Posted inଫୁରସତ

୫ ହଜାର ଫୁଟ ଉଚ୍ଚରେ ରହସ୍ୟମୟ ଗୁମ୍ଫା

ବେଜିଂ: ବିଶ୍ୱରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର କିଛି ନା କିଛି ରହସ୍ୟ ରହିଛି। ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥାନ୍ତି। ଚାଇନାରେ ମଧ୍ୟ ଏପରି ଏକ ସ୍ଥାନ ରହିଛି, ଯାହା ଦୀର୍ଘ ବର୍ଷ ଧରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରୁ ତିଆନ୍‌ମେନ୍‌ ମାଉଣ୍ଟେନ ଅନ୍ୟତମ। ଏହି ପର୍ବତମାଳାର ଉପର ମୁଣ୍ଡରେ ଏକ ଗୁମ୍ଫା ଅଛି, ଯାହା ଭୂମିଠାରୁ ୧୫୧୮ ମିଟର (ପ୍ରାୟ ୫ ହଜାର ଫୁଟ) ଉଚ୍ଚରେ ଅବସ୍ଥିତ। କୌଣସି ପର୍ବତ ଉପରେ ଅବସ୍ଥିତ ଏହି ଗୁମ୍ଫାକୁ ବିଶ୍ୱର ସର୍ବୋଚ୍ଚ ଗୁମ୍ଫା ଭାବରେ ବିବେଚନା କରାଯାଏ । ସେହିପରି ଏହି ଗୁମ୍ଫାକୁ ସ୍ବର୍ଗର ଦ୍ୱାର ବୋଲି ମଧ୍ୟ କୁହାଯାଏ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୫୩ ଖ୍ରୀଷ୍ଟାବ୍ଦରେ ଏହି ପର୍ବତର କିଛି ଅଂଶ ଭାଙ୍ଗି ଯାଇଥିଲା। ଫଳରେ ଏହି ଗୁମ୍ଫା ସୃଷ୍ଟି ହୋଇଥିଲା। ଏହି ଗୁମ୍ଫାର ଲମ୍ବ ୧୯୬ ଫୁଟ, ଉଚ୍ଚତା ୪୩୧ ଫୁଟ ଏବଂ ମୋଟେଇ ୧୮୭ ଫୁଟ ରହିଛି। ଏତେମାତ୍ରାରେ ଉଚ୍ଚରେ ଥିବା ହେତୁ ଏହି ଗୁମ୍ଫା ସର୍ବଦା ମେଘ ଦ୍ୱାରା ଘେରି ହୋଇ ରହିଥାଏ। ବୋଧହୁଏ ସେଥିପାଇଁ ଏହାକୁ ସ୍ବର୍ଗର ଦ୍ୱାର ଭାବେ ଲୋକେ ବିବେଚନା କରନ୍ତି ବୋଲି ଅନେକ ଅନୁମାନ କରୁଛନ୍ତି।
ବହୁ ବର୍ଷ ପୂର୍ବେ ଏହି ଗୁମ୍ଫାରେ ପହଞ୍ଚିବା ପର୍ଯ୍ୟଟକଙ୍କ ପାଇଁ କଷ୍ଟସାଧ୍ୟ ସାବ୍ୟସ୍ତ ହେଉଥିଲା। କଠିନ ରାସ୍ତାରେ ଯିବାବେଳେ ଲୋକଙ୍କ ଅବସ୍ଥା ବିଗିଡି ଯାଉଥିଲା। କିନ୍ତୁ ଏବେ ପର୍ଯ୍ୟଟକମାନେ ରାସ୍ତା ଏବଂ କେବୁଲ ୱେ ବ୍ୟବହାର କରି ଏହି ଗୁମ୍ଫାରେ ପହଞ୍ଚି ପାରୁଛନ୍ତି। ତେବେ ରାସ୍ତା କିମ୍ବା କେବୁଲ ୱେରୁ ଓହ୍ଲାଇବା ପରେ ଗୁମ୍ଫାରେ ପହଞ୍ଚିବା ପାଇଁ ଲୋକଙ୍କୁ ୯୯୯ ପାହାଚ ଚଢ଼ିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri