Advertisement
Posted inଜାତୀୟ

ସରକାର ଭାଙ୍ଗିବାକୁ ଚକ୍ରାନ୍ତ

ଜୟପୁର,୧୨ା୭(ପି.ଟି.): କରୋନା ମହାମାରୀ ଜନିତ ସଙ୍କଟ ସମୟରେ ରାଜସ୍ଥାନ ସରକାର ଭାଙ୍ଗିଦେବା ପାଇଁ ଭାଜପା ଷଡ଼ଯନ୍ତ୍ର ଚଳାଇଛି। ରାଜ୍ୟରେ କ୍ଷମତାସୀନ ସରକାରର ପତନ ପାଇଁ ଭାଜପା ପକ୍ଷରୁ କଂଗ୍ରେସ ବିଧାୟକମାନଙ୍କୁ ୧୫ କୋଟି ଟଙ୍କା ଲେଖାଏ ଯଚାଯାଇଥିବା ଶନିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନର ସ୍ଥିତି ପାଇଁ ଶାସକ ଦଳ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଦାୟୀ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି। ସରକାର ଭାଙ୍ଗିବା ଉଦ୍ୟମ ସମ୍ପର୍କରେ ବୟାନ ରେକର୍ଡ କରାଇବାକୁ ରାଜ୍ୟ ପୋଲିସ ଏସ୍‌ଓଜି ପକ୍ଷରୁ ମୁଖ୍ୟମନ୍ତ୍ରୀ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ନୋଟିସ କରାଯାଇଛି। ଏଥିସହିତ ସରକାରଙ୍କ ମୁଖ୍ୟ ହୁଇପ୍‌ ମହେଶ ଜୋଷୀଙ୍କୁ ମଧ୍ୟ ଅନୁରୂପ ନୋଟିସ ପଠାଯାଇଛି।
ଗେହଲଟ ସରକାରକୁ ଭାଙ୍ଗିବା ଲାଗି କେତେଜଣ କଂଗ୍ରେସ ବିଧାୟକଙ୍କ ସହ ଘୋଡାବେପାରରେ ସମ୍ପୃକ୍ତ ଥିବା ଦୁଇଜଣଙ୍କ ବିରୋଧରେ ଶୁକ୍ରବାର ଏତଲା ଦାଏର ପରେ ସେମାନଙ୍କୁ ରାଜସ୍ଥାନ ଏସ୍‌ଟିଏଫ୍‌ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଭରତ ମଲାନି ଓ ଅଶୋକ ସିଂ। ଖୁବ୍‌ଶୀଘ୍ର ପାଖାପାଖି ୧୨ ବିଧାୟକ ଓ ଅନ୍ୟମାନଙ୍କୁ ନୋଟିସ୍‌ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଗେହଲଟ କହିଥିଲେ, ସାରା ଦେଶରେ ମହାମାରୀ ସଙ୍କଟ ବେଳେ ଭାଜପା ନେତାମାନେ ମାନବିକତା ଭୁଲିଯାଇ ସରକାର ଭାଙ୍ଗିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ କଂଗ୍ରେସ ସମ୍ପୂର୍ଣ୍ଣ ୫ ବର୍ଷ ଶାସନ କରିବା ନିଶ୍ଚିତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ, ଉପନେତା ରାଜେନ୍ଦ୍ର ରାଠୋର, ଭାଜପା ରାଜ୍ୟ ସଭାପତି ସତୀଶ ପୁନିଆ ଦଳର କେନ୍ଦ୍ରୀୟ ନେତୃତ୍ୱ ସହ ମିଶି ସରକାର ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଚଳାଇଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରୀ ପଣ୍ଡିତଙ୍କ ଟ୍ରାନ୍ସଫର ତାଲିକା ସୋସିଆଲ ମିଡ଼ିଆରେ ଲିକ୍‌, ସରକାରଙ୍କ ବିରୋଧରେ ପ୍ରଦର୍ଶନ କଲେ ଲୋକେ…

ଶ୍ରୀନଗର, ୫।୬ : କଶ୍ମୀରରେ ଲଗାତାର ଟାର୍ଗେଟ କିଲିଂ ମଧ୍ୟରେ ସରକାର ଶ୍ରୀନଗରର ସୁରକ୍ଷିତ ବିବେଚନା କରାଯାଉଥିବା ସ୍ଥାନକୁ ୧୭୭ ଶିକ୍ଷକଙ୍କୁ ଟ୍ରାନ୍ସଫର କରିବା ଲାଗି...

ଅକ୍ଷମତା ପ୍ରକାଶ କଲେ ସୋନୁ ସୁଦ

ନୂଆଦିଲ୍ଲୀ, ୨୦।୪: ଗତ ବର୍ଷ କରୋନା ମହାମାରୀ ସମୟରେ ପ୍ରବାସୀ ଓ ଶ୍ରମିକଙ୍କ ପାଇଁ ହିରୋ ସାଜିଥିଲେ ବଲିଉଡ୍‌ ଆକ୍ଟର ସୋନୁ ସୁଦ। କିନ୍ତୁ କରୋନାର...

କଂଗ୍ରେସ ସରକାର ସମୟରେ ପାକିସ୍ତାନ ଲଗାତାର କରୁଥିଲା ଆତଙ୍କବାଦୀ ଆକ୍ରମଣ…

ନୂଆଦିଲ୍ଲୀ, ୨୩।୮ : କେନ୍ଦ୍ରରେ କଂଗ୍ରେସ ସରକାର ବହୁବର୍ଷ ଧରି ରହିଥିଲେ। ଏହି ସମୟରେ ପାକିସ୍ତାନ ନିଜ ଇଛା ଅନୁସାରେ ଯେବେ ଚାହୁଁଥିଲା ଲଗାତାର ଆତଙ୍କବାଦୀ...

ନୂଆ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ନୂଆ ମନ୍ତ୍ରୀ ଭାବେ ବୁଧବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ୪୩ ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌...

ଓମାର ଅବଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ,୭।୪: ଜମ୍ମୁ-କଶ୍ମୀର ବ୍ୟାଙ୍କ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ନେତା ଓମାର ଅବଦୁଲ୍ଲାଙ୍କୁ ଜେରା କରିଛି। ଋଣ ମଞ୍ଜୁରୀ ଓ...

ନିର୍ବାଚନ ପ୍ରଚାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୩୧।୧: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ନିର୍ବାଚନ ଆୟୋଗ ସୋମବାର ନୂତନ ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଅନୁଯାୟୀ, ଫେବୃୟାରୀ...

‘ମହିଳାଙ୍କ କଥା ଉଠିଲେ ତାଲିବାନ୍‌ ଓ ଆର୍‌ଏସ୍‌ଏସ୍‌ ସମାନ’

ଭୋପାଳ,୧୧।୯: ‘ମହିଳାମାନେ ଗୃହିଣୀ ହୋଇ ରହିବା ଉଚିତ୍‌ ଓ ପୁରୁଷମାନେ ଅନ୍ନଦାତା ହେବା ଉଚିତ’। ୨୦୧୩ରେ ଏକ ନ୍ୟୁଜ ଚ୍ୟାନେଲରେ ଏଭଳି ବୟାନ ଦେଇଥିଲେ ରାଷ୍ଟ୍ରୀୟ...

ଜମ୍ମୁ-କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ସଫଳତା

ଶ୍ରୀନଗର,୨୬।୧: ଅଓ୍ବନ୍ତିପୋରାରେ ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଏଥିରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆତଙ୍କବାଦୀ...

Advertisement
Archives

Model This Week