ସ୍କୁଟିରେ ଯାଉଥିଲେ ସ୍କୁଲ, ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ଗାଡି; ଆଉ ତା’ପରେ…

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ଚାଲୁଥିବା ବେଳେ ହଠାତ୍‌ ଜଳିଉଠିଲା ସ୍କୁଟି। ଅଳ୍ପକେ ବର୍ତ୍ତିଗଲେ ଶିକ୍ଷକ। ନବରଙ୍ଗପୁର ସହରର ନବରଙ୍ଗପୁର- କୋଷାଗୁମୁଡା ରାସ୍ତାରେ ଥିବା ଡଲଫିନ ରିସର୍ଟ ନିକଟରେ ଏହି ଅଘଟଣ ଘଟିଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ପୂଜାରୀଗୁଡା ଗ୍ରାମ ବିଦ୍ୟାଳୟର ଶିକ୍ଷକ ସନ୍ଦୀପ ପଣ୍ଡା ପ୍ରତିଦିନ ପରି ନିଜ ସ୍କୁଟିରେ ସ୍କୁଲକୁ ଯାଉଥିଲେ। ଡଲଫିନ ରିସର୍ଟ ନିକଟରେ ପହଞ୍ଚିବା ବେଳେ ହଠାତ୍‌ ସ୍କୁଟିଟି ବନ୍ଦ ହୋଇଯାଇଥିଲା। କ’ଣ ସମସ୍ୟା ହୋଇଛି ବୋଲି ସେ ଗାଡ଼ିରୁ ଓହ୍ଲାଇ ଦେଖୁଥିବା ବେଳେ ସ୍କୁଟିର ପଛପଟୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ମୁହୂର୍ତ୍ତକ ମଧ୍ୟରେ ନିଆଁ ସମଗ୍ର ସ୍କୁଟିକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ଘଟଣା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ନବରଙ୍ଗପୁର ସ୍ଥିତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ସ୍କୁଟିଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଥିଲା। ଶିକ୍ଷକ ସନ୍ଦୀପ ପଣ୍ଡା ସୁରକ୍ଷିତ ଥିବାରୁ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ଫେରୁଥିଲେ,ଗଛରେ ପିଟିହେଲା କାର୍‌: ଆଉ ତା’ପରେ ଘଟିଲା…

ଭଞ୍ଜନଗର,୬।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀପଲ୍ଲୀ ନିକଟରେ ସୋମବାର ଏକ ମାରୁତି କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡିରେ ବସିଥିବା ଡ୍ରାଇଭର…

ବିପଦଜନକ ‘ସୁଇଚ୍ ଭାଲ୍ ଚାମ୍ବର’: ଥୁଆମୂଳ ରାମପୁରରେ ଦୁଇଟି ପୃଥକ୍ ସ୍ଥାନରେ ଗାତରେ ଗଳିଲା କାର୍

ଥୁଆମୂଳ ରାମପୁର, ୬ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ବସୁଧା…

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

ପ୍ରଥମଥର ପରଦାରେ ରୋମାନ୍ସ କରିବେ ସ୍ତ୍ରୀ-ସ୍ବାମୀ

ବଲିଉଡ ଅଭିନେତା ଅଲି ଫଜଲ ତାଙ୍କ ୱେବ ସିରିଜ ‘ରାଖ’ ଚର୍ଚ୍ଚାରେ ଅଛନ୍ତି। ଏଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଖୁବ୍‌ଶୀଘ୍ର ସେ ‘ମିର୍ଜାପୁର: ଦି…

IND vs ENG 3rd T20I Playing-11: ବାଦ ପଡ଼ିବେ ରବି-ବୈଭବ, ଏହି ୨ ଖେଳାଳିଙ୍କ ହୋଇପାରେ ଏଣ୍ଟ୍ରି!

ନୂଆଦିଲ୍ଲୀ,୬।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟର ଏବେ ବି ତାଙ୍କର ପ୍ରଥମ ବିଜୟ ଖୋଜୁଛନ୍ତି। ସେ ଆୟରଲ୍ୟାଣ୍ଡ ଭଳି ଦଳ ବିପକ୍ଷରେ ଖାତା…

ଟିଏମସିରେ ଫାଟ ପରେ ବି କମିନି ମମତାଙ୍କ ଦବଦବା; ତାଙ୍କ ବିନା ରାଜ୍ୟ ସଭାର ଗୋଟିଏ ବି ସିଟ୍‌ ଜିତିପାରିବେନି…

କୋଲକାତା,୬।୭: ପଶ୍ଚିମବଙ୍ଗରେ ରାଜ୍ୟସଭାର ତିନୋଟି ଆସନ ପାଇଁ ନିର୍ବାଚନ କମିଶନ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକ ପାଇଁ ଜୁଲାଇ ୨୪ରେ ମତଦାନ ହେବ ଏବଂ ସେହି…

ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ସନ୍ତରଣ କଲେ ଛାତ୍ର କଂଗ୍ରେସ: ବଢୁଛି ଚର୍ଚ୍ଚା

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ଫଳରେ ଥିଲା, ଆବର୍ଜନା ସହିତ ବର୍ଷାଜଳ ବିଭିନ୍ନ ସ୍ଥାନରେ ଘରକୁ ପଶୁଛି। ରାସ୍ତାଘାଟ, ବସଷ୍ଟାଣ୍ଡ ସମେତ…

ଗାଈ ଚରାଇବା ବେଳେ ମାଡ଼ିବସିଲା ସିଂହ, ଗୋଡ଼କୁ ଧରି…

ନୂଆଦିଲ୍ଲୀ,୬।୭:  ଗୁଜୁରାଟର ପାଲିଟାନାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ, ଏକ ସିଂହ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ତାଙ୍କ ଗୋଡକୁ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri