। ୧୭ତମ ଶତାବ୍ଦୀର ଭାଲେଣ୍ଟିନା ଭାସିଲୟେଭ, ତାଙ୍କ ଜୀବନରେ ୨୭ଥର ଗର୍ଭବତୀ ହୋଇଥିବା କୁହାଯାଏ। ଭାଲେଣ୍ଟିନା ୧୭୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ରୁଷିଆର ତୃତୀୟ ବୃହତ୍ତମ ସହର ଶୁୟାରେ ରହୁଥିଲେ। ସେ କୃଷକ ଫିଡୋର ଭାସିଲୟେଭଙ୍କୁ ବିବାହ କରିଥିଲେ। ସେ ନିଜ ଜୀବନରେ ୧୬ ଥର ଯାଆଁଳା ସନ୍ତାନ, ୭ଥର ଏକାସଙ୍ଗେ ୩ଟା ସନ୍ତାନ ଏବଂ ୪ ଥର ଏକାସଙ୍ଗେ ୪ ସନ୍ତାନ ଜନ୍ମ ଦେଇଥିଲେ। ଭାଲେଣ୍ଟିନାଙ୍କ ଏହି ଆଶ୍ଚର୍ଯ୍ୟଜନକ ରେକର୍ଡ ପ୍ରଥମେ ୧୭୮୨ ମସିହାରେ ନିକୋଲସ୍କର ମଠ ରୁଷିଆର ରାଜଧାନୀ ମସ୍କୋକୁ ରିପୋର୍ଟ କରିଥିଲେ। ଏହାର ଏକ ବର୍ଷ ପରେ ଅର୍ଥାତ୍‌ ୧୭୮୩ରେ ଜେଣ୍ଟେଲମ୍ୟାନ୍‌ ପତ୍ରିକାରେ ଏହି ଘଟଣା ବିଷୟରେ ଛପା ଯାଇଥିଲା। ଅବଶ୍ୟ କେତେକ ଗବେଷକ ଭାଲେଣ୍ଟିନାଙ୍କ ପ୍ରଜନନ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୧୭ ତମ ଶତାବ୍ଦୀରେ ଆଧୁନିକ ବୈଜ୍ଞାନିକ କୌଶଳର ଅଭାବ ସତ୍ତ୍ୱେ, ଏହି ମହିଳା କିପରି ଏତେଥର ଗର୍ଭବତୀ ହୋଇ ସଫଳତାର ସହିତ ପ୍ରସବ କରିଥିଲେ ତାକୁ ନେଇ ସେତେବେଳେ ଆଲୋଚନା ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଇପରୁ ଝରୁଥିଲା ପାଣି, ବିଲ ଆସିଲା ୧୫ ଲକ୍ଷ…

କାର୍ଡିଫ୍‌,୨୬।୨ : ୱେଲ୍ସର ଜଣେ ମହିଳା ତାଙ୍କ ପାଣି ବିଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯଦିଓ ସେ ଭାବିଥିଲେ ଯେ ଏହି ବିଲ ନିଶ୍ଚିତ ଭାବରେ...

ଏହି ଗାଁରେ ୪୦୦ରୁ ଅଧିକ ଯାଁଳା ପିଲା, ଆଜି ପର୍ଯ୍ୟନ୍ତ କାରଣ ଖୋଜି ପାଉନାହାନ୍ତି ବିଶେଷଜ୍ଞ

ଦୁନିଆରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ। ଯାହା ଦେଶ ବିଦେଶରେ ଚର୍ଚ୍ଚା ହୋଇଥାଏ। କିଛି ବିଚିତ୍ର କଥା ଅଛି ଶୁଣିବା ପରେ...

ଦିନକୁ ୧୧୫ ସିଙ୍ଗଡ଼ା, ୧୨ ଲିଟର କୋଲ୍ଡଡ୍ରିଙ୍କସ୍‌ ପିଉଥିଲେ ଏହି ବ୍ୟକ୍ତି, ଶେଷରେ ଘଟିଲା ଏମିତି …

ଆଜିର ସମୟରେ ମେଦବହୁଳତା ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଗଲାଣି। ଅନେକ ଲୋକ ମେଦବହୁଳତା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଏହି କାରଣରୁ...

ଶୋଷ ବେଳେ ଏମିତି ପାଣି ପିଉଛି ପାରା, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛର ମିଳିଲା ସନ୍ଧାନ

ଶିଂଲ, ୧୫।୨: ଭୂପୃଷ୍ଠର ୩୦୦ଫୁଟ ତଳେ ବାସ କରୁଥିବା ବଡ଼ମାଛର ସନ୍ଧାନ ମିଳିଛି। ମେଘାଳୟର ପାହାଡ଼ିଆ ଅଞ୍ଚଳରେ ଥିବା ଏହି ପ୍ରଜାତିର ମାଛର ଓଜନ ପ୍ରାୟ...

ବୋତାମ

ବୋତାମ, ଛୋଟିଆ ଜିନିଷଟିଏ। କିନ୍ତୁ ବେଶ୍‌ ଜରୁରୀ। କେବେ ଭାବିଛନ୍ତି ଏହି ଛୋଟିଆ ଜିନିଷଟିକୁ ତିଆରି କରିବାର ଯୋଜନା ପ୍ରଥମେ କିଏ କରିଥିଲେ? ଆଉ ଯିଏ...

ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି,...

ଏମିତି ଶ୍ମଶାନ, ଯେଉଁଠି ଗୋଟିଏ ଦିନ ଜୁଇ ନ ଜଳିଲେ ଗାଁର ଯେକୌଣସି ଲୋକଙ୍କ ହୁଏ ମୃତ୍ୟୁ

ଆମ ଦେଶରେ ଏମିତି ଏକ ଶ୍ମଶାନ ରହିଛି, ଯେଉଁଠି ପ୍ରତିଦିନ ଜୁଇ ଜଳିଥାଏ। ଏମିତି କେଉଁ ଗୋଟିଏ ଦିନ ନାହିଁ, ଯେଉଁଦିନ ଶବଦାହ ହୁଏନି। ଏପରି...

Advertisement
Archives

Model This Week