ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ ଏବଂ ଏହାର ଉଚ୍ଚତା ରହିବ ୨୫୦ ଫୁଟ। ଇଂଲଣ୍ଡଠାରୁ ଆମେରିକା ସ୍ୱାଧୀନତା ପ୍ରାପ୍ତିର ୨୫୦ତମ ବର୍ଷ ଉପଲକ୍ଷେ ଏହା ନିର୍ମାଣ କରାଯାଉଛି। କିନ୍ତୁ ଏହା ପ୍ରକୃତରେ ଟ୍ରମ୍ପ୍‌ଙ୍କ ବିଜୟ ବା ସଫଳତାର ସ୍ମାରକୀ ବୋଲି କୁହାଯାଉଛି। ଟ୍ରମ୍ପ୍‌ ନିଜକୁ ଇତିହାସର ସର୍ୱଶ୍ରେଷ୍ଠ ଆମେରିକୀୟ ରାଷ୍ଟ୍ରପତି ବୋଲି ଭାବନ୍ତି ଏବଂ ଏହାର ଦୁଇଟି କାରଣ ଅଛି। ପ୍ରଥମଟି ହେଉଛି ରାଜନୈତିକ। ଟ୍ରମ୍ପ୍‌ ଜଣେ ବାହାର ଲୋକ ଥିଲେ, ଯିଏ ୧୦ ବର୍ଷ ପୂର୍ୱେ ରିପବ୍ଲିକାନ୍‌ ପାର୍ଟିକୁ ନିୟନ୍ତ୍ରଣକୁ ନେଇ ତା’ ଉପରେ ଏଯାବତ ପ୍ରଭାବ ବିସ୍ତାର କରିଛନ୍ତି। ଆମେରିକାର ଦୁଇଟି ପ୍ରମୁଖ ଦଳ ନିଜ ପ୍ରାର୍ଥୀଙ୍କୁ ‘ପ୍ରାଇମେରି’ ବା ଆଭ୍ୟନ୍ତରୀଣ ନିର୍ୱାଚନ ମାଧ୍ୟମରେ ବାଛିଥାନ୍ତି। ଏହି କ୍ରମରେ ଟ୍ରମ୍ପଙ୍କ ସମର୍ଥିତ ବ୍ୟକ୍ତିମାନେ ସେମାନଙ୍କ ରିପବ୍ଲିକାନ୍‌ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବା ସମ୍ଭାବନା ୯୦%ରୁ ଅଧିକ। ରିପବ୍ଲିକାନ୍‌ ଭୋଟରଙ୍କ ପାଇଁ ସେମାନଙ୍କର ନୀତିଗତ ସ୍ଥିତି କିମ୍ୱା ପୃଷ୍ଠଭୂମି ତୁଳନାରେ ଟ୍ରମ୍ପ୍‌ଙ୍କ ପ୍ରତି ଥିବା ନିଷ୍ଠା ଅଧିକ ଗୁରୁତ୍ୱପୂର୍ଣ୍ଣ, ଯାହା ଟ୍ରମ୍ପ୍‌ଙ୍କୁ ରିପବ୍ଲିକାନ୍‌ ପାର୍ଟିକୁ ନିୟନ୍ତ୍ରଣ କରିବା ପାଇଁ ଶକ୍ତି ଦେଇଛି। ଏହା ଏକ ବଡ଼ ସଫଳତା। ରିପବ୍ଲିକାନ୍‌ମାନେ ନିଜକୁ ଆଦର୍ଶବାଦୀ ଏବଂ ରକ୍ଷଣଶୀଳ ମନେକରନ୍ତି। ହେଲେ ଟ୍ରମ୍ପ୍‌ ଏହି ଦୁଇ ଚିନ୍ତାଧାରା ମଧ୍ୟରୁ କୌଣସିଟି ପାଇଁ ଯୋଗ୍ୟ ନୁହନ୍ତି। କେହି ଯୁକ୍ତି କରିପାରନ୍ତି ଯେ ଏହି ଆଦର୍ଶ ଆବରଣ ବା ଆଢ଼ୁଆଳରେ ରିପବ୍ଲିକାନ୍‌ମାନେ ଧର୍ମାନ୍ଧ ଥିଲେ ଏବଂ ଟ୍ରମ୍ପ୍‌ ସେହି ଆବରଣକୁ ହଟାଇ ଦେଇଛନ୍ତି। ଏହା ବାସ୍ତବରେ ରାଜନୈତିକ ସଫଳତା ଏବଂ ଏଥିପାଇଁ ତାଙ୍କୁ ଶ୍ରେୟ ଦେବା ଉଚିତ। ଏବେ ସୁଦ୍ଧା ରିପବ୍ଲିକାନ୍‌ ପାର୍ଟି ଟ୍ରମ୍ପ୍‌ଙ୍କ ପାର୍ଟି ହୋଇଯାଇଛି। ଏହି ଦଳରେ ରହି ଟ୍ରମ୍ପ୍‌ ୩ ନିର୍ୱାଚନ ଲଢ଼ି ଦୁଇଟିରେ ବିଜୟୀ ହୋଇଛନ୍ତି। ତାଙ୍କର ପ୍ରଥମ କାର୍ଯ୍ୟକାଳର ଶେଷରେ ହିଂସାକୁ ପ୍ରୋତ୍ସାହିତ କରି ତୀବ୍ର ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ ୨୦୨୪ ନିର୍ୱାଚନ ଜିତିଥିଲେ। ଟ୍ରମ୍ପ୍‌ଙ୍କ ଉପରେ ଗୋଟିଏ ହତ୍ୟା ଉଦ୍ୟମ ହୋଇଥିଲା ଏବଂ ଦୁଇଟି ବିଫଳ ଆକ୍ରମଣରୁ ସେ ବଞ୍ଚତ୍ୟାଇଛନ୍ତି। ଏହା ସମ୍ଭବତଃ ତାଙ୍କ ମନରେ ଥିବା ‘ମୁଁ ଜଣେ ଐତିହାସିକ ବ୍ୟକ୍ତି’ ଧାରଣାକୁ ଆହୁରି ଦୃଢ଼ କରିଛି।
ଦ୍ୱିତୀୟ କାରଣ ହେଉଛି ଶାସନ ବ୍ୟବସ୍ଥା। ସେ ପ୍ରବାସ ଏବଂ ଅର୍ଥନୀତିରେ ତାଙ୍କର ସଫଳତାକୁ ସୂଚିତ କରନ୍ତି। ପ୍ରବାସୀ ଭାରତୀୟମାନେ ଟ୍ରମ୍ଫ୍‌ଙ୍କ କାର୍ଯ୍ୟକଳାପ ଯଥା ବେଆଇନ ଭାବେ ଆମେରିକାରେ ଥିବା ଲୋକଙ୍କୁ ଜେଲରେ ରଖିବା, ହାତକଡ଼ି ପକାଇବା ଓ ଦେଶାନ୍ତର କରିବା, ଆମେରିକୀୟ ସହରଗୁଡ଼ିକରେ ଆଇସିଇ ସଂସ୍ଥାକୁ ସକ୍ରିୟ କରିବା ଏବଂ ଏଚ୍‌-୧ବି ଭିଜା ବ୍ୟବସ୍ଥାକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଭଲଭାବେ ଜାଣିଛନ୍ତି। ଅର୍ଥନୀତି କ୍ଷେତ୍ରରେ ତାଙ୍କର ଦାବି ହେଉଛି, ରେକର୍ଡ ସ୍ତରର ଉଚ୍ଚ ଷ୍ଟକ୍‌ ବଜାର, ଟାରିଫ ନୀତି, ଏଆଇ ଉପରେ ବୃହତ୍‌ କମ୍ପାନୀଗୁଡ଼ିକ ଦ୍ୱାରା ନିରନ୍ତର ନିବେଶ ଏବଂ ବେରୋଜଗାରର ନିମ୍ନ ସ୍ତର। ଏଠାରେ ତାଙ୍କ ରେକର୍ଡ ଅସ୍ପଷ୍ଟ ଓ ସମୟକ୍ରମେ ତାହା ସାମ୍ନାକୁ ଆସିବ। ଟ୍ରମ୍ପ୍‌ ଏକ ପ୍ରମୁଖ ରାଜନୈତିକ ଦଳକୁ ସେ ଯେପରି ନିୟନ୍ତ୍ରଣରେ ରଖିଛନ୍ତି, ତାହା ପୂର୍ୱରୁ କେହି କରିପାରି ନ ଥିଲେ। ସେ ପଦବୀରେ ଥିବା ସମୟରେ ବି ପ୍ରଯୁକ୍ତି କ୍ଷେତ୍ରରେ ଏକ ଅସାଧାରଣ ବିପ୍ଳବ ଘଟୁଛି। ଏହି ଦୃଷ୍ଟିରୁ ଜର୍ଜ ୱାଶିଂଟନ, ଥମାସ ଜେଫର୍ସନ ଏବଂ ଆବ୍ରାହାମ ଲିଙ୍କନଙ୍କ ପରି ୱାଶିଂଟନରେ ଟ୍ରମ୍ପ୍‌ଙ୍କ ସମୟର ଏକ ସ୍ମାରକୀ ରହିବା ଅସ୍ୱାଭାବିକ ନୁହେଁ ବୋଲି କୁହାଯାଇପାରେ। ଟ୍ରମ୍ପ୍‌ ଜାଣନ୍ତି ଯେ, ଉପରୋକ୍ତ କୌଣସି ଘଟଣା ତାଙ୍କ ସଫଳତା ସହ ଯୋଡ଼ି ହେବନାହିଁ। ଆୟାତୋଲ୍ଲା ଖାମେନେଇଙ୍କ ହତ୍ୟା ଏବଂ ତା’ପରେ ସୃଷ୍ଟି ହୋଇଥିବା ବିଶ୍ୱବ୍ୟାପୀ ଅସ୍ଥିରତା ସବୁଦିନ ମନେରହିବ। ଇରାନ ଯୁଦ୍ଧ ତାଙ୍କ ରଣନୈତିକ ବିଫଳତାକୁ ସାମ୍ନାକୁ ଆଣିଛି। ଆଫଗାନିସ୍ତାନ ଏବଂ ଭିଏଟ୍‌ନାମ ଯୁଦ୍ଧରେ ଆମେରିକା ଅଧିକ ବିଫଳ ହୋଇଥିଲେ ମଧ୍ୟ ସେତେବେଳେ ବିଶ୍ୱରେ ଆମେରିକାର ଶକ୍ତି ଓ ପ୍ରଭାବ ଅକ୍ଷୁଣ୍ଣ ରହିଥିଲା। ହେଲେ ଏଥର ସ୍ଥିତି ଭିନ୍ନ। ଟ୍ରମ୍ପ୍‌ ଅଜାଣତରେ ଆମେରିକାର ରଣନୀତିକୁ କ୍ଷତି କରିଛନ୍ତି। ଉପସାଗରୀୟ ଅଞ୍ଚଳରେ ଆମେରିକାର ଉପସ୍ଥିତି ଏକ କ୍ଷତି। ଇରାନୀୟ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌୍‌ ଆକ୍ରମଣରେ ଆମେରିକାର ସାମରିକ ଘାଟିଗୁଡ଼ିକ ଧ୍ୱଂସ ହୋଇଥିବା ଦୃଶ୍ୟ ବିଶ୍ୱ ଦେଖିଲା। ସାଉଦି ଆରବ, ବାହାରିନ୍‌, କୁୱାଇ, କାତାର ଏବଂ ୟୁଏଇ ଭବିଷ୍ୟତରେ ଏପରି ସାମରିକ ଶକ୍ତି ଉପରେ ନିର୍ଭର କରିବେ ନାହିଁ, ଯାହା ଇରାନ ଆକ୍ରମଣରୁ ରକ୍ଷା କରିପାରୁନାହିଁ। ଜୋର୍ଡାନ ଏବେ ଆକ୍ରମଣର ଶିକାର ହେଉଛି।
ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମିତ୍ର ଦେଶଗୁଡ଼ିକ ମଧ୍ୟ ଉପସାଗରୀୟ କ୍ଷେତ୍ରରେ ଘଟିଥିବା ବିଫଳତାକୁ ଲକ୍ଷ୍ୟ କରିଛନ୍ତି। ତାଇୱାନ, ଜାପାନ, ଫିଲିପାଇନ୍ସ ଏବଂ କୋରିଆକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆମେରିକାର ବିମାନବାହୀ ଜାହାଜଗୁଡ଼ିକୁ ଚାଇନାର ଭୌଗୋଳିକ ଅଞ୍ଚଳରୁ ଦୂରରେ ପୁନଃ ମୁତୟନ କରାଯାଇଛି। ୟୁରୋପରୁ ଆମେରିକୀୟ ସେନା ପ୍ରତ୍ୟାହାର କରିବା ନେଇ ଟ୍ରମ୍ପ୍‌ଙ୍କ ଧମକ ଏ ପର୍ଯ୍ୟନ୍ତ ବାସ୍ତବ ରୂପ ନେଇ ନ ଥିଲେ ମଧ୍ୟ ସେମାନଙ୍କ ସହ ସମ୍ପର୍କକୁ ବଦଳାଇ ଦେଇଛି। ସମଗ୍ର ବିଶ୍ୱରେ ଆମେରିକାର କଥାର ଗୁରୁତ୍ୱ ଏବେ ହ୍ରାସ ପାଇଛି। ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଶାନ୍ତି ଚୁକ୍ତିକୁ ତୁରନ୍ତ ଉଲ୍ଲଂଘନ କରାଯାଇଥିଲା। ସେ ଏବେ ପରାଜୟ ସ୍ୱୀକାର କରିପାରୁନାହାନ୍ତି ଏବଂ କିପରି ଜିତିବେ ତାହା ବି ସେ ଜାଣିନାହାନ୍ତି। ତାଙ୍କ ସାମ୍ନାରେ ଏବେ କେବଳ ଖରାପ ବିକଳ୍ପ ଅଛି। ଜଣେ ଚତୁର ଲୋକଙ୍କଠାରୁ ଯାହା ଆଶା କରାଯାଏ ତାହା ଟ୍ରମ୍ପ୍‌ଙ୍କ ଭାଷଣରେ ପ୍ରତିଫଳିତ ହେଉନାହିଁ। ସେ ୧୦ ମାର୍ଚ୍ଚରେ କହିଥିଲେ, ଯୁଦ୍ଧ ପ୍ରାୟ ଶେଷ ହୋଇଯାଇଛି। ବାସ୍ତବରେ ଏହା ଶେଷ ହୋଇନାହିଁ। ଏହା ଏକ ‘ଚିରସ୍ଥାୟୀ ଯୁଦ୍ଧ’ରେ ପରିଣତ ହୋଇଛି, ଯାହା ସମ୍ପର୍କରେ ଟ୍ରମ୍ପ୍‌ ତାଙ୍କର ତିନୋଟି ରାଷ୍ଟ୍ରପତି ନିର୍ୱାଚନ ପ୍ରଚାର ସମୟରେ କହିଥିଲେ। ଭିଏଟ୍‌ନାମ ଯୁଦ୍ଧର ଶେଷ ଭାଗରେ ଲିଣ୍ଡନ ଜନସନ ଏତେ ଲୋକପ୍ରିୟତା ହରାଇଥିଲେ ଯେ, ନାଗରିକ ଅଧିକାର ଉପରେ ତାଙ୍କର ଯଥେଷ୍ଟ ସଫଳତା ସତ୍ତ୍ୱେ ସେ ପୁଣି ନିର୍ୱାଚନ ଲଢ଼ିବାକୁ ପସନ୍ଦ କରି ନ ଥିଲେ। ଅବଶ୍ୟ କାର୍ଯ୍ୟକାଳ ସୀମିତ ଥିବାରୁ ଟ୍ରମ୍ପ୍‌ଙ୍କ ପାଖରେ ସେହି ବିକଳ୍ପ ନାହିଁ। ଅବଶେଷରେ ସେ ରାଜନୀତିରୁ ଅବସର ନେବାବେଳେ ଇରାନ ଯୁଦ୍ଧର ସ୍ଥାୟୀ ପ୍ରଭାବ ହିଁ ତାଙ୍କ ରାଷ୍ଟ୍ରପତିତ୍ୱର ସବୁଠାରୁ ବଡ଼ ସ୍ମାରକୀ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?