ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର ମୋଟର ସାଇକେଲରେ ୩ଜଣ ଦୁର୍ବୃତ୍ତ ଆସି ସୋମବାର ଦିନଦ୍ବିପ୍ରହରରେ ଭୁଜାଲି ଦେଖାଇ ମେଡିସିନ ବ୍ୟବସାୟୀଙ୍କ ଠାରୁ ୩୦ହଜାରରୁ ଅଧିକ ଟଙ୍କା ଲୁଟନେଲେ । ବ୍ୟବସାୟୀ ଜଣଙ୍କ ହୋଉଛନ୍ତି ଭୁବନ ଏନଏସି ୬ ନମ୍ବର ଓାର୍ଡର ଦିଲ୍ଲିପ କୁମାର ବୈଶାଖ। ସେ ମାର୍କେଟିଂ ପାଇଁ କାମାକ୍ଷାନଗର,ପରଜଙ୍ଗ ଓ ତାଳଚେର ବହ୍ଲର ଯାଇ ଘରକୁ ଫେରୁଥିବା ବେଳେ ଶ୍ୟାମଳ ଛକ ପୂର୍ବରୁ କଳା ପଲସରରେ ତିନିଜଣ ଯୁବକ ତାଙ୍କୁ ଫଲୋ କରିଥିଲେ। ପରେ ଓଭରବ୍ରିଜ ଉପରେ ତାଙ୍କ ମଟରସାଇକେଲ ଚାବି ଛଡାଇ ନେବା ସହ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ଭୟଭୀତ କରାଇ ଦିଲ୍ଲିପଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ। ଏହିପରି ଘଟଣା ଭୁବନ ଅଞ୍ଚଳ ପାଇଁ ନିତିଦିନିଆ ହୋଇ ପଡିଥିବା ବେଳେ ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହି ସମୟରେ ଭୁବନ ଥାନା ପାଟୋଲିଙ୍ଗ ଗାଡ଼ି ବୁଲୁଥିଲା । ସଙ୍ଗେସଙ୍ଗେ ଖୋଜାଖୋଜି କରି କି ମଧ୍ୟ କୈ।ତହିଁ ସୁରାକ ପାଇ ନଥିଲେ । ଘଟଣା ସମ୍ପର୍କରେ ଦିଲ୍ଲିପ ଭୁବନ ଥାନାରେ ଅଭିଯୈଗ କରିଥିଲେ । ଅଭିଯୋଗ ପାଇ ପୋଲିସ ରାସ୍ତାର ଦୁଇ ପାର୍ଶରେ ଥିବା ବ୍ୟବସାୟ ପ୍ରତିଷ୍ଠାନର ସିସି ଟିଭିକୁ ଯାଞ୍ଚ ଚଳାଇବା ସହିତ ତଦନ୍ତ କରୁଛି ।

