ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି ଆଗୁଆ ସଙ୍କେତକୁ ଚିହ୍ନଟ କରିବା ପାଇଁ ବୈଜ୍ଞାନିକମାନେ ଏକ ସାଧାରଣ ରକ୍ତ ପରୀକ୍ଷା ମାଧ୍ୟମରେ ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ଆଗାମୀ ବିପଦ ସମ୍ପର୍କରେ ସୂଚନା ପାଇବାରେ ସଫଳତା ହାସଲ କରିଛନ୍ତି। ‘ଆଲଜାଇମର୍ସ ଆଣ୍ଡ୍‌ ଡିମେନ୍ସିଆ: ଡାଇଗ୍ନୋସିସ, ଆସେସ୍‌ମେଣ୍ଟ ଆଣ୍ଡ୍‌ ଡିଜିଜ୍‌ ମନିଟରିଂ’ ଜର୍ନାଲରେ ପ୍ରକାଶିତ ୟୁନିଭର୍ସିଟି ଅଫ୍‌ ମିଆମି ମିଲର୍‌ ସ୍କୁଲ ଅଫ୍‌ ମେଡିସିନ୍‌ର ଗବେଷଣାରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।
ଗବେଷକମାନେ ୧,୧୭୦ ଜଣ ବରିଷ୍ଠ ନାଗରିକଙ୍କ (ହାରାହାରି ବୟସ ୭୩ ବର୍ଷ) ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏହି ଅନୁଧ୍ୟାନ କରିଥିଲେ। ୨୦୧୬ରେ ସେମାନଙ୍କର ରକ୍ତ ନମୁନା ପରୀକ୍ଷା କରାଯିବା ସହ ସ୍ମୃତିଶକ୍ତି ଓ ମାନସିକ ଦକ୍ଷତାର ମୂଲ୍ୟାଙ୍କନ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୨ରେ ପୁନର୍ବାର ସେମାନଙ୍କର ମାନସିକ ଦକ୍ଷତା ପରୀକ୍ଷା କରାଯିବା ପରେ ସାଂଘାତିକ ସତ୍ୟ ପଦାକୁ ଆସିଥିଲା। ଗବେଷଣାରୁ ଜଣାପଡ଼ିଛି ଯେ, ରକ୍ତରେ ଆଲଜାଇମର୍ସ ସମ୍ପର୍କିତ ‘ପି-ଟିଏୟୁ୧୮୧’ ପ୍ରୋଟିନ୍‌ର ମାତ୍ରା ଅଧିକ ଥିବା ବ୍ୟକ୍ତିଙ୍କଠାରେ ୬ ବର୍ଷ ପରେ ସ୍ମୃତିଶକ୍ତି ଓ ମାନସିକ କାର୍ଯ୍ୟଦକ୍ଷତା ହ୍ରାସ ପାଇଥିଲା। କୋଗ୍ନିଟିଭ ନ୍ୟୁରୋଲୋଜିଷ୍ଟ ଡିଆର୍ଡ୍ରେରେ ଓ’ସିଆଙ୍କ ଅନୁଯାୟୀ, ‘ପି-ଟିଏୟୁ୧୮୧’ ପ୍ରୋଟିନ୍‌ର ଉପସ୍ଥିତି ପ୍ରାରମ୍ଭିକ ପରୀକ୍ଷା ସମୟରେ ସ୍ମୃତିଶକ୍ତି ଉପରେ କୌଣସି ପ୍ରଭାବ ପକାଇ ନ ଥିଲା, କିନ୍ତୁ ୬ ବର୍ଷ ପରେ ସେମାନଙ୍କ ସ୍ମୃତିଶକ୍ତି ଦୁର୍ବଳ ହୋଇଥିଲା। ‘ଜିଏଫ୍‌ଏପି’ (ଗ୍ଲାଇଆଲ ଫାଇବ୍ରିଲାରୀ ଏସିଡିକ ପ୍ରୋଟିନ) ବାୟୋମାର୍କର ମଧ୍ୟ ସ୍ମୃତିଶକ୍ତି, ମାନସିକ ସ୍ଥିରତା ଏବଂ ନିର୍ଣ୍ଣୟ ନେବାର ଦକ୍ଷତା ହ୍ରାସ ସହ ସାଧାରଣ ଭାବେ ଜଡ଼ିତ ଥିବା ଜଣାପଡ଼ିଛି। ସେହିପରି ‘ଏନ୍‌ଏଫ୍‌ଏଲ୍‌’ ଏବଂ ଆମିଲଏଡ୍‌ ବିଟା ୪୨/୪୦ (ଏବି୪୨/୪୦) ବାୟୋମାର୍କର ମଧ୍ୟ ସ୍ନାୟୁଗତ କ୍ଷତି ଓ ଆଲଜାଇମର୍ସ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥାନ୍ତି। ରକ୍ତରେ ‘ପି-ଟିଏୟୁ୧୮୧’ ଏବଂ ‘ଜିଏଫ୍‌ଏପି’ ବାୟୋମାର୍କରର ମିଳିତ ପରୀକ୍ଷା ଦ୍ୱାରା ଜଣେ ବ୍ୟକ୍ତି ଭବିଷ୍ୟତରେ ସ୍ମୃତିଶକ୍ତି ହ୍ରାସ ଜନିତ ସମସ୍ୟାର ସମ୍ମୁଖୀନ ହେବେ କି ନାହିଁ, ତାହା ପୂର୍ବରୁ ଆକଳନ କରାଯାଇପାରିବ। ଯଦିଓ ଏହି ପରୀକ୍ଷା ସିଧାସଳଖ ଡିମେନ୍ସିଆର ସମ୍ପୂର୍ଣ୍ଣ ସୂଚନା ଦିଏନାହିଁ, କିନ୍ତୁ ଏହା ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିକିତ୍ସା ଓ ସେବା ଯୋଗାଇବାରେ ସହାୟକ ହେବ। ଗବେଷକଙ୍କ ମତରେ, ବୟସ ଓ ସ୍ବାସ୍ଥ୍ୟାବସ୍ଥା ଆଧାରରେ ଭିନ୍ନ ଭିନ୍ନ ରକ୍ତ ପରୀକ୍ଷା କରି ମାନସିକ ସମସ୍ୟାର ଆଗୁଆ ନିଦାନ କରାଯାଇପାରିବ, ଯାହା ଆଗାମୀ ଦିନରେ ଆଲ୍‌ଜାଇମର୍ସ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?