୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି, ଅର୍ଥାତ ସିଷ୍ଟେମେଟିକ ଇନଭେଷ୍ଟମେଣ୍ଟ ପ୍ଲାନର ପ୍ରକୃତ ଶକ୍ତି ହେଉଛି ‘କମ୍ପାଉଣ୍ଡିଂ’, ଯେଉଁଥିରେ ଆପଣଙ୍କ ନିବେଶ ଉପରେ ମିଳୁଥିବା ସୁଧରୁ ମଧ୍ୟ ପରବର୍ତ୍ତୀ ସମୟରେ ସୁଧ ମିଳିଥାଏ।
କେତେ ମିଳେ ରିଟର୍ଣ୍ଣ?
ଯଦି ଆପଣ ପ୍ରତି ମାସରେ  ୨୦୦୦ ଟଙ୍କାର ଏସ୍‌ଆଇପି କରନ୍ତି ଏବଂ ବାର୍ଷିକ ହାରାହାରି ୧୨% ରିଟର୍ଣ୍ଣ ମିଳେ, ତେବେ ୧୦ ବର୍ଷରେ ଆପଣଙ୍କ ଟଙ୍କା ପ୍ରାୟ ୪.୬୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ। ନିବେଶ ଯେତେ ଦୀର୍ଘ ହେବ, ସେତେ ଅଧିକ ବୃଦ୍ଧି ଦେଖାଯିବ। ୧୫ ବର୍ଷରେ ଏହି ରାଶି ପ୍ରାୟ ୯.୯୮ ଲକ୍ଷ ଏବଂ ୨୦ ବର୍ଷରେ ପ୍ରାୟ ୧୯.୮୬ ଲକ୍ଷ ଟଙ୍କାରେ ପର୍ଯ୍ୟନ୍ତ ପହଞ୍ଚିପାରେ।
ସମୟ ଯେତେ ବଢ଼େ, କମ୍ପାଉଣ୍ଡିଂ ଆପଣଙ୍କ ଟଙ୍କାକୁ ଦ୍ରୁତ ଗତିରେ ବଢ଼ାଇଥାଏ। ସେହିପରି, ଯଦି ଆପଣ ୨୫ ବର୍ଷ ପର୍ଯ୍ୟନ୍ତ ଲଗାତାର ଏସଆଇପି କରନ୍ତି, ତେବେ ୬ ଲକ୍ଷର ନିବେଶ ବଢ଼ି ପ୍ରାୟ ୪୦ ଲକ୍ଷ ହୋଇଯିବ। ୩୦ ବର୍ଷରେ ଏହି ରାଶି ପ୍ରାୟ ୮୦.୯୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବ। ଆଉ ଯଦି ଆପଣ ୩୨ ବର୍ଷ ପର୍ଯ୍ୟନ୍ତ ର୍ଧଯ୍ୟ ରଖନ୍ତି, ତେବେ ଏହି ଛୋଟ ଏସଆଇପି ଆପଣଙ୍କୁ ୧ କୋଟି ଟଙ୍କାର  ଫଣ୍ଡ ଦେଇପାରେ।
ତେବେ୨୦୦୦ର ଏସ୍‌ଆଇପି କୌଣସି ବଡ଼ ରାଶି ନୁହେଁ, କିନ୍ତୁ ନିୟମିତତା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ନିବେଶ ଜାରି ରଖିବା ଦ୍ୱାରା ଏହା ଆପଣଙ୍କ ପାଇଁ ଏକ ବଡ଼ କର୍ପସ ପ୍ରସ୍ତୁତ କରିପାରେ। ଏହି କାରଣରୁ କୁହାଯାଏ ଯେ ଏସ୍‌ଆଇପି ଛୋଟ ନିବେଶକମାନଙ୍କୁ ମଧ୍ୟ କୋଟିପତି କରିପାରେ, କେବଳ ସର୍ତ୍ତ ହେଉଛି ଆପଣ ଏହାକୁ ବନ୍ଦ ନ କରିବା ପ୍ରତି ଧ୍ୟାନ ଦେବେ।

Enter your email to get our daily news in your inbox.

All Right Reserved By Dharitri.Com

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri