Posted inଫୁରସତ

ରାସ୍ତାରେ ଗଡୁଛି ଅଜବ ବାଇକ୍‌, ଭିଡିଓ ଦେଖିଲେ…

ଲୋକମାନେ ଭାବନ୍ତି ଟେକ୍ନୋଲୋଜି ଦୃଷ୍ଟିରୁ ଚାଇନା ଏବଂ ଜାପାନ ହେଉଛି ସବୁଠାରୁ ଆଧୁନିକ ଦେଶ ଏବଂ ସେଠାରେ ଯେଉଁ ପ୍ରକାରର ଉଦ୍ଭାବନ କରାଯାଇପାରିବ ତାହା ଅନ୍ୟ କେଉଁଠାରେ କରାଯାଇପାରିବ ନାହିଁ। କିନ୍ତୁ ଆମ ଭାରତ ମଧ୍ୟ ଉଦ୍ଭାବନ ଦୃଷ୍ଟିରୁ କୌଣସି ଦେଶର ପଛରେ ନାହିଁ। ଏଠାକାର ଲୋକମାନେ ଏତେ ବୁଦ୍ଧିମାନ ଯେ, ସେମାନେ କିଛି ବି କରିପାରନ୍ତି। ଏକ ଭାଇରାଲ ଭିଡିଓରୁ ଆପଣ ଏହାର ପ୍ରମାଣ ପାଇବେ। ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଏକ ଅଜବ ବାଇକ୍‌ ଚଲାଉଥିବାର ଦେଖିବାକୁ ମିଳିଛି। ପ୍ରଥମ ଦେଖାରେ ଏହାକୁ ଦେଖି  ଭାବିବେ ଏହା ଏକ ବାଇକ୍‌ କିମ୍ବା ସାଇକେଲ ଚକ।

 

View this post on Instagram

 

A post shared by Iamsuratcity surat (@iamsuratcity)

ଗୁଜରାଟର ସୁରଟ ସହର ସମ୍ବନ୍ଧୀୟ ଭିଡିଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ @iamsuratcity ରେ ପୋଷ୍ଟ କରାଯାଇଛି। ଯେଉଁଥିରେ ଏକ ଅଜବ ମୋଟରସାଇକେଲ ଚାଲୁଥିବାର ଦେଖାଯାଉଛି। ଏହା ଏକ ସାଧାରଣ ମୋଟରସାଇକେଲ ନୁହେଁ, କିନ୍ତୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ, ଏହା ସାଇକେଲ ଚକ ପରି ଦେଖାଯାଉଛି। ଭିଡିଓଟି ସୁରଟରୁ ବୋଲି କୁହାଯାଉଛି।

ଭିଡିଓରେ ଏହି ବାଇକ୍‌ର ବଡ଼ ଚକ ତଳେ ଏକ ଅଧା ଲୁହା ଚକ ଅଛି ଏବଂ ଜଣେ ବ୍ୟକ୍ତି ଏହାର ମଝିରେ ବସିଛନ୍ତି। ଗାଡ଼ିର ହ୍ୟାଣ୍ଡେଲ, ଫୁଟ୍‌ରେଷ୍ଟ ଏବଂ ସିଟ୍‌ ମଝିରେ ତିଆରି ହୋଇଛି। ସେ ସେହି ଗାଡ଼ିଟିକୁ ସ୍କୁଟର ଭଳି ଚଲାଉଛନ୍ତି। ଏହା ଆଗକୁ ବଢୁଥିବା ବେଳେ ସମଗ୍ର ଚକଟି ଗୋଲାକାର ଭାବେ ଘୂରୁଛି।

ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିସାରିଥିବା ବେଳେ ଅନେକ ଲୋକ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହା ଏକ ନିଆରା ବାଇକ୍‌ କିନ୍ତୁ ବର୍ଷା ହେଲେ ପରିସ୍ଥିତି କ’ଣ ହେବ। ସେହିପରି ଆଉ ଜଣେ କହିଛନ୍ତି, ଲାଗୁଛି ଏହି ବ୍ୟକ୍ତି ଜଣେ ସମୟ ଭ୍ରମଣକାରୀ। ଅନ୍ୟ ଜଣେ କହିଛନ୍ତି, ଏହା ହେଉଛି ୨୦୫୦ ବର୍ଷ ପାଇଁ ଆକ୍ଟିଭା ସ୍କୁଟି। ଆଉ ଜଣେ ୟୁଜର ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ‘ମ୍ୟାନ୍‌ ଇନ୍‌ ବ୍ଲାକ୍‌’ ଫିଲ୍ମ ଦ୍ୱାରା ଅନୁପ୍ରାଣିତ ଏକ ସ୍କୁଟି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?