ସଙ୍କଟରେ ପବିତ୍ର ବନ୍ଧନ

ବୈକୁଣ୍ଠନାଥ ମିଶ୍ର

 

ସମୟରେ ବିପରୀତ ଲିଙ୍ଗୀ ବିବାହ ସ୍ଥାନରେ ସମଲିଙ୍ଗୀ ବିବାହ ଶବ୍ଦ ଶ୍ରୁତିଗୋଚର ହେଲାଣି। ସମଲିଙ୍ଗୀ ବନ୍ଧୁତା ସର୍ବଗ୍ରାହ୍ୟ ହୋଇଥିବା ବେଳେ ସମଲିଙ୍ଗୀ ବିବାହ ଶବ୍ଦଟି ଅନେକଙ୍କ ପାଇଁ ଭ୍ରୂକୁଞ୍ଚନ ସୃଷ୍ଟି କରୁଛି। ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ସମଲିଙ୍ଗୀ ବିବାହକୁ ଅସିଦ୍ଧ ଘୋଷଣା କରିଛନ୍ତି।
ବିବାହ ସମ୍ପ୍ରତି ଏକ ପ୍ରହସନରେ ପରିଣତ ହେବାକୁ ବସିଛି। ଏଥିରେ ପବିତ୍ରତା ଅପେକ୍ଷା ନାରକୀୟତା ଅଧିକ ପରିଦୃଷ୍ଟ ହେଉଛି। ବିବାହ ପୂର୍ବର ଆନନ୍ଦ ବିବାହର ଅଳ୍ପ କେତେଟା ଦିନ ମଧ୍ୟରେ ବିଷାଦରେ ପରିବର୍ତ୍ତିତ ହେଉଛି। ଛାଡ଼ପତ୍ର ପରି ଏକ ଘୃଣିତ କୀଟ ବିବାହର ପବିତ୍ରତାକୁ ଦଂଶନ କରି ଏହାକୁ ଅଭିଶପ୍ତ କରି ଦେଉଛି॥ ପୁରାଣ ଇତିହାସ ଯୁଗରେ ରାଜା ଜମିଦାରମାନେ ବହୁପତ୍ନୀ ଗ୍ରହଣ କରୁଥିଲେ ଏବଂ ଏହା ତାଙ୍କ ସମ୍ଭ୍ରାନ୍ତପଣର ଗରିମାର ନିଦର୍ଶନ ଥିଲା। ସୁନ୍ଦରୀ ଲଳନାଟିଏ ଦୃଷ୍ଟିଗୋଚର ହେବା ମାତ୍ରେ ତାକୁ କଳେବଳେ କୌଶଳେ ପତ୍ନୀତ୍ୱରେ ଆଭୂଷିତ କରୁଥିଲେ। କିନ୍ତୁ ଆଜିର ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ଏହାର ପ୍ରାସଙ୍ଗିକତା ନାହିଁ। ତଥାପି ଜଣକୁ ବିବାହର ପ୍ରତିଶ୍ରୁତି ଦେଇ ଅନ୍ୟଜଣକୁ ବିବାହ କରିବାର ମାନସିକତା ବହୁ ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତାଙ୍କଠାରେ ପରିଦୃଷ୍ଟ ହେଲାଣି। ବିବାହ ନ କରି ଅନ୍ୟମାନଙ୍କ ଅଗୋଚରରେ ଏକତ୍ରବାସ କରିବା (ଲିଭ୍‌-ଇନ୍‌-ରିଲେଶନଶିପ୍‌) ଆଜିର ସମାଜରେ କାୟାବିସ୍ତାର କରିବାକୁ ବସିଲାଣି।
ସମ୍ପ୍ରତି ବିବାହରେ ମାତାପିତାଙ୍କ ଭୂମିକା ଅତ୍ୟନ୍ତ ନଗଣ୍ୟ। କନ୍ୟା ନିରୂପଣଠାରୁ ବୈବାହିକ କର୍ମ ସମ୍ପାଦନରେ ସେମାନଙ୍କ ସମ୍ପୃକ୍ତି ଗୁରୁତ୍ୱହୀନ। ପ୍ରେମ ବିବାହ ଭଲ କଥା। କିନ୍ତୁ ପ୍ରେମ ବିବାହ ଅଧିକାଂଶ କ୍ଷେତ୍ରରେ ଅସଫଳ ହେଉଛି। ଯୌତୁକ ରାକ୍ଷସର କରାଳ ପଞ୍ଝା ହେଉ କିମ୍ବା ନିଶାସେବନର ଉତ୍କଟ ପରିଣତି ହେଉ ବିବାହର ସ୍ଥାୟିତ୍ୱକୁ ପ୍ରଭାବିତ କରୁଛି। ଫଳରେ ଦମ୍ପତି ପରସ୍ପରଠାରୁ ବିଚ୍ଛିନ୍ନ ହେବାକୁ ପସନ୍ଦ କରୁଛନ୍ତି। ପ୍ରାକ୍‌ ବିବାହ ପ୍ରେମ ଓ ବିବାହୋତ୍ତର ପ୍ରେମ ଦୁଇଟି ଅଲଗା କଥା। ପ୍ରାକ୍‌ ବିବାହ ପ୍ରେମରେ ଥାଏ ଆସକ୍ତି ଓ ବିବାହୋତ୍ତର ପ୍ରେମ ଦୀର୍ଘସ୍ଥାୟୀ ହୁଏ। କାରଣ ପ୍ରାକ୍‌ ବିବାହ ପ୍ରେମରେ ଥାଏ ଆସକ୍ତି ଓ ବିବାହୋତ୍ତର ପ୍ରେମରେ ଥାଏ ମମତା। ଆସକ୍ତି କ୍ଷଣସ୍ଥାୟୀ ଓ ମମତା ଚିରନ୍ତନ। ଆୟୋଜିତ ବିବାହରେ ମାତାପିତା ଓ ସମ୍ପର୍କୀୟମାନଙ୍କର ସମ୍ପୃକ୍ତି ଯଥେଷ୍ଟ ରହୁଥିଲା ଓ ଦାମ୍ପତ୍ୟ ଜୀବନରେ ଉଠୁଥିବା ସମସ୍ୟାକୁ ସେମାନେ ସମାଧାନ କରିବାକୁ ପ୍ରୟାସ କରୁଥିଲେ। ମାତ୍ର ପ୍ରେମ ବିବାହରେ ମାତାପିତାଙ୍କ ସମ୍ପୃକ୍ତି ଗୌଣ ହୋଇଥିବାରୁ ନବବିବାହିତ ଦମ୍ପତି ସ୍ବେଚ୍ଛାଚାରର ବଶବର୍ତ୍ତୀ ହୋଇ ଛାଡ଼ପତ୍ର ପର୍ଯ୍ୟନ୍ତ ଆଗେଇ ଯାଉଛନ୍ତି। ଦାମ୍ପତ୍ୟ ଜୀବନରେ ନାହିଁ ଅନୁରାଗ ଓ ଉତ୍ସର୍ଗୀକୃତ ମନୋଭାବ। ପରସ୍ପର ଚରିତ୍ର ପ୍ରତି ସନ୍ଦେହ ପ୍ରକଟ କରିବା ଏକ ସାଧାରଣ ଘଟଣା।
ପ୍ରେମ ବିବାହକୁ ଆଜିକାଲି ଅଧିକରୁ ଅଧିକ ଉତ୍ସାହିତ କରାଯାଉଥିବାର ଲକ୍ଷ୍ୟ କରାଯାଉଛି। ଏ କ୍ଷେତ୍ରରେ ନ୍ୟାୟାଳୟମାନଙ୍କର ଭୂମିକା ମଧ୍ୟ କମ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ନୁହେଁ। ଝିଅପୁଅଙ୍କ ସହମତିକୁ ଅଗ୍ରାଧିକାର ଦେବାପାଇଁ ବିଭିନ୍ନ ନ୍ୟାୟାଳୟ ଭିନ୍ନଭିନ୍ନ ସମୟରେ ନିଷ୍ପତ୍ତି ପ୍ରଦାନ କରି ଆସୁଛନ୍ତି। କେତେକ ବୁଦ୍ଧିଜୀବୀ ଝିଅପୁଅଙ୍କର ବିବାହ ସମ୍ମତି ବୟସ କୋହଳ କରାଯିବାକୁ ମତ ଦେଉଛନ୍ତି। ସେମାନଙ୍କ ମତରେ ବିବାହ ବୟସ ହ୍ରାସ କରାଗଲେ ନବ ଦମ୍ପତିଙ୍କ ଭିତରେ ପ୍ରେମ ଦୃଢ଼ତର ହେବ ଓ ଏଥିଯୋଗୁଁ ଭବିଷ୍ୟତରେ ଉପୁଜୁଥିବା ଅଘଟଣ ଯଥେଷ୍ଟ ହ୍ରାସ ପାଇବ। କିନ୍ତୁ ଏପରି ଏକ ମତକୁ ଭାରତର ନ୍ୟାୟିକ କମିଶନ ନାପସନ୍ଦ କରିଛନ୍ତି। କମିଶନଙ୍କ ମତରେ ବିବାହ ସହମତିର ବୟସ ସୀମା କୋହଳ କରାଗଲେ ଶିଶୁ ବିବାହ ପୁଣି ମୁଣ୍ଡ ଟେକିବ। ଷୋହଳ ବର୍ଷକୁ ଯଦି ସହମତିର ବୟସ ଧରାଯାଏ, ତେବେ ଚିକିତ୍ସା ଶାସ୍ତ୍ର ଅନୁସାରେ ଏହା ସ୍ବାସ୍ଥ୍ୟଗତ କାରଣରୁ ଗ୍ରହଣୀୟ ନୁହେଁ। ଇତିମଧ୍ୟରେ କର୍ନାଟକ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଋତୁରାଜ ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଶନ ଶିଶୁଙ୍କୁ ଯୌନ ଉତ୍ପୀଡ଼ନରୁ ରକ୍ଷା କରିବା ଆଇନ (ପୋକ୍‌ସୋ)ରେ ପରିବର୍ତ୍ତନ ଆବଶ୍ୟକ ବୋଲି ମତ ଦେଇଛନ୍ତି। କମିଶନଙ୍କ ମତରେ ଝିଅ ପୁଅଙ୍କୁ ଷୋହଳ ବର୍ଷ ବୟସ ହୋଇଗଲେ ସେମାନଙ୍କୁ ଶିଶୁ ବୋଲି ଅଭିହିତ ନ କରି ସେମାନଙ୍କ ଯୌନଜୀବନ ପ୍ରତି କୋହଳ ମନୋଭାବ ପୋଷଣ କରିବା ଆବଶ୍ୟକ। ଏଠାରେ ଆଉ ଗୋଟିଏ କଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଆଜିକାଲି ଯୁବତୀଯୁବକ ଯୌନାଚାରକୁ ଅତି ସାଧାରଣ ଭାବେ ଗ୍ରହଣ କରୁଛନ୍ତି। ସାମାଜିକ ଗଣମାଧ୍ୟମ ଓ ଦୂରଦର୍ଶନ ସେମାନଙ୍କୁ ଯଥେଷ୍ଟ ପ୍ରଭାବିତ କରୁଛି। ଏସବୁ ଦୃଷ୍ଟିରୁ ଯୌନ ସମ୍ପର୍କ ସ୍ଥାପନ ଓ ବିବାହ ସହମତିର ବୟସ ସୀମା କୋହଳ ଏକ ବିତର୍କିତ ପ୍ରସଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ମା’, ବାପା ଓ ସମାଜ ଏ ବିଷୟରେ ଗଭୀର ଅନୁଚିନ୍ତନ କରିବାର ସମୟ ଉପଗତ। ପ୍ରାବନ୍ଧିକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଆଜକୁ ପ୍ରାୟ ଶହେ ବର୍ଷ ତଳେ ମତ ପୋଷଣ କରିଥିଲେ ଯେ ପୁରୁଷ କ୍ଷେତ୍ରରେ ଚବିଶବର୍ଷ ପୂର୍ବରୁ ଶରୀର ସଙ୍ଗମ ହେବା ଉଚିତ ନୁହେଁ। ଯେଉଁ ସମୟରେ ସମାଜ ବାଲ୍ୟବିବାହର କରୁଣ ବିଭୀଷିକାରେ ଉତ୍ପୀଡିତ ସେହି ସମୟରେ ପ୍ରାବନ୍ଧିକଙ୍କ ମତକୁ ସହଜରେ ଗ୍ରହଣ କରାଯାଇ ନ ଥିଲା। ସେମାନେ ମତ ଦେଉଥିଲେ ଯେ ବିଳମ୍ବିତ ବିବାହ ଏକନିଷ୍ଠ ପ୍ରେମର ପ୍ରଧାନ ଅନ୍ତରାୟ।
ଆଜି ଆଉ ସେପରି ମନୋଭାବର ଦୃଷ୍ଟାନ୍ତ ଦେଖିବାକୁ ମିଳୁନାହିଁ। ବାଲ୍ୟବିବାହ ନିଜର ସତ୍ତା ହରାଇଛି। କିନ୍ତୁ ତା’ ସ୍ଥାନରେ ପ୍ରାକ୍‌ ବିବାହ ଓ ବିବାହୋତ୍ତର ଯୌନ ବିଶୃଙ୍ଖଳା ଅଦମନୀୟ ଭାବେ ମୁଣ୍ଡଟେକିଛି। ପବିତ୍ର ବନ୍ଧନ ଆଜି ସଙ୍କଟରେ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?