ପିଏଚଡ଼ିର ନାକତଳେ ଫାଟିଛି ପାଇପ, ଦୂଷିତ ହେଉଛି ପିଇବା ପାଣି

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ମ୍ୟୁନିସିପାଲଟି ଅଧିନ ଶକ୍ତି ନଗରସ୍ଥିତ ନେହେରୁ ଆସୋସିଏସନ ସମ୍ମଖରେ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ପାଇଁ ଉଦ୍ଦିଷ୍ଟ ପାଣି ପାଇପ ଫାଟି ଯାଇଛି। ଫଳରେ ପାନୀୟଜଳ ଦୂଷିତ ହେଉଥିବାବେଳେ ନିକଟସ୍ଥ ସମଲେଶରୀ ନର୍ସରୀ ଗଳି ରାସ୍ତାରେ ପାଣି ଅନବରତ ବହି ଚାଲିଛି। ତେବେ ଦୀର୍ଘଦିନ ହେଲା ଏଠାରେ ପାଣି ପାଇପ ଫାଟି ଥିବାବେଳେ ଏଥିପ୍ରତି ବିଭାଗୀୟ କର୍ମଚାରୀ ଆଖିବୁଜି ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ପିଏଚଡି ପାନୀୟଜଳ ଯୋଗାଇ ଦେଇ ଆସୁଥିଲେ ସୁଦ୍ଧା ଏହାର ତୁରନ୍ତ ମରାମତି କରା ନ ଗଲେ ଆଗକୁ ଲୋକେ ଦୂଷିତ ପାଣି ଜନିତ ନାନା ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତ୍ୱରିତ୍‌ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅର ଅକାଳ ମୃତ୍ୟୁ: ହଠାତ୍‌ ଘଟିଲା…

ଲକ୍ଷ୍ନୌ,୧୩।୫: ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ତଥା ଅପର୍ଣ୍ଣା ଯାଦବଙ୍କ ସ୍ବାମୀ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି। ସେ ଲକ୍ଷ୍ନୌର ଏକ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ…

ବିକ୍ରି ପରିମାଣ ନେଇ ଚାଷୀ ଅସନ୍ତୋଷ: ଲଖମରା ମଣ୍ଡିକୁ ଆସିଛି ୧୨୪ ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୫(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ସୋମବାରଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଖଣ୍ଡର ମୋଟ ୫୯ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ।…

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

ମାମୁଘରକୁ ବୁଲି ଆସିଥିଲେ,ହାତୀର ଜଳକ୍ରୀଡ଼ା ଦେଖିବା ହେଲା କାଳ; ପାଣିରେ ଖସିପଡ଼ି ୬ ବର୍ଷର ନାବାଳକଙ୍କ ମୃତ୍ୟୁ

ଦେବଗଡ଼,୧୨|୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନାଚଂଳର ଦନ୍ତାରିବାହାଳ ଗ୍ରାମର ମତୁଆଳି ନାଳ‌ରେ ପାଣିରେ ବୁଡି ମଙ୍ଗଳବାର ଜଣେ ନାବାଳାକର ମୃତ୍ୟୁ ଘଟିଛି। ମୃତକ ନାବାଳକ ହେଲେ ବେତ୍ରା…

ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ଆବେଦନ କରିଥିବା ଚାଷୀଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ନ୍ୟାୟ ପାଇଁ…

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ତାଲମେଣ୍ଡା ଗ୍ରାମର ଚାଷୀ ରୋହିତ ଭୋଇ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ନ ପାରି…

ଆଙ୍କୋରଡା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଉଦ୍‌ଯାପିତ; ପୂଜାର୍ଚ୍ଚନା କଲେ MP ପ୍ରଦୀପ ପାଣିଗ୍ରାହୀ

ଦିଗପହଣ୍ଡି,୧୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ମଙ୍ଗଳବାର ବିଳମ୍ବିତ…

କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା: କ୍ରୀଡ଼ା ଶିକ୍ଷକ ନିଲମ୍ବିତ,ବିଇଓ- ଡିଇଓଙ୍କ ବିରୋଧରେ…

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)- କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଏବଂ ବିଭାଗରେ ଆର୍ଥିକ ଅନିୟମିତତା ଅଭିଯୋଗ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ମାମଲାରେ ଗିରଫ…

୧୭ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା: ମା’ ବ୍ୟାଘ୍ରଦେବୀଙ୍କ ଆଶୀର୍ବାଦ ନେଲେ ବାଚସ୍ପତି ସୁରମା ପାଢ଼ୀ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ୧୭ ଦିନରେ ପହଞ୍ଚିଛି। ଆଉ ୮ ଦିନ ପରେ ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri