ଶିକାରୀଙ୍କୁ ଧରୁଛି ସ୍ବତନ୍ତ୍ର କ୍ୟାମେରା

ଭୁବନେଶ୍ୱର, ୯ା୪(ଅସମାପିକା ସାହୁ):ଓଡ଼ିଶା ଜଙ୍ଗଲରେ ଶିକାର ବନ୍ଦ ପାଇଁ ଅଣ୍ଟା ଭିଡିଛି ବନ ବିଭାଗ। ଶିମିଳିପାଳ ଓ କୁଲଡିହାରେ ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ବିଳମ୍ବରେ ହେଲେ ବି ବିଭାଗର ନିଦ ଭାଙ୍ଗିଛି। ଶିକାରୀଙ୍କୁ ଧରିବାକୁ ତତ୍ପରତା ଦେଖାଇଛି। ଚଢ଼ାଉକୁ ଜୋର୍‌ଦାର କରାଯାଇଥିବାବେଳେ ଶିକାରୀଙ୍କୁ ଚିହ୍ନଟ ସହ ଗିରଫ କରିବାକୁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ସହାୟତା ନେଇଛି। ଜଙ୍ଗଲରେ ସ୍ବତନ୍ତ୍ର ଇନ୍‌ଫ୍ରାରେଡ୍‌ (ଆଇଆର୍‌) କ୍ୟାମେରା ଖଞ୍ଜାଯାଇଛି। ଏହି କ୍ୟାମେରା ବିନା ଫ୍ଲାସ୍‌ରେ ଶିକାରୀର ଫଟୋ ଉଠାଉଛି। ଏପରିକି ଶିକାରୀଙ୍କ ଅଜାଣତରେ ସମ୍ପୂର୍ଣ୍ଣ ଫଟୋ ନେଇପାରୁଛି। ପରେ ଏଆଇ ସହାୟତାରେ ଏହାର ସ୍ପଷ୍ଟ ଫଟୋ ପ୍ରସ୍ତୁତ କରାଯାଉଛି। ଗତ କିଛିଦିନ ମଧ୍ୟରେ ଏଆଇ ମାଧ୍ୟମରେ ଶିମିଳିପାଳ ଅଭୟାରଣ୍ୟରୁ ଏକାଧିକ ଶିକାରୀ ଧରାପଡ଼ିଛନ୍ତି। ଆଗକୁ କୁଲଡିହା ଏବଂ ସାତକୋଶିଆରେ ଆଇଆର୍‌ ଲଗାଯିବ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ବନ କର୍ମଚାରୀଙ୍କୁ ଗୁଳି କରାଯିବା ପରେ ଅନେକ ଶିକାରୀଙ୍କୁ ଗିରଫ କରାଯାଇଛି। ଆଗକୁ ଏକ୍ସ ଆର୍ମି ଅଫିସରଙ୍କୁ କୁଲଡିହାରେ ନିୟୋଜିତ କରାଯିବ। ସାତକୋଶିଆ ପାଇଁ ସ୍ବତନ୍ତ୍ର ଜେଟିଏଫ୍‌ ଗଠିତ ହୋଇଛି। ଶିକାରୀଙ୍କୁ ଜଗିବା ପାଇଁ ଚନ୍ଦକାରେ ୭ଟି ୱାଚ୍‌ ଟାୱାର ତିଆରି ହୋଇଛି। ଏହାସହ ଶୀଘ୍ର ଏକ୍ସ ଆର୍ମି ଟିମ୍‌ ନିୟୋଜିତ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଗଜପତିରୁ ଏକାଥରକେ ୫ ବାଘଛାଲ ଜବତ ଘଟଣା ବଡ଼ ସଫଳତା ବୋଲି ବନ ବିଭାଗ କହୁଛି। କିନ୍ତୁ ଶିକାର ବନ୍ଦ ହେଉ ନ ଥିବାରୁ ନାନା ପ୍ରଶ୍ନ ଉଠୁଛି। ଏ ନେଇ ପିସିସିଏଫ୍‌ କହିଛନ୍ତି, ରାଜ୍ୟରେ କେଉଁଠି ଶିକାର ହେଉଛି ଏବଂ କେଉଁଠାକୁ ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ଯାଉଛି, ତାହା ଜାଣିବା ପାଇଁ ଆମେ କେବେଠାରୁ ପ୍ରକ୍ରିୟା ଆରମ୍ଭ କରିଛୁ। ରବିବାର ପାରଳାଖେମୁଣ୍ଡିରୁ ଜବତ ଘଟଣା କିଛିମାତ୍ରାରେ ଆମକୁ ସହାୟତା କରିବ। ତେବେ ତାହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ତେବେ ରାଜ୍ୟ ବାହାରକୁ ବନ୍ୟପ୍ରାଣୀ ଓ ଏହାର ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ନେଇ ବଡ଼ ର଼୍ୟାକେଟ ସକ୍ରିୟ ଥିବା ଜଣାପଡିଛି। ଏବେ ବି କିଙ୍ଗ୍‌ପିନ୍‌ ଫେରାର ଅଛନ୍ତି। ସମସ୍ତ ଶିକାରୀ ଓ ର଼୍ୟାକେଟର କିଙ୍ଗପିନ୍‌ଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି। ଦକ୍ଷିଣ-ପୂର୍ବ ଭାରତରେ ବାଘ ହାଡ଼ ଓ ଚର୍ବିରୁ ପ୍ରସ୍ତୁତ ତେଲର ଚାହିଦା ରହିଛି। ଏ ଦିଗରେ ବି ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଦିନକୁ ଦିନ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଜଙ୍ଗଲରେ ଅବାଧରେ ପ୍ରବେଶ କରି ଆତଙ୍କ ଖେଳାଉଛନ୍ତି। କେତେବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ କଲେଣି ତ’ ଆଉ କେତେବେଳେ ଜଙ୍ଗଲୀ ବନ୍ୟଜନ୍ତୁଙ୍କୁ ଶିକାର କରି ବାହାରକୁ ଚୋରା ଚାଲାଣ କରୁଛନ୍ତି। ତେଣୁ ଏନେଇ ବନ ବିଭାଗ ପକ୍ଷରୁ କୋମ୍ବିଂ ଆରମ୍ଭ ହୋଇଛି। ଏହି ଅଭିଯାନରେ ୨୧ ଜଣ ଶିକାରୀ ଗିରଫ ହୋଇଥିବା ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri