ଖାରିକଣା ଗ୍ରାମକୁ ହେଲା ରାସ୍ତା ନିର୍ମାଣ

କୋରାପୁଟ /ନାରାୟଣପାଟଣା, ୫ା୧ (ସ୍ବ.ପ୍ର./ଡି.ଏନ.ଏ.): କେତେବେଳେ ଭରା ନଦୀ ପାର ହେବାକୁ ପଡେ ତ କେତେବେଳେ ଖଟିଆରେ ବୁହା ହୋଇ ଯିବାକୁ ପଡେ ଡାକ୍ତରଖାନା। କେବେ ଡାକ୍ତରଖାନା ନେବାକୁ ରାତି ଅଧରେ ନଦୀ ସେପଟେ ରହେ ଆମ୍ବୁଲାନ୍ସ। ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ଅନ୍ଧାର ରାତିରେ ସେ ଖୋଜୁଥାଏ ରାସ୍ତା। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ସଦର ମହକୁମା ଖାରିକଣା ଗ୍ରାମର ଗ୍ରାମବାସୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଏପରି କରୁଣ ଦୃଶ୍ୟ। ପ୍ରାୟ ୧୦୦ରୁ ଅଧିକ ଘର ଥିବା ଏହି ଗ୍ରାମକୁ ସ୍ବାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଯିବାପାଇଁ ମାଟି ରାସ୍ତା ମଧ୍ୟ ନ ଥିଲା। ଅନେକ ସମୟରେ ରାସ୍ତା ନ ଥିବାରୁ ରୋଗରେ ପଡ଼ି ଅବା ଗର୍ଭବତୀ ମହିଳାଙ୍କ ଜୀବନ ମଧ୍ୟ ଯାଇଥିବା ନଜିର ମଧ୍ୟ ରହିଛି। ଅନ୍ୟପକ୍ଷରେ ମାଗଣା ଚାଉଳ ହେଉ କିମ୍ବା ଚାଷ ଜମିକୁ ବିହନ ସାର ନେବାକୁ ରାସ୍ତା ନ ଥିବା ହେତୁ ନଦୀ ପାର ହୋଇ ଯିବାକୁ ପଡ଼ୁଥିଲା ଖାରିକଣା ଗ୍ରାମବାସୀଙ୍କୁ।

ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏବେ ପ୍ରଶାସନ ଏହି ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ବ୍ଲକ ପ୍ରଶାସନ ଜୋର୍‌ ସୋର୍‌ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ନିର୍ମାଣ କରୁଛି ମେଟାଲ ମୋରମର ରାସ୍ତା । ଫଳରେ ଏଣିକି ଆଉ ପୂର୍ବ ସମସ୍ୟା ରହିବନାହିଁ। ଫୋନ କଲେ ୧୦୮, ୧୦୨ ଆମ୍ମୁଲାନସ ପହଞ୍ଚତ୍ପାରିବ ଗ୍ରାମରେ। ଗ୍ରାମରୁ ରୋଗୀ ଯିବେ ନିକଟସ୍ଥ ଡାକ୍ତରଖାନା। ନାରାୟଣପାଟଣା ବିଡିଓ ଅଶିନୀ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଅକ୍ଷୟ ସାହୁ,ସରପଞ୍ଚ ରେବତୀ କୁଦାରିୟାଙ୍କ ତତ୍ୱାବଧାନରେ ଘାଟି କାଟି ରାସ୍ତା ତିଆରି ଚାଲିଛି। ବର୍ତ୍ତମାନ ସୁଦ୍ଧା ୭୦ ଭାଗ କାର୍ଯ୍ୟ ସରିଲାଣି। ଆଉ କେତୋଟି ଦିନ ପରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଯନ୍ତ୍ରୀ ସାହୁ କହିଛନ୍ତି। ଆଗାମୀ ଦିନରେ ଗ୍ରାମବାସୀଙ୍କ ସହଯୋଗରେ ବିଭିନ୍ନ ସମସ୍ୟାର ସମାଧାନ ଧୀରେ ଧୀରେ କରାଯିବ। ମାଟି ରାସ୍ତା କିପରି ପକା ରାସ୍ତାରେ ପରିଣତ ହେବ ସେ ବ୍ୟବସ୍ଥା ଆଗାମୀ ଦିନରେ ହେବ ବୋଲି କହନ୍ତି ନାରାଣପାଟଣା ବିଡିଓ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri