ଅନନ୍ୟ ପରମ୍ପରା, ୩୨୨ ବର୍ଷର ବଳି ଖେଳ

ବାଲେଶ୍ୱର,୨୦।୧୦(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ରାଜବାଟୀରେ ରାଜପରିବାରଙ୍କ ଦ୍ୱାରା ପ୍ରତିଷ୍ଠିତ ମା’ କନକଦୁର୍ଗା ମନ୍ଦିରରେ ଦୁର୍ଗାପୂଜା ଉପଲକ୍ଷେ ପ୍ରାୟ ୩୨୨ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ବଳି ଖେଳ। ମା’ଙ୍କ ନିର୍ଦ୍ଦେଶରେ ଜଣେ ବ୍ୟକ୍ତି ବେଲବରଣ ଦିନଠାରୁ ନିଜ ଘରଦ୍ୱାର ଛାଡ଼ି ମା’ଙ୍କ ନିକଟରେ ବ୍ରତୀ ରହି ୫ଦିନ ଧରି ଏହି ଖେଳ ପ୍ରଦର୍ଶନ କରିଥାନ୍ତି। ‘ବଳି’ ନାମଧାରୀ ବ୍ୟକ୍ତିଜଣକ ହାତରେ ମା’ଙ୍କ ଖଡ୍‌ଗ ଓ ଟାଙ୍ଗି ଧରି ଏହି ଖେଳ ପ୍ରଦର୍ଶନ କରିଥାନ୍ତି। କେତେଜଣ ଯୁବକ ବି ଏହି ଖେଳରେ ସାମିଲ ହୁଅନ୍ତି। ‘ବଳି’ ଜଣଙ୍କୁ ଛୁଇଁବା ପରେ ଖେଳ ବନ୍ଦ ହୋଇଥାଏ। ପୂର୍ବରୁ ଅଷ୍ଟମୀ ତିଥିରେ ପଣ୍ଡା ବଳି ଦିଆଯାଉଥିବା ବେଳେ ମଧ୍ୟବର୍ତ୍ତୀ ସମୟରେ ବୋଦା ବଳି ଦିଆଯାଉଥିଲା। ସରକାରଙ୍କ ଦ୍ୱାରା ପଶୁ ବଳି ପ୍ରଥା ନିଷେଧ ହେବା ପରେ ଏବେ ପାଣିକଖାରୁ ବଳି ଭାବେ ମା’ଙ୍କଠାରେ ଅର୍ପଣ କରି ବ୍ୟକ୍ତିବିଶେଷ କ୍ଷମାମାର୍ଜନା କରିଥାନ୍ତି। ଏହି ଖେଳକୁ ଦେଖିବା ପାଇଁ କେବଳ ନୀଳଗିରି ନୁହେଁ ବାଲେଶ୍ୱର ସହର, ମୟୂରଭଞ୍ଜ ଓ ଭଦ୍ରକ ଅଞ୍ଚଳରୁ ଲୋକେ ଆସିଥାନ୍ତି।
ସମ୍ପର୍କରେ ବର୍ତ୍ତମାନର ନୀଳଗିରି ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ କୁହନ୍ତି, ୧୮୦୦ ମସିହା ପୂର୍ବରୁ ଗୋବିନ୍ଦ ଚନ୍ଦ୍ର ମର୍ଦ୍ଦରାଜ ରାଜା ଏବଂ ପ୍ରଜାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଏହି ବଳି ଖେଳ ଆରମ୍ଭ ହୋଇଥିଲା। ରାଜବଂଶର ଅଧିଷ୍ଠାତ୍ରୀ ଦେବୀ କନକଦୁର୍ଗାଙ୍କ ଆଦେଶ ଅନୁସାରେ ଜଣେ ଲୋକ ଏହି ଖେଳ ଖେଳିବା ପାଇଁ ସିଦ୍ଧାନ୍ତ କରାଯାଇଥାଏ। ଲୋକଙ୍କ ସହିତ ଖେଳିବା ପରେ ଯାହାକୁ ଛୁଇଁବ ପରମ୍ପରା ଅନୁସାରେ ଅଷ୍ଟମୀ ଦିନରେ ମା’ଙ୍କ ଠାରେ ନିର୍ଦ୍ଧାରିତ ବଳି ଦେଇ ନିଜକୁ ମୁକ୍ତି କରିଥାନ୍ତି। ଶୁଣା କଥା ଅନୁସାରେ ଏହି ପ୍ରଥା ମା’ଙ୍କ ଆଦେଶ ଅନୁସାରେ ରାଜା ନିର୍ଦ୍ଦେଶ ଦେଇଥାନ୍ତି। ପୂର୍ବରୁ ଯେଉଁ ଲୋକ ଏହି ନିୟମକୁ ବ୍ୟତିକ୍ରମ କରିଥାନ୍ତି ତାଙ୍କୁ ରାଜଦଣ୍ଡରେ ଦଣ୍ଡିତ କରାଯାଏ। କିନ୍ତୁ ଏବେ ଏହା ନାହିଁ। ପଶୁ ବଳି ପ୍ରଥା ନିଷେଧ କରାଯାଇଛି। ପାଣିକଖାରୁ ବଳି ଭାବେ ଗ୍ରହଣ କରାଯାଇଛି।
ଶ୍ରୀଧର ମଲ୍ଲିକଙ୍କ କହିବା ଅନୁସାରେ, ସେ ୩୨ବର୍ଷ ଧରି ଏହି ଖେଳ ପ୍ରଦର୍ଶନ କରିଆସୁଛନ୍ତି। ରାଜା କିଶୋରଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ସମୟରୁ ଆମ ପୂର୍ବ ପୁରୁଷ ଏହି ଖେଳ ପାଇଁ ନିୟୋଜିତ ହୋଇଥିଲେ। ସେହିଦିନଠାରୁ ଜେଜେବାପା, ବାପାଙ୍କ ପରେ ମୁଁ ଖେଳି ଆସୁଛି। ମା’ଙ୍କ ଦୟାରୁ ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଖେଳ ଭଲ ପ୍ରଦର୍ଶନ ହେଉଛି। ବେଲବରଣ ଦିନଠାରୁ ଘରୁ ବାହାରି ଆସି ୫ଦିନ ଯାଏ ମନ୍ଦିରରେ ରହିଥାଏ। ନିରାମିଷ ଭୋଜନ ସହ ନିଷ୍ଠା ଭାବେ ଏହି କାର୍ଯ୍ୟ ସମ୍ପାଦନ କରିବାରେ ଅପାର ଶାନ୍ତି ମିଳିଥାଏ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri