ଘରୋଇ ବଜାରରେ ଇନ୍ଧନ ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୯।୪: ଘରୋଇ ବଜାରରେ କ୍ରମାଗତ ଭାବେ ଇନ୍ଧନ ଚାହିଦା ବୃଦ୍ଧି ଘଟିବା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରି କି ୨୦୨୩-୨୪ ଆର୍ଥିକବର୍ଷ ଶେଷ ସୁଦ୍ଧା ଘରୋଇ ବଜାରରେ ଇନ୍ଧନ ଚାହିଦା ୫% ବୃଦ୍ଧି ପାଇଥିଲାବେଳେ ବ୍ୟବହାରରେ ୦.୬% ବାର୍ଷିକ ଭିତ୍ତିରେ ହ୍ରାସ ଘଟିଛି। ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚରେ ଭାରତର ଇନ୍ଧନ ବ୍ୟବହାର ବର୍ଷ ତୁଳନାରେ ୦.୬% ହ୍ରାସ ପାଇଛି। ଅବଶ୍ୟ, ୨୦୨୪ ଆର୍ଥିକ ବର୍ଷର ଇନ୍ଧନ ଚାହିଦା ପ୍ରାୟ ୫% ବୃଦ୍ଧି ପାଇଛି, ମୁଖ୍ୟତଃ ଅଟୋମୋବାଇଲ୍‌ ଇନ୍ଧନ ଏବଂ ନାଫଥା ଅଧିକ ବିକ୍ରି ହେତୁ ଏହି ଫଳାଫଳ ହାସଲ ହୋଇଛି ବୋଲି ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ଯୋଜନା ଏବଂ ଆନାଲିସିସ୍‌ ସେଲ୍‌ (ପିପିଏସି)ର ଡାଟା ବେସରେ ଉଲ୍ଲେଖ କରାଯାଇଛି। ସେହିଭଳି ପିପିଏସିର ପ୍ରାଥମିକ ତଥ୍ୟ ଅନୁଯାୟୀ ତୈଳ ଚାହିଦା ପାଇଁ ପ୍ରକ୍ସି ସମୁଦାୟ ବ୍ୟବହାର ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ୨୧.୦୯ନିୟୁତ ମେଟ୍ରିକ୍‌ ଟନ୍‌ (ଦୈନିକ ୪.୯୯ମିଲିୟନ୍‌ ବ୍ୟାରେଲ୍‌)ରେ ପହଞ୍ଚତ୍ଛି। ଏପରି କି ଗତବର୍ଷ ସମାନ ଅବଧି ମଧ୍ୟରେ ରେକର୍ଡ ହୋଇଥିବା ୨୧.୨୨ ନିୟୁତ ଟନ୍‌ (୫.୦୨ ଏମ୍‌ବିପିଡି)ରୁ ଏହା ସାମାନ୍ୟ ହ୍ରାସ ପାଇଛି, ତେବେ ୨୦୨୪ ମାର୍ଚ୍ଚରେ ଶେଷ ହେଉଥିବା ଆର୍ଥିକବର୍ଷ ପାଇଁ ଇନ୍ଧନର ଚାହିଦା ରେକର୍ଡ ସର୍ବାଧିକ ୨୩୩.୨୭୬ ମିଲିୟନ ଟନ୍‌ (୪.୬୭ ଏମ୍‌ବିପିଡି) ରେ ପହଞ୍ଚତ୍ଛି; ଯାହା ପୂର୍ବ ବର୍ଷ ୨୨୩.୦୨୧ମିଲିୟନ ଟନ୍‌ (୪.୪୮ ଏମ୍‌ବିପିଡି)ଠାରୁ ଅଧିକ ବୋଲି ମନ୍ତ୍ରଣାଳୟ ଡାଟାବେସରେ ଉଲ୍ଲେଖ କରାଯାଇଛି। ମୁଖ୍ୟତଃ ଟ୍ରକ୍‌ ଏବଂ ବାଣିଜି୍ୟକ ଯାତ୍ରୀବାହୀ ଯାନ ଦ୍ୱାରା ବ୍ୟବହୃତ ଡିଜେଲ ବିକ୍ରି ୨୦୨୪ ମାର୍ଚ୍ଚରେ ୩.୧% ବୃଦ୍ଧି ହୋଇ ୮.୦୪ ମିଲିୟନ ଟନ୍‌ରେ ପହଞ୍ଚତ୍ଛି ଏବଂ ପୂର୍ବ ଆର୍ଥିକବର୍ଷ ପାଇଁ ଏହା ୪.୪% ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ପେଟ୍ରୋଲର ବିକ୍ରି ୬.୯% ବାର୍ଷିକ ବୃଦ୍ଧି ହୋଇ ୩.୩୨ ନିୟୁତ ଟନରେ ପହଞ୍ଚତ୍ଛି ଏବଂ ଆର୍ଥିକବର୍ଷ ପାଇଁ ଏହା ୬.୪% ବୃଦ୍ଧିଘଟିଛି। ସେହିପରି ସଡ଼କ ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଟୁମେନର ବିକ୍ରୟ ୨୦୨୪ ମାର୍ଚ୍ଚରେ ସ୍ଥିର ରହିଥିଲା କିନ୍ତୁ ଆର୍ଥିକବର୍ଷ ପାଇଁ ଏହା ୯.୯% ବୃଦ୍ଧି ଘଟିଛି। ଅପରପକ୍ଷରେ ରନ୍ଧନ ଗ୍ୟାସ୍‌ ଭାବେ ବ୍ୟବହୃତ ତରଳ ପେଟ୍ରୋଲିୟମ ଗ୍ୟାସ୍‌ (ଏଲପିଜି)ର ବିକ୍ରି ୮.୬% ବୃଦ୍ଧି ଘଟି ୨.୬୧ ନିୟୁତ ଟନରେ ପହଞ୍ଚତ୍ଛି ଏବଂ ଗତ ବର୍ଷର ଏହି ସମାନ ସମୟ ମଧ୍ୟରେ ନାଫଥା ବିକ୍ରି ୫.୫% ବୃଦ୍ଧି ଘଟି ପ୍ରାୟ ୧.୧୯ ମିଲିୟନ ଟନରେ ପହଞ୍ଚତ୍ଛି। ବିଶେଷ କରି ଇନ୍ଧନ ତୈଳର ବ୍ୟବହାର ୨୦୨୪ ମାର୍ଚ୍ଚରେ ୯.୭% ବାର୍ଷିକଭିତ୍ତିରେ ହ୍ରାସ ଘଟିଥିଲାବେଳେ ଆର୍ଥିକବର୍ଷ ପାଇଁ ୬.୩% ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri