ବିଶ୍ୱ ମାନଚିତ୍ରରୁ ଏକ ସାର୍ବଭୌମ ଦେଶକୁ ଲିଭାଇ ପାରିବ ନାହିଁ ରୁଷିଆ, ନିନ୍ଦା ପ୍ରସ୍ତାବକୁ ବାଇଡେନଙ୍କ ପ୍ରଶଂସା…

ଜେନେଭା/ଓ୍ବାଶିଂଟନ/ମସ୍କୋ,୧୩।୧୦ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ରୁଷିଆ ବିରୋଧରେ ପାରିତ ହୋଇଥିବା ନିନ୍ଦା ପ୍ରସ୍ତାବକୁ ପ୍ରଶଂସା କରିଛନ୍ତି। ପ୍ରସ୍ତାବରେ ୟୁକ୍ରେନର ଚାରୋଟି ଅଞ୍ଚଳକୁ ରୁଷିଆ ସହିତ ମିଶ୍ରଣକୁ ନିନ୍ଦା କରାଯାଇଛି। ବାଇଡେନ କହିଛନ୍ତି, ରୁଷିଆ ବିଶ୍ୱ ମାନଚିତ୍ରରୁ ଏକ ସାର୍ବଭୌମ ଦେଶକୁ ଲିଭାଇ ପାରିବ ନାହିଁ।

ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ନିକଟରେ ହୋଇଥିବା ମନମତକ ସଂଗ୍ରହ ମାଧ୍ୟମରେ ୟୁକ୍ରେନ୍‌ର ଚାରିଟି ଅଞ୍ଚଳକୁ ନିଜ ଦେଶରେ ମିଶ୍ରଣ କରିଛି। ମିଳିତ ଜାତିସଂଘ ଏଥିପାଇଁ ରୁଷିଆକୁ ନିନ୍ଦା କରିଛି। ଭାରତ ସମେତ ୩୫ ଟି ଦେଶ ଏହି ପ୍ରସ୍ତାବକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। କିନ୍ତୁ ୧୨୩ ସଦସ୍ୟ ଦେଶ ଏହାକୁ ସମର୍ଥନ କରିଥିଲେ। ଏହି ପ୍ରସ୍ତାବ ବିରୋଧରେ ପାଞ୍ଚଟି ଦେଶ ଭୋଟ ଦେଇଛନ୍ତି। ରୁଷିଆ ସୁରକ୍ଷା ପରିଷଦରେ ସମାନ ପ୍ରସ୍ତାବକୁ ଭିଟୋ କରିବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ଭାରତ ଏଡାଇ ଯାଇଥିଲା। ବୁଧବାର ମିଳିତ ଜାତିସଂଘ ସାଧାରଣ ସଭା ରୁଷିଆ ବିରୋଧରେ ଏକ ପ୍ରସ୍ତାବ ପାରିତ କରିଥିବାବେଳେ ସୁରକ୍ଷା ପରିଷଦକୁ ପୂର୍ବରୁ ଆଣିଥିବା ସମାନ ପ୍ରସ୍ତାବ ରୁଷିଆର ଭିଟୋ ଅଧିକାର କାରଣରୁ ପାରିତ ହୋଇପାରି ନାହିଁ।

୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ସଭାରେ ରୁଷିଆ ବିରୋଧରେ ଏକ ପ୍ରସ୍ତାବ ପାରିତ ହେବା ପରେ ବାଇଡେନଙ୍କ ବିବୃତ୍ତି ଆସିଥିଲା। ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ବିବୃତ୍ତିରେ ବାଇଡେନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆଜି ବିଶ୍ୱର ପ୍ରତ୍ୟେକ ଅଞ୍ଚଳର ବୃହତ୍ତମ ଏବଂ ଛୋଟ ଦେଶ, ବିଭିନ୍ନ ଚିନ୍ତାଧାରା ଏବଂ ସରକାର ଥିବା ଦେଶ ମିଳିତ ଜାତିସଂଘର ଚାର୍ଟରକୁ ରକ୍ଷା କରିବାକୁ ଏବଂ ୟୁକ୍ରେନ ଅଞ୍ଚଳକୁ ବଳପୂର୍ବକ ନେବା ବିରୋଧରେ ଭୋଟ ଦେଇଛନ୍ତି। ରୁଷିଆର ଏହି କାର୍ଯ୍ୟକୁ ନିନ୍ଦା କରାଯାଇଛି। ୧୪୩ ରାଷ୍ଟ୍ର ସ୍ବାଧୀନତା, ସାବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପାଇଁ ଛିଡା ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ରୁଷିଆ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତାର ମୂଳଦୁଆ ଭାଙ୍ଗିବାର ଉଦ୍ୟମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri