Posted inଜାତୀୟ

କ୍ଷମତା ପାଇଁ ବାଲା ସାହେବଙ୍କ ଚିନ୍ତାଧାରାକୁ ଭୁଲି ଯାଇଛନ୍ତି ଉଦ୍ଧବ: ଭାଜପା..

ମୁମ୍ବାଇ,୧୨।୧୦ : ଅହଂକାରୀ ଫାଇଲର ଷଷ୍ଠ ଏପିସୋଡରେ ଭାଜପା ପକ୍ଷରୁ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରାଯାଇଛି। କ୍ଷମତା ପାଇଁ ଉଦ୍ଧବ ତାଙ୍କ ପିତା ବାଲା ସାହେବ ଠାକରେଙ୍କ ହିନ୍ଦୁ, ହିନ୍ଦୁତ୍ୱ ଏବଂ ଜାତୀୟତାବାଦକୁ ତ୍ୟାଗ କରିଛନ୍ତି ଏବଂ ବର୍ତ୍ତମାନ ଉଦ୍ଧବଙ୍କ ଶିବସେନା ହିନ୍ଦୁ ବିରୋଧୀ ହୋଇଛି।

ଭାଜପା ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ୩ ମିନିଟ ୪୨ ସେକେଣ୍ଡର ଏକ ଭିଡିଓ ଶେୟାର କରି କହିଛି ଏକ ସମୟ ଥିଲା ଯେତେବେଳେ ଶିବସେନାଙ୍କ ଆଦର୍ଶରେ ହିନ୍ଦୁ, ହିନ୍ଦୁତ୍ୱ ଏବଂ ଜାତୀୟତା ରହିଥିଲା, ଯେପର୍ଯ୍ୟନ୍ତ ବାଲାସାହେବ ଠାକରେ ଜୀବିତ ଥିଲେ ସେ ଦେଶ ପାଇଁ ଏହା ଗ୍ରହଣ କରିଥିଲେ।

କିନ୍ତୁ ତାଙ୍କ ବିୟୋଗ ପରେ ଦଳର କମାଣ୍ଡ ଦାୟିତ୍ୱ ଗ୍ରହଣ କରିଥିବା ତାଙ୍କ ପୁଅ ଉଦ୍ଧବ ଠାକରେ ତାଙ୍କ ପିତାଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ନୀତିକୁ ତ୍ୟାଗ କରି ଦେଇଥିଲେ। କେବଳ କ୍ଷମତାରେ ବସିବା ପାଇଁ ଶିବସେନା ବିରୋଧୀ କଂଗ୍ରେସ ଏବଂ ଶରଦ ପାୱାରଙ୍କ ଦଳ ଏନସିପି ସହିତ ହାତ ମିଳାଇଥିଲେ। ହିନ୍ଦୁ ବିରୋଧୀ ଏବଂ ଜାତୀୟ ବିରୋଧୀ ଚିନ୍ତାଧାରା ପ୍ରତି ଶିବସେନା ଆକୃଷ୍ଟ ହୋଇଛି।

ଭିଡିଓରେ ବାଲାସାହେବ ଠାକରେଙ୍କ ଅନେକ ବିବୃତ୍ତି ଏବଂ ଉଦ୍ଧବଙ୍କ ସରକାର ସମୟରେ ଘଟିଥିବା ଅନେକ ଘଟଣା ଶେୟାର କରି ଭାଜପା କହିଛି, ଉଦ୍ଧବ ତାଙ୍କ ପିତା ବାଲା ସାହେବ ଠାକରେଙ୍କ ଆଦର୍ଶ ହିନ୍ଦୁ, ହିନ୍ଦୁତ୍ୱ ଏବଂ ଜାତୀୟତାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରଛନ୍ତି।

ଭାଜପା ଏହା ମଧ୍ୟ ଅଭିଯୋଗ କରିଛି କ୍ଷମତା ପାଇଁ କ୍ଷଣକ ମଧ୍ୟରେ ନିଜ ପିତାଙ୍କ ଚିନ୍ତାଧାରାକୁ ଭୁଲି ଯାଇଥିବା ପୁଅ କିପରି ଜନସାଧାରଣଙ୍କ ପାଇଁ ଲାଭଦାୟକ ହୋଇପାରିବ?

ବାସ୍ତବରେ ବିରୋଧୀ ଦଳର ଇଣ୍ଡିଆ ଆଲାଇନ୍ସରେ ଅନ୍ତର୍ଭୁକ୍ତ ରାଜନୈତିକ ଦଳଙ୍କୁ କଡ଼ା ସମାଲୋଚନା କରିବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଜପା ଅହଂକାରୀ ଫାଇଲ ଆରମ୍ଭ କରିଛି। ଏହି ସିରିଜ ଅଧୀନରେ ଭାଜପା ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଷଷ୍ଠ ଏପିସୋଡ ପ୍ରକାଶ କରି ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri