ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ ତ୍ରିଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀ ତଥା ଚିନ୍ତା ମୁକ୍ତ ରାଜଯୋଗ ଶିବିର ରବିବାର ଉଦଯାପିତ ହୋଇଯାଇଛି। ସାଂପ୍ରତିକ ବ୍ୟସ୍ତବହୁଳ ଜୀବନ ଶୈଳୀର ଅଧୋପତନର ମୁଖ୍ୟ କାରଣ ହେଲା- ଦୁଶ୍ଚିନ୍ତା। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଜୋନରେ ଆୟୋଜିତ ହେବାକୁ ଥିବା ୩୫ଟି ପ୍ରେରଣାଦାୟକ ଶିବିରର ମୁଖ୍ୟ ଆକର୍ଷଣ ଆନ୍ତର୍ଜାତୀୟ ମୁଖ୍ୟାଳୟ ମାଉଣ୍ଟଆବୁରୁ ଆସିଥିବା ମେମୋରୀ ପ୍ରଶିକ୍ଷକ ରାଜଯୋଗୀ ଡଃ ଶକ୍ତିରାଜ ଭାଇ ମୁଖ୍ୟ ବ୍ଯକ୍ତା ଓ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା ଶିବିରକୁ ଉଦଘାଟନ କରିଥିଲେ ।

ମୁଖ୍ୟ ବକ୍ତା ଡଃ ଶକ୍ତିରାଜ ୩ ଦିନ ବ୍ୟାପି ଅନୁଭୂତି ସଂପନ୍ନ ପ୍ରୟୋଗାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ । ଅଧୁନା ମାନବ ସମାଜ ଆଧୁନିକତା ସହିତ ଆଧ୍ୟାତ୍ମିକତାବାଦୀ ଓ ଆତ୍ମ କୈନ୍ଦ୍ରିକ ହେବା ଉଚିତ୍। ଯଦ୍ୱାରା ସକାରାତ୍ମକ ଚିନ୍ତନ ଶକ୍ତି ସୃଷ୍ଟି ହୋଇ ନିଶାମୁକ୍ତ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ସେ କହିଥିଲେ। ପରମାତ୍ମା ପ୍ରଦତ୍ତ ଏହି ଆତ୍ମ ଜ୍ଞାନ ବିଶ୍ବର ୧୪୫ରୁ ଉର୍ଦ୍ଧ୍ବ ଦେଶର ବିଭିନ୍ନ ସେବାକେନ୍ଦ୍ରରେ ନିୟମିତ ଶିକ୍ଷା ଦିଆଯାଉଛି। କୋଟି କୋଟି ଆଧ୍ୟାତ୍ମିକ ପ୍ରେମୀକୁ ସତ୍ ମାର୍ଗରେ ଅଭିପ୍ରେରିତ କରିବାରେ ବିଶ୍ଵ ଦରବାରରେ ଏହି ସଂସ୍ଥା ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଛି । ରାଜଯୋଗିନୀ ବ୍ରହ୍ମକୁମାରୀ ଲକ୍ଷ୍ମୀ ଭଉଣୀ ଓ ନିରୁପ୍ରଭା ଭଉଣୀ ମଞ୍ଚ ପରିଚାଳନା କରିଥିଲେ । କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଭଞ୍ଜନଗର ସେବାକେନ୍ଦ୍ରର କାର୍ଯ୍ୟଧାରା ବିବରଣୀର ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ବ୍ରହ୍ମା କୁମାର ଅକ୍ଷୟ, ବୈକୁଣ୍ଠ ଭାଇ ଧନ୍ୟବାଦ ଜ୍ଞାପନ କରିଥିଲେ।

ବିଭିନ୍ନ ଦିବସରେ ଅତିରିକ୍ତ ଉପଜିଲାପାଳ ରଚିତା ମହାପାତ୍ର , ରୋଟାରୀ କ୍ଲବ ସଭାପତି ରଞ୍ଜିତ ବାରିକ, ଆଇଆରବି ୮ ବାଟାଲିୟନ ଡେପୁଟି କମାଣ୍ଡର ଲଳିତ କୁମାର ଦାଶ, ସମାଜସେବୀ ଶୂଳପାଣି ଶତପଥୀ, ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ, ଅବସରପ୍ରାପ୍ତ ସେନା କର୍ମଚାରୀ ତ୍ରିନାଥ ଗୌଡ଼, ନେତାଜୀ ବିଷୋୟୀ, ଜଗବନ୍ଧୁ ଜେନା, ସନ୍ତୋଷ ଜେନା, ଜଗଦୀଶ ପାଣିଗ୍ରାହୀ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମା କୁମାରୀ ଅନିତା, ଅଲିଭା, ପ୍ରାପ୍ତି, ପିଙ୍କି, ବୈଶାଳୀ, ଅଙ୍କିତା, ଗୁଗୁଲ ଭଉଣୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?