Posted inଫୁରସତ

Viral Video: ବାଘ ବେକରେ ଚେନ୍‌ ବାନ୍ଧି କୁକୁର ପରି ଘୂରାଉଥିଲା କୁନି ପିଲା, ଆଉ ତା’ ପରେ…

ଅନେକ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ କୁନି ପିଲା ଗୋଟିଏ ଚେନ୍‌ରେ ଏକ ବାଘ ବନ୍ଧା ଯାଇଥିବା ବେଳେ ପିଲାଟି ବାଘକୁ କୁକୁର ପରି ବୁଲାଉଛି। ପିଲାଟି ଯେଉଁ ଦିଗକୁ ବାଘକୁ ବୁଲାଉଛି ସେ ସେହି ଦିଗକୁ ବୁଲୁଛି। ସେ ବାଘର ଏମିତି ଯତ୍ନ ନେଉଛି, ଯେପରି ଏହା ବାଘ ନୁହେଁ ଏକ କୁକୁର। କିନ୍ତୁ ପିଲାଟି ନିଜ ଆଡ଼କୁ ଚେନ୍‌ ଟାଣିବାକୁ ଚେଷ୍ଟା କରିବା ମାତ୍ରେ ବାଘଟି କ୍ରୋଧରେ ଗର୍ଜନ କଲା। ଏପରି ପରିସ୍ଥିତିରେ ପିଲାଟି ଚେନ୍‌ ଛାଡି ପଳାଇଲା।

 

View this post on Instagram

 

A post shared by Nouman Hassan (@nouman.hassan1)

nouman.hassan1 ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ୫,୬୦୦ରୁ ଅଧିକ ଲୋକ ମନ୍ତବ୍ୟ ଦେଇଛନ୍ତି। ବଣ୍ଟି ସେନ୍‌ ନାମକ ଜଣେ ୟୁଜର୍‌ ଲେଖିଛନ୍ତି, ଭିଡିଓ କରିବା ଚକ୍କରରେ ପୁଅକୁ ମୃତ୍ୟୁ ମୁଖକୁ ଠେଲି ଦିଅ ନାହିଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଭାଇ ଏହା ବାଘ, ଏହାକୁ ବିଲେଇ ଭାବି ଭୁଲ କରନ୍ତୁ ନାହିଁ। ଆଉ ଜଣେ ଲେଖିଛନ୍ତି, ଜୀବନ ନେବାକୁ ବାଘକୁ ଦୁଇ ମିନିଟ୍‌ ଲାଗିବ। ଅଧିକାଂଶ ଲୋକ ସେମାନଙ୍କ ମନ୍ତବ୍ୟରେ ଏହି ଭିଡିଓକୁ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଭାରତରେ ଏଭଳି ବିପଜ୍ଜନକ ପ୍ରାଣୀ ରଖିବା ଉପରେ ନିଷେଧାଦେଶ ରହିଛି। କିନ୍ତୁ ଆରବ ଦେଶରେ ଲୋକମାନେ ବାଘ, ସିଂହ, ଚିତା ଭଳି ବିପଜ୍ଜନକ ପଶୁମାନଙ୍କୁ ଘରେ ରଖିଥାନ୍ତି। ଏଥି ସହିତ ପାକିସ୍ତାନରେ ମଧ୍ୟ ବାଘ ଓ ସିଂହ ପାଳନ କରିବା ଖବର ମଧ୍ୟ ଅନେକ ଥର ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri